ETV Bharat / sports

ପୁରୁଷ ଟି-୨୦ ବିଶ୍ବକପରେ ପ୍ରଥମ ଥର ଲାଗୁ ହେବ ଏହି ନିୟମ

author img

By

Published : Oct 10, 2021, 4:39 PM IST

ଆଗାମୀ ବିଶ୍ବକପ ଟି-୨୦ ବିଶ୍ବକପ ୨୦୨୧ରେ ପ୍ରଥମ ଥର ପାଇଁ ଲାଗୁ ହେବ DRS ନିୟମ । ଅଧିକ ପଢନ୍ତୁ...

T-20 world-cup 2021: DRS to be used for the first time in mens t20 world cup
ପୁରୁଷ ଟି-୨୦ ବିଶ୍ବକପରେ ପ୍ରଥମ ଥର ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ୟୁଏଇ ଓ ଓମାନରେ ଖେଳାଯିବାକୁ ଥିବା ପୁରଷ ଟି-୨୦ ବିଶ୍ବକପରେ ପ୍ରଥମ ଥର ନିର୍ଣ୍ଣୟ ସମୀକ୍ଷା ପ୍ରଣାଳୀ-ଡିସିସନ ରିଭ୍ୟୁ ସିଷ୍ଟମ(DRS)ର ଉପଯୋଗ କରାଯିବ । ଟୁର୍ଣ୍ଣାମେଣ୍ଟରେ ଏହି ନିୟମର ଉପଯୋଗ ନେଇ ମଞ୍ଜୁରୀ ପ୍ରଦାନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ।

ଆଇସିସି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଜାରି କରିଥିବା ଖେଳ ନିୟମରେ ଡିଆରଏସ୍‌କୁ ସାମିଲ କରିଛି । ପୁରୁଷ ଟି-୨୦ ବିଶ୍ବକପ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏକ ପ୍ରମୁଖ ସ୍ପୋର୍ଟ୍ସ ୱେବସାଇଟ୍‌ର ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଟିମକୁ ପ୍ରତ୍ୟେକ ଇଂନିସରେ DRS ବ୍ୟବହାର କରିବାକୁ ଦୁଇଟି ମୌକା ମିଳିବ ।

ଏହାପୂର୍ବରୁ ଟି-୨୦ ବିଶ୍ବକପରେ କେବେ DRS ର ଉପଯୋଗ ହୋଇନଥିଲା । ଶେଷଥର ବର୍ଷ ୨୦୧୬ରେ ଟି-୨୦ ବିଶ୍ବକପ ଖେଳାଯାଇଥିଲା । ସେତେବେଳ ଏହି ସଂସ୍କରଣରେ 'DRS'ର ଉପଯୋଗ କରାଯାଇନଥିଲା ।

କୌଣସି ICC ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର DRS ର ବ୍ୟବହାର ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ବ ୨୦୧୮ରେ କରାଯାଇଥିଲା । ଏହାପରେ ଅଷ୍ଟ୍ରେଲିଆରେ ୨୦୨୦ରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ବକପରେ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲା ।

ଫିଲ୍ଡ ଅମ୍ପାୟାର ଦ୍ବାରା ଖେଳାଳିଙ୍କୁ ଆଉଟ୍‌ ଦେବାରେ ହେଉଥିବା ଭୁଲ୍‌କୁ ସୁଧାରିବାକୁ DRS ନିୟମ ଉପଲବ୍ଧ କରାଯାଇଛି । ଯଦି ଫିଲ୍ଡ ଅମ୍ପାୟାର ଟିମର ଖେଳାଳିଙ୍କ ଦ୍ବାରା ଅପିଲକୁ ଖାରଜ କରନ୍ତି ଓ କ୍ୟାପଟେନ ଆଉଟ ଦିଆଯିବା ଅନୁଭବ କରନ୍ତି, ଏପରିସ୍ଥଳେ କ୍ୟାପଟେନ DRSର ଆବେଦନ କରିପାରିବେ । ଯାହାପରେ ନିଷ୍ପତ୍ତି ଟିଭି ଅମ୍ପାୟାରଙ୍କ ପାଖକୁ ଚାଲିଯାଇଥାଏ ।

ରିପ୍ଲେ ଦେଖିବାପରେ ଟିଭି ଅମ୍ପାୟାର ଆଉଟ କିମ୍ବା ନାହିଁ ନିଷ୍ପତ୍ତି ନିଅନ୍ତି । ଏହିପରି ଯଦି ବ୍ୟାଟ୍ସମ୍ୟାନଙ୍କୁ ଅନୁଭବ ହୁଏ କି ଅମ୍ପାୟର ତାଙ୍କୁ ଭୁଲ୍‌ଭାବେ ଆଉଟ୍‌ ଦେଇଛନ୍ତି, ସେ ମଧ୍ୟ ନିଷ୍ପତ୍ତି ବିରୋଧରେ DRS ଆବେଦନ କରିପାରିବେ ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.