ETV Bharat / sports

IPL 2021: ମୁମ୍ବାଇର ଘାତକ ବୋଲିଂରେ ଚିତପଟାଙ୍ଗ୍‌ ରାଜସ୍ଥାନ

author img

By

Published : Oct 5, 2021, 9:50 PM IST

Updated : Oct 6, 2021, 6:11 AM IST

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୯୦ ରନ୍‌ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ସାମ୍ନାରେ ୯୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2021: Nathan Coulter-Nile strikes put rajasthan on the mat
IPL 2021: ମୁମ୍ବାଇର ଘାତକ ବୋଲିଂରେ ଚିତପଟାଙ୍ଗ୍‌ ରାଜସ୍ଥାନ

ଶାରଜାହ: ଆଇପିଏଲର ୫୧ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୯୦ ରନ୍‌ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ସାମ୍ନାରେ ୯୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ନାଥନ କୁଲଟର-ନାଇଲ ମାରାତ୍ମକ ବୋଲିଂ ସହ ୪ ଓଭରରେ ୧୪ ରନ୍‌ ବ୍ୟୟରେ ୪ଟି ୱିକେଟ ହାସଲ କରିଛନ୍ତି । ଜେମ୍ସ ନିଶାମ ମଧ୍ୟ ଶାଣିତ ବୋଲିଂ ସହ ୪ ଓଭରରେ ୧୨ ରନ୍‌ ବ୍ୟୟରେ ୩ଟି ଶିକାର କରିଛନ୍ତି ।

ଷ୍ଟାର ବୋଲର ଜଶପ୍ରୀତ ବୁମରାହ ୪ ଓଭରରେ ୧୪ ରନ୍‌ ବ୍ୟୟରେ ୨ଟି ୱିକେଟ ହାତଇଛନ୍ତି । ଫଳରେ ୯ ୱିକେଟ ହରାଇ ରାଜସ୍ଥାନ ମାତ୍ର ୯୦ ରନ୍‌ କରିବାକୁ ସମର୍ଥ ହୋଇଛି । ଇଭିନ ଲିୱିସ ସର୍ବାଧିକ ୨୪ ଓ ଡେଭିଡ ମିଲର ୧୫ ରନ୍‌ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2021, 6:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.