ETV Bharat / sports

T-20; ଶ୍ରୀଲଙ୍କାର ସିରିଜ ସିଲ୍‌

ଗୁରୁବାର ଅନୁଷ୍ଠିତ ହୋଇଥିବା ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ବିଜୟ ହୋଇଛି ଶ୍ରୀଲଙ୍କା । 82 ରନ ଟାର୍ଗେଟ ନେଇ ଭାରତ ବିପକ୍ଷରେ ସହଜ ହାସଲ କରିଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ...

T-20;ଶ୍ରୀଲଙ୍କାର ସିରିଜ ସିଲ
T-20;ଶ୍ରୀଲଙ୍କାର ସିରିଜ ସିଲ
author img

By

Published : Jul 30, 2021, 7:34 AM IST

କଲମ୍ବୋ: ଭାରତ ବିପକ୍ଷରେ ଘରୋଇ ଶ୍ରୀଲଙ୍କା ୨-୧ରେ ଟି-ଟ୍ବେଣ୍ଟି ସିରିଜ ବିଜୟୀ ହୋଇଛି । ଗୁରୁବାର ଅନୁଷ୍ଠିତ ହୋଇଥିବା ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ବିଜୟ ହୋଇଛି ଶ୍ରୀଲଙ୍କା । 82ରନ ଟାର୍ଗେଟ ନେଇ ଭାରତ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଶ୍ରୀଲଙ୍କା ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଶିଖର ଧାୱନ ଓ ଋତୁରାଜ ଗାଏକୱାର୍ଡ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର ୫ ରନ ବେଳେ ପ୍ରଥମ ୱିକେଟ ପତନ ହୋଇଥିଲା । ଶିଖର ଧାୱନ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ଭାରତର ବିପର୍ଯ୍ୟୟ । ଭାରତର ଗୋଟିଏ ପରେ ଗୋଟିଏ ୱିକେଟ ଆଉଟ ହେବାରେ ଲାଗିଥିଲେ । ଦେବଦତ୍ତ ପାଡିକର ୯ ରନ କରିଥିବା ବେଳେ ସଞ୍ଜୁ ସାମସନ ଖାତା ଖୋଲିପାରି ନଥିଲେ । ଗାଏକ୍ବାର୍ଡ ୧୪ ଓ ନିତିଶ ରାଣା ୨ ରନ କରି ପାଭିଲିୟନ ଫେରିଥିଲେ । ୩୬ ରନରେ ଦଳ ୫ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଶେଷ ପର୍ଯ୍ୟନ୍ତ ଲଢି ଭାରତ ୭ ୱିକେଟ ହରାଇ ୮୧ ରନ କରିଥିଲା । କୁଳଦୀପ ଯାଦବ ସର୍ବାଧିକ ଅପରାଜିତ ୨୩ ରନ କରିଥିଲେ ।

ଏହା ପରେ ୮୨ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଟିମ । ଯାହାକୁ ଅତି ସହଜରେ ହାତେଇଥିଲା ଟିମ ଶ୍ରୀଲଙ୍କା । ୩୩ଟି ବଲ ବାକି ଥାଇ ମ୍ୟାଚକୁ ନିଜ କବଜାରେ କରିନେଇଥିଲା ଶ୍ରୀଲଙ୍କା । ଦଳ ପକ୍ଷରୁ ଧନଞ୍ଜ ଡି ସଲକା ୨୩ ଓ ୱାନିଣ୍ଡୁ ହସରଙ୍ଗା ୧୪ ରନ କରି ଅପରାଜିତ ରହିଥିଲେ । ଅଭିଷ୍କା ଫର୍ନାଣ୍ଡୋ ୧୨, ମିନେଦ ଭାନୁକା ୧୮ ରନ ଓ ସମର ବିକ୍ରମା ୬ ରନ କରି ଲେଗ ସ୍ପିନର ଚହରଙ୍କ ବଲରେ ଆଉଟ ହୋଇଥିଲେ । ତେବେ ୮୨ ରନର ଛୋଟ ଟାର୍ଗେଟର ପିଛା କରି ଅତି ସହଜ ବିଜୟ ହାସଲ କରିଛି ଶ୍ରୀଲଙ୍କା । ତୃତୀୟ ଟି-ଟ୍ବେଣ୍ଟିକୁ ଜିତି ୨-୧ରେ ସିରିଜ ସିଲ କରିନେଇଛି ଶ୍ରୀଲଙ୍କା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.