ETV Bharat / sports

T20 World Cup, ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର

author img

By

Published : Oct 24, 2021, 10:54 AM IST

ଆଜି ଟି-ଟ୍ବେଣ୍ଟି ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ । ଦୁବାଇ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେବାକୁ ଥିବାବେଳେ ସାରଜା ଷ୍ଟାଡିୟମରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଦେବ ଟକ୍କର । ଅପରାହ୍ନ ୩ଟାରୁ ଆରମ୍ଭ ହେବ ମ୍ୟାଚ । ଅଧିକ ପଢନ୍ତୁ...

T20 World Cup, ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର
T20 World Cup, ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ହେବ ଟକ୍କର

ସାରାଜା: ଆଜି ଟି-ଟ୍ବେଣ୍ଟି ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ । ଦୁବାଇ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେବାକୁ ଥିବାବେଳେ ସାରଜା ଷ୍ଟାଡିୟମରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଦେବ ଟକ୍କର । ଅପରାହ୍ନ ୩ଟାରୁ ଆରମ୍ଭ ହେବ ମ୍ୟାଚ । ଉଭୟ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ ।

ଚଳିତ ଟି-ଟ୍ବେଣ୍ଟିରେ ବାଂଲାଦେଶ ଓ ଶ୍ରୀଲଙ୍କା ସୁପର ୧୨ରେ ପହଞ୍ଚି ସାରିଛନ୍ତି । ନେଦରଲାଣ୍ଡକୁ ଶେଷ ଗ୍ରୁପ ଏ ମ୍ୟାଚ୍‌ରେ ୮ ୱିକେଟରେ ହରାଇ ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଶ୍ରୀଲଙ୍କା । ସେହିପରି ଗ୍ରୁପ ବି' ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ବାଂଲାଦେଶ ଓ ଓମାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଓମାନ ବିପକ୍ଷ ମ୍ୟାଚରେ ବାଂଲାଦେଶ ୨୬ ରନରେ ବିଜୟ ହାସଲ କରିବା ସହିତ ସୁପର-୧୨ ଆଶା ଉଜ୍ଜୀବିତ କରିଥିଲା । ତେବେ ଆଜିର ମ୍ୟାଚ ହାତେଇବାରୁ ଉଭୟ ଦଳକୁ ଦମଦାର ପ୍ରଦର୍ଶନ କରିବାକୁ ପଡିବ ।

ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରି ଉଭୟ ଏହି ରାଉଣ୍ଡରେ ପ୍ରବେଶ କରିଛନ୍ତି । ସ୍କଟଲାଣ୍ଡ ବିପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ ହାରିଥିଲା । ମାତ୍ର ଏହାପରେ ଦମଦାର କମ ବ୍ୟାକ କରିଥିଲା । ଓମାନ ଓ ପାପୁଆ ନ୍ୟୁ ଗିନି ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛି । ସାରଜା ପିଚ ଧୀମା ରହିଛି । ଯାହାର ଫାଇଦା ନେଇପାରିବେ ବାଂଲାଦେଶ । ବୋଲିଂ ଦ୍ବାରା ଶ୍ରୀଲଙ୍କା ଉପରେ ଆକ୍ରମଣ କରି ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ବାଂଲାଦେଶ । ସାକିବ ପୂର୍ବ ମ୍ୟାଚରେ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ଆଜିର ମ୍ୟାଚରେ ମଧ୍ୟ ସେ କିଛି ଦର୍ଶକୀୟ ସଟ ଖେଳିବା ଆଶା କରାଯାଉଛି ।

ଶ୍ରୀଲଙ୍କା ଯୋଗ୍ୟତା ପର୍ଯ୍ୟାୟରେ ଅପରାଜିତ ରନ୍ ପରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । କ୍ବାଲିଫାୟରରେ ବାଂଲାଦେଶ ବିପକ୍ଷରେ ସମସ୍ତ ମ୍ୟାଚ ଜିତିଥିବାରୁ ଟିମ ଭଲ ସ୍ଥିତିରେ ରହିଛି । ଦଳର ଉଭୟ ବୋଲିଂ ଓ ବ୍ୟାଟିଂ ସ୍ଥିତି ଭଲ ରହଛି । ଆଜିର ମ୍ୟାଚରେ ଶ୍ରୀଲଙ୍କାର ଗଭୀରତା ପରୀକ୍ଷା କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.