ETV Bharat / sports

IPL 2021: ହ୍ୟାଟ୍‌-ଟ୍ରିକ୍‌ ମ୍ୟାନ ହର୍ଷଲ, ମାକ୍ସୱେଲଙ୍କୁ କୋହଲିଙ୍କ ପ୍ରଶଂସା

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମିଳିଥିବା ବିଜୟ ପରେ ଗ୍ଳେନ ମାକ୍ସୱେଲ ଓ ହ୍ୟାଟ୍‌-ଟ୍ରିକ୍‌ ମ୍ୟାନ ହର୍ଷଲ ପଟେଲଙ୍କୁ RCB କ୍ୟାପଟେନ୍‌ ବିରାଟ କୋହଲିଙ୍କ ପ୍ରଶଂସା । ଅଧିକ ପଢନ୍ତୁ...

IPL 2021: Virat kohli praises maxwell and harshal patel
IPL 2021: ହ୍ୟାଟ୍‌-ଟ୍ରିକ୍‌ ମ୍ୟାନ ହର୍ଷଲ, ମାକ୍ସୱେଲଙ୍କୁ କୋହଲିଙ୍କ ପ୍ରଶଂସା
author img

By

Published : Sep 27, 2021, 4:23 PM IST

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) କ୍ୟାପଟେନ୍‌ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମିଳିଥିବା ବିଜୟ ପରେ ଗ୍ଳେନ ମାକ୍ସୱେଲ ଓ ହ୍ୟାଟ୍‌-ଟ୍ରିକ୍‌ ମ୍ୟାନ ହର୍ଷଲ ପଟେଲଙ୍କୁ ପ୍ରଶଂସା କରିଛନ୍ତି । ଆରସିବି ପକ୍ଷରୁ ମାକ୍ସୱେଲ ୩୭ ବଲ୍‌ରୁ ୫୬ ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ । ସେହିପରି ହର୍ଷଲ ହ୍ୟାଟ୍‌-ଟ୍ରିକ୍‌ ସମେତ ୪ଟି ୱିକେଟ ହାସଲ କରିଥିଲେ ।

ମାକ୍ସୱେଲଙ୍କ ଇଂନିସ ଅବିଶ୍ବସନୀୟ ଥିଲା ବୋଲି କହିଛନ୍ତି କୋହଲି । ଜଶପ୍ରୀତ ବୁମରାହଙ୍କ ବିପକ୍ଷରେ ନିଜ ସ୍ତରର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିଥାଏ । ଟାର୍ଗେଟ ୧୫ ରନ୍‌ କମ ରହିଥିଲା । ସ୍ଥିତି ଏପରି ଥିଲା ୨୦-୨୫ ରନ୍‌ ଅଧିକ ସଂଗ୍ରହ କରିବାର ଥିଲା କହିଛନ୍ତି କୋହଲି ।

ହର୍ଷଲ ପଟେଲ ତୃତୀୟ RCB ବୋଲର ଭାବେ ଇଣ୍ଡିଆନ ପ୍ରିମୟର ଲିଗ(IPL)ରେ ହ୍ୟା-ଟ୍ରିକ୍‌ ହାସଲ କରିଛନ୍ତି । କୋହଲି କହିଛନ୍ତି ଅଭିଜ୍ଞ ହୋଇଥିବାରୁ ଡାନିଏଲ ଖ୍ରୀଷ୍ଟିଆନଙ୍କୁ ବୋଲିଂ ଦାୟିତ୍ବ ଦେବାନେଇ ଚିନ୍ତା କରୁଥିଲେ ମାତ୍ର ହର୍ଷଲ ଅବିଶ୍ବସନୀୟ ପ୍ରଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.