ETV Bharat / sports

ଟି-୨୦ ବିଶ୍ବକପ ଆନ୍ଥେମ ରିଲିଜ୍, ନୂଆ ଅବତାରରେ କୋହଲି - ଅନ୍ତର୍ଜାତୀୟ କ୍ରିକେଟ ପରିଷଦ

ଆଗାମୀ ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର ଅଫିସିଆଲ ଆନ୍ଥେମ ଗୁରୁବାର ରିଲିଜ ହୋଇଛି । ଅଧିକ ପଢନ୍ତୁ...

Live the Game -- Men's T20 World Cup 2021 anthem launched
ଟି-୨୦ ବିଶ୍ବକପର ଆନ୍ଥେମ ରିଲିଜ୍, ନୂଆ ଅବତାରରେ କୋହଲି
author img

By

Published : Sep 23, 2021, 10:55 PM IST

ଦୁବାଇ: ଆଗାମୀ ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର ଅଫିସିଆଲ ଆନ୍ଥେମ ଗୁରୁବାର ରିଲିଜ ହୋଇଛି । UAE ଓ ଓମାନରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଫଟାଫଟ କ୍ରିକେଟର ମହାକୁମ୍ଭ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଆନ୍ଥେମ୍ ରିଲିଜ କରିଛି । ଏହାକୁ କମ୍ପୋଜ୍‌ କରିଛନ୍ତି ପ୍ରଖ୍ୟାତ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀ ।

ଏଥିରେ ଭିଡିଓର କ୍ରିକେଟର ମେଗା ସୁପରଷ୍ଟାର ସହିତ ଆନିମେନସନ ମାଧ୍ୟମରେ ବିଶ୍ବର ସବୁ ପ୍ରାନ୍ତର କ୍ରିକେଟ ଫ୍ୟାନ୍ସମାନଙ୍କୁ ସ୍ଥାନ ଦିଆଯାଇଛି । ଆୟୋଜକ ଦେଶ ଭାରତର କ୍ୟାପଟେନ ବିରାଟ କୋହଲି ସମସ୍ତ ଖେଳାଳିଙ୍କ ନେତୃତ୍ବ ନେବା ସହ ଆନିମେସନ ମାଧ୍ୟମରେ 'ଅବତାର'ରେ ସାମିଲ କରିଛନ୍ତି । ଡିଫେଣ୍ଡିଂ ଚମ୍ପିଆନ କିରଣ ପୋଲାର୍ଡ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ, ଆଫଗାନିସ୍ତାନର ଷ୍ଟାର ରସିଦ ଖାନ ମଧ୍ୟ ନିଆରା ଅବତାରରେ ନଜର ଆସିଛନ୍ତି ।

ICCର ଗ୍ଳୋବାଲ ବ୍ରଡକାଷ୍ଟ ପାର୍ଟନର ଷ୍ଟାର ସ୍ପୋର୍ଟ୍ସ, IIC, BCCI, ଷ୍ଟାର ସ୍ପୋର୍ଟ୍ସ ସୋସିଆଲ ମିଡିଆ ଆକାଉଣ୍ଡରେ ଏହି ଆନ୍ଥେମ ରିଲିଜ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.