ETV Bharat / sports

ICC T-20 Rankings: ଶୀର୍ଷ ସ୍ଥାନ ବଜାୟ ରଖିଲେ Sky - ଆଇସିସି ଟି୨୦ ମାନ୍ୟତା

ଆଇସିସି ଟି-୨୦ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 17, 2022, 7:43 AM IST

Updated : Nov 17, 2022, 7:52 AM IST

ହାଇଦ୍ରାବାଦ: ଜାରି ହୋଇଛି ନୂଆ ଆଇସିସି ( International Cricket Council ) ଟି-୨୦ ମାନ୍ୟତା । ଏଥିରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ ୮୫୯ ରେଟିଂ ସହିତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେପଟେ ଷ୍ଟାର ବ୍ୟାଟର ବିରାଟ କୋହଲି ଟି୨୦ ବିଶ୍ବକପରେ ସର୍ବାଧିକ ରନ ସଂଗ୍ରହକାରୀ ହେବା ସତ୍ତ୍ବେ ଟପ୍ ୧୦ରୁ ବାଦ ପଡିଛନ୍ତି । ବିରାଟ ୬୬୩ ରେଟିଂ ସହିତ ୧୧ ଆଇସିସି ଟି୨୦ ମାନ୍ୟତାରେ ୧୧ ସ୍ଥାନରେ ରହିଛନ୍ତି । ସେହିପରି ଟି୨୦ ଅଲରାଉଣ୍ଡର ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେପଟେ ବୋଲିଂ ମାନ୍ୟତାରେ ଟପ୍ ୧୦ରେ କୌଣସି ଭାରତୀୟ ସ୍ଥାନ ପାଇନାହାଁନ୍ତି । ଏହି ତାଲିକାରେ ୧୪ ସ୍ଥାନରେ ରହିଛନ୍ତି ଭୁବନେଶ୍ବର କୁମାର । ତାଙ୍କର ରେଟିଂ ପଏଣ୍ଟ ରହିଛି ୬୩୭ ।

ଟି୨୦ ବିଶ୍ବକପରେ ସୂର୍ଯ୍ୟକୁମାର ଯାଦବ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗୁରୁତ୍ବପୂର୍ଣ୍ଣ ସୁପର ୧୨ ପର୍ଯ୍ୟାୟରେ ଦମଦାର ଇନିଂସ ଖେଳି ସ୍କୋର ବୋର୍ଡକୁ ଆଗକୁ ବଢାଇଥିଲେ । ସେ ସୁପର ୧୨ ପର୍ଯ୍ୟାୟର ୫ ଟି ମ୍ୟାଚରେ ତିନୋଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଯାହା ଫଳରେ ସେ ଆଇସିସି ଟି୨୦ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିପାରିଛନ୍ତି । ସେ ଟି୨୦ ବିଶ୍ବକପରେ ୧୮୯.୬୮ ଷ୍ଟ୍ରାଇକ୍ ରେଟ୍ ସହିତ ୨୩୯ ରନ ସଂଗ୍ରହ କରି ସର୍ବାଧିକ ରନ ସଂଗ୍ରହକାରୀ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ । ସେପଟେ ଦ୍ବିତୀୟ ସ୍ଥାନରେ ୮୩୬ ରେଟିଂ ସହିତ ପାକିସ୍ତାନର ମହମ୍ମଦ ରିଜୱାନ ଥିବା ବେଳେ ୭୭୮ ରେଟିଂ ସହିତ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ରହିଛନ୍ତି ।

Last Updated : Nov 17, 2022, 7:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.