ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟରେ ନିଜର ବେଗରେ ସମସ୍ତଙ୍କୁ ପ୍ରଭାବିତ କରିବାପରେ ଜମ୍ମୁ ଓ କାଶ୍ମୀର ଦ୍ରୁତ ବୋଲର ଉରମାନ ମଲିକଙ୍କୁ ମିଳିଲା ବଡ ସୁଯୋଗ । ଆଗାମୀ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆର ନେଟ୍ ବୋଲର ଭାବେ ଚୟନ ହୋଇଛନ୍ତି ଉରମାନ ।
ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦ(SRH) ପକ୍ଷରୁ ଖେଳି ସିଜିନର ଦ୍ରୁତତ୍ତମ ବଲ୍ ବୋଲିଂ କରିବାର ରେକର୍ଡ କରିଥିଲେ ।
SRH ଦ୍ରୁତ ବୋଲର ଉରମାନ ମଲିକ ବୁଧବାର IPL ୨୦୨୧ରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ଘଣ୍ଟାପ୍ରତି ୧୫୩ କିଲୋମିଟର ବେଗରେ ବୋଲିଂ କରିତିଲେ । RCB ଇଂନିସର ନବମ ଓଭରର ଚତୁର୍ଥ ବଲ୍ରେ ଦେବଦତ୍ତ ପାଦିକ୍କଲଙ୍କ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ ମଲିକ । RCB ବ୍ୟାଟର ଏହି ବଲ୍ରେ ଏକ ରନ୍ ନେବାକୁ ସମର୍ଥ ହୋଇଥିଲେ । ଏହା ଆଇପିଏଲ ୨୦୨୧ର ସବୁଠୁ ଦ୍ରୁତତମ ବଲ୍ ଭାବେ ରେକର୍ଡ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ