ETV Bharat / sports

T20 WC: ଓମାନ ସାମ୍ନାରେ 130 ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପପୁଆ ନ୍ୟୁ ଗିନିଆ

author img

By

Published : Oct 17, 2021, 5:15 PM IST

Updated : Oct 17, 2021, 5:55 PM IST

ନିର୍ଦ୍ଧାରିତ ୨୦ ଓଭରରେ 9 ୱିକେଟ ହରାଇ 129 ରନ୍‌ ସଂଗ୍ରହ କରିଛି ପପୁଆ ନ୍ୟୁ ଗିନିଆ । ଫଳରେ ଓମାନ ସାମ୍ନାରେ 130 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

T20 WC: Captain assad vala's fifty help papua new Guinea to put 129 against Oman
T20 WC: ଓମାନ ସାମ୍ନାରେ 130 ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପପୁଆ ନ୍ୟୁ ଗିନିଆ

ଏଆଇ ଏମେରଟ(ଓମାନ): ଆରମ୍ଭ ହୋଇଛି ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଓମାନ ଓ ପପୁଆ ନ୍ୟୁ ଗିନିଆ ମଧ୍ୟରେ ଖେଳାଯାଉଛି । ଏଆଇ ଏମେରଟ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଏହି ମୁକାବିଲା ଖେଳାଯାଉଛି ।

ଓମାନ କ୍ୟାପଟେନ ଜିସାନ ମକସୁଦ୍‌ ଟସ୍‌ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେବାସହ ପପୁଆ ନ୍ୟୁ ଗିନିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ ନିର୍ଦ୍ଧାରିତ ୨୦ ଓଭରରେ 9 ୱିକେଟ ହରାଇ 129 ରନ୍‌ ସଂଗ୍ରହ କରିଛି ପପୁଆ ନ୍ୟୁ ଗିନିଆ । ଫଳରେ ଓମାନ ସାମ୍ନାରେ 130 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପପୁଆ ନ୍ୟୁ ଗିନିଆ ପକ୍ଷରୁ କ୍ୟାପଟେନ୍‌ ଆସାଦ ଭାଲା ସର୍ବାଧିକ ୫୬ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୪୩ ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୫୬ ରନ୍‌ର ଇଂନିସ ଖେଳିଛନ୍ତି । ଚାର୍ଲସ ଅମିନି ୨୬ ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଦ୍ରୁତ ୩୭ ରନ୍‌ର ଇଂନିସ ଖେଳିଥିଲେ ମଧ୍ୟ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍‌ଆଉଟ ହୋଇଥିଲେ । ତେବେ ଦୁଇ ଓପନର ଟନି ଉରା ଓ ଲେଗା ସିଆକା ଶୂନ୍ୟରେ ଆଉଟ୍‌ ହୋଇଥିଲେ ଓ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇନଥିଲେ ।

ଅନ୍ୟପଟେ ଓମାନ ପକ୍ଷରୁ ଜିସନ ମକସୁଦ ସର୍ବାଧିକ ୪ଟି ୱିକେଟ ହାତେଇଛନ୍ତି । ୪ ଓଭରରେ ୨୦ ରନ୍‌ ବ୍ୟୟରେ ୪ଟି ସଫଳତା ହାତେଇଛନ୍ତି । ବିଲାଲ ଖାନ ଓ କିଲାମୁଲ୍ଲା ୨ଟି ଲେଖାଏଁ ୱିକେଟ ଅକ୍ତିଆ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 17, 2021, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.