ETV Bharat / sports

T20 WC: ପାକିସ୍ତାନର ପରାଜୟ ଜଖମରେ ଇମ୍ରାନଙ୍କ ମଲମ - ଅଷ୍ଟ୍ରେଲିଆ ବନାମ ପାକିସ୍ତାନ

ପୂର୍ବତନ ପାକିସ୍ତାନ କ୍ୟାପଟେନ ଇମ୍ରାନ ଖାନ ଟି-୨୦ ବିଶ୍ବକପ ୨୦୨୧ରୁ ସଦ୍ୟ ବାଦ୍‌ ପଡିଥିବା ବାବର ଆଜମଙ୍କ ଟିମକୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

T20 WC: Have faced similar disappointments on cricket field, says Imran Khan on Pakistan's loss
T20 WC: ପାକିସ୍ତାନର ପରାଜୟ ଜଖମରେ ଇମ୍ରାନଙ୍କ ମଲମ
author img

By

Published : Nov 12, 2021, 10:13 PM IST

ଦୁବାଇ: ପୂର୍ବତନ ପାକିସ୍ତାନ କ୍ୟାପଟେନ ଇମ୍ରାନ ଖାନ ଟି-୨୦ ବିଶ୍ବକପ ୨୦୨୧ରୁ ସଦ୍ୟ ବାଦ୍‌ ପଡିଥିବା ବାବର ଆଜମଙ୍କ ଟିମକୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଗୁରୁବାର ଅଷ୍ଟ୍ରେଲିଆ ଠାରୁ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ପରାସ୍ତ ହେବାପରେ ପାକିସ୍ତାନ ଟିମର ଦ୍ବିତୀୟ ଥର ଫଟାଫଟ ଫର୍ମାଟର ଚମ୍ପିଆନ ହେବା ଆଶା ମଉଳିଯାଇଛି ।

ମାଥ୍ୟୁ ୱେଡ୍‌ ଓ ମାର୍କସ ଷ୍ଟୋଇନିସ ଜବରଦସ୍ତ ଭାଗିଦାରୀ ସହ ଅଷ୍ଟ୍ରେଲିଆକୁ ୫ ୱିକେଟର ଧମାକାର ବିଜୟ ଭେଟିଦେଇଥିଲେ । ସାହିନ ଆଫ୍ରିଦିଙ୍କୁ ହ୍ୟାଟ୍ରିକ୍‌ ଛକା ଲଗାଇ ୱେଡ୍‌ ଅଷ୍ଟ୍ରେଲିଆକୁ ଫାଇନାଲକୁ ନେଇଯାଇଥିଲେ । ତେବେ ପରାଜୟ ସତ୍ତ୍ବେ ଲଢୁଆ ଖେଳ ପ୍ରଦରଶନ କରିଥିବା ପାକିସ୍ତାନ ଟିମକୁ ନିଜ ଦେଶର ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି ।

ଇମ୍ରାନ ଖାନ୍‌ ବାବର ଆଜାମଙ୍କ ଟିମ ଉଦ୍ଦେଶ୍ୟରେ ଟ୍ବିଟରେ ଲେଖିଛନ୍ତି, "ମୁଁ ଭଲବାବେ ଅନୁଭବ କରିପାରୁଛି, ଟିମର ସମସ୍ତ ଖେଳାଳି ଏବେ କେତେ ଦୁଃଖି ଅଛନ୍ତି । କ୍ରିକେଟ ପଡିଆରେ ଏପରି ନିରାଶା ମୁହଁ ମୁଁ ଦେଖିଛି । ମାତ୍ର ଲଢୁଆ ଓ ଶ୍ରେଷ୍ଠ କ୍ରିକେଟ ପ୍ରଦର୍ଶନ କରିଥିବାରୁ ଗର୍ବିତ ।"

ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିବା ସହ ଅଷ୍ଟ୍ରେଲିଆ ସାମ୍ନାରେ ୧୭୭ ରନ୍‌ର ବଡ ଲକ୍ଷ୍ୟ ରଖିଥିଲା ।

ଜବାବରେ ଗୋଟିଏ ଓଭର ବାକିଥାଇ ଅଷ୍ଟ୍ରେଲିଆ ୫ ୱିକେଟରେ ବିଜୟୀ ହୋଇଥିଲା । ମ୍ୟାଚ୍‌ର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପାକିସ୍ତାନୀ ଫିଲ୍ଡର ହାସନ ଅଲୀ ଏକ କ୍ୟାଚ୍‌ ହାତଛଡା କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । କଙ୍ଗାରୁ ଟିମର ୱିକେଟ କିପର ବ୍ୟାଟର ମାଥ୍ୟୁ ୱେଡ୍‌ ହ୍ୟାଟ୍ରିକ୍‌ ଛକା ଲଗାଇ ଟିମକୁ ଫାଇନାଲ ଟିକେଟ ଦେଇଥିଲେ ।

ଫାଇନାଲ ମୁକାବିଲା ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.