ETV Bharat / sports

T20 WC: ଟିମ ଇଣ୍ଡିଆ ହୋଟେଲ ପହଞ୍ଚିବେ ମୁମ୍ବାଇ ଖେଳାଳି, ହାର୍ଦ୍ଦିକଙ୍କ ଉପରେ ନଜର

author img

By

Published : Oct 12, 2021, 3:53 PM IST

ରୋହିତ ଶର୍ମାଙ୍କ ସମେତ ଟି-୨୦ ବିଶ୍ବକପ ସ୍କ୍ବାଡ୍‌ ପାଇଁ ଚୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ମଙ୍ଗଳବାର ଦୁବାଇରେ ଟିମ ହୋଟେଲରେ ପ୍ରବେଶ କରିବେ । ଅଧିକ ପଢନ୍ତୁ...

T20 WC: Hardik and boys to enter Team India hotel today
T20 WC: ଟିମ ଇଣ୍ଡିଆ ହୋଟେଲ ପହଞ୍ଚିବେ ମୁମ୍ବାଇ ଖେଳାଳି, ହାର୍ଦ୍ଦିକଙ୍କ ଉପରେ ନଜର

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ବକପ ପାଇଁ କାଉଣ୍ଟଡାଉନ୍‌ । ରୋହିତ ଶର୍ମାଙ୍କ ସମେତ ଟି-୨୦ ବିଶ୍ବକପ ସ୍କ୍ବାଡ୍‌ ପାଇଁ ଚୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ମଙ୍ଗଳବାର ଦୁବାଇରେ ଟିମ ହୋଟେଲରେ ପ୍ରବେଶ କରିବେ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌କୁ ଆଉ ମାତ୍ର ଦୁଇ ସପ୍ତାହରୁ କମ ସମୟ ବାକି ରହିଛି । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ୍‌ର ନଜର ରହିଛି ।

ଭାରତୀୟ ଟିମ ଟି-୨୦ ବିଶ୍ବକପ ସମୟରେ TH୮ Palm ହୋଟେଲରେ ରହିବ । ମଙ୍ଗଳବାର ଟିମ ହୋଟେଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଭାରତୀୟ ଖେଳାଳି ପହଞ୍ଚିବା ନେଇ ସୂଚନା ରହିଛି ।

ଭାରତୀୟ ଟିମ ମ୍ୟାନେଜମେଣ୍ଟ ମହେନ୍ଦ୍ର ସିଂହ ଧୋନିଙ୍କୁ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ମେଣ୍ଟର ଭାବେ ନିଯୁକ୍ତ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫିନିସର ଦାୟିତ୍ବ ତୁଲାଇବାକୁ ପଡିବାରେ । ଭାରତ-ପାକିସ୍ତାନ ଭଳି ବଡ ମ୍ୟାଚ୍‌ରେ ଭାରତୀୟ ମଧ୍ୟକ୍ରମରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିକୁ ଏଡାଇବାକୁ ମ୍ୟାନେଜମେଣ୍ଟ ଯୋଜନା କରୁଛି ।

ହାର୍ଦ୍ଦିକ କେବଳ ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ନୁହେଁ ବରଂ ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ବିଶ୍ବକପରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ପାକିସ୍ତାନ ବିପକ୍ଷ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ୪୩ ବଲ୍‌ରୁ ୭୬ ରନ୍‌ର ଇଂନିସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ପାଣ୍ଡ୍ୟା । ସେହିପରି ବିଶ୍ବକପ ମ୍ୟାଚ୍‌ରେ ୧୯ ବଲ୍‌ରୁ ଦ୍ରୁତ ୨୬ ରନ୍‌ର ଇଂନିସ ଖେଳିବା ସହିତ ଦୁଇଟି ୱିକେଟ ମଧ୍ୟ ହାତେଇଥିଲେ ।

ତେବେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲି କରିନଥିଲେ । ଖୁବଶୀଘ୍ର ହାର୍ଦ୍ଦିକ ବୋଲିଂ ଟ୍ରାକ୍‌କୁ ଫେରିବା ନେଇ ସଙ୍କେତ ଦେଇଥିଲେ ରୋହିତ ଶର୍ମା ।

ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ୧ ଗ୍ରୁପ ବି' ମୁକାବିଲା ଅକ୍ଟୋବର ୧୭ରେ ଆୟୋଜକ ଓମାନ ଓ ପପୁଆ ନ୍ୟୁ ଗିନିଆ ମଧ୍ୟରେ ଖେଳାଯିବ । ସେହିପରି ଗ୍ରୁପ ବି'ର ଅନ୍ୟଏକ ମ୍ୟାଚ୍‌ ସ୍କଟଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ । ଏହାର ପରଦିନ ଗ୍ରୁପ ଏ'ରେ ଥିବା ଆୟରଲାଣ୍ଡ, ଶ୍ରୀଲଙ୍କା, ନାମ୍ବିଆ, ନେଦରଲାଣ୍ଡ୍‌ସ ମଧ୍ୟ ଆକ୍ସନରେ ନଜର ଆସିବେ । ଅକ୍ଟୋବର ୨୨ ପର୍ଯ୍ୟନ୍ତ ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ।

ପ୍ରତ୍ୟେକ ଗ୍ରୁପର ଶୀର୍ଷ ଦୁଇଟି ଟିମ ଟୁର୍ଣ୍ଣାମେଣ୍ଟର ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଅକ୍ଟୋବର ୨୩ରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ । ନଭେମ୍ବର ୧୦ରେ ଆବୁଧାବିରେ ପ୍ରଥମ ସେମିଫାଇନାଲ ଓ ଦୁବାଇରେ ନଭେମ୍ବର ୧୧ରେ ଦ୍ବିତୀୟ ସେମିଫାଇନାଲ ମୁକାବିଲା ଖେଳାଯିବ । ଉଭୟ ସେମି ମୁକାବିଲା ପାଇଁ ରିଜର୍ଭ ଦିନ ରହିଛି । ସେହିପରି ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୪, ରବିବାର ଖେଳାଯିବ । ଏହାର ପରଦିନ ଅର୍ଥାତ ସୋମବାର ଫାଇନାଲ ମ୍ୟାଚ୍‌ ପାଇଁ ରିଜର୍ଭ ଦିନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.