ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଷ୍ଟାର ସ୍ପିନର ରସିଦ ଖାନ ଓ ଅଲରାଉଣ୍ଡର ମହମ୍ମଦ ନବି IPL ୨୦୨୧ର ଅବଶିଷ୍ଟ ମ୍ୟାଚ ଖେଳିବାକୁ ୟୁଏଇରେ ପହଞ୍ଚିଛନ୍ତି । ତେବେ ଉଭୟ ଖେଳାଳି କ୍ବାରେଣ୍ଟିନରେ ରହିଥିବାଲ ଜଣାପଡିଛି । ଇଣ୍ଡିଆନ ପ୍ରିମିୟର ଲିଗ ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚରେ ଦୁଇ ଆଫଗାନ କ୍ରିକେଟର ଭଲ ପୂର୍ବପରି ଭଲ ପ୍ରଦର୍ଶନ କରିବେ ବୋଲି ଟିମ ମ୍ୟାନେଜମେଣ୍ଟ ଆଶାବାଦୀ ରହିଛି ।
ରସିଦ ଗୁରୁବାର ଆଫଗାନିସ୍ତାନ ଜାତୀୟ ଟିମର କ୍ୟାପଟେନ ପଦୁ ଓହରିଯାଇଥିଲେ । ଆଗାମୀ ICC ଟି୨୦ ବିଶ୍ବକପ ପାଇଁ ଟିମ ଚୟନରେ ତାଙ୍କ ପରାମର୍ଶ ନିଆଯାଇନଥିବା ଅଭିଯୋଗ କରିଥିଲେ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB) ଗୁରୁବାର ଟି୨୦ ବିଶ୍ବକପ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଥିଲା । ତେବେ ଚୟନକର୍ତ୍ତା କମିଟି ଓ ACBର ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଥିଲେ ରସିଦ ।
ପରେ ମହମ୍ମଦ ନବି ଆଫଗାନିସ୍ତାନ ଟିମର ନୂଆ କ୍ୟାପଟେନ ଘୋଷିତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ