ETV Bharat / sports

Border Gavaskar Trophy: ଟେଷ୍ଟ ଡେବ୍ୟୁ ଅପେକ୍ଷାରେ Sky, ମ୍ୟାଚ ଦେଖିବାକୁ ଆସିବେ ପରିବାର !

ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିନାହାଁନ୍ତି । ତେଣୁ ଟିମ ଇଣ୍ଡିଆର ମିଡିଲ ଅର୍ଡର ମଜଭୁତ କରିବା ପାଇଁ ଦଳ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇପାରେ । ଅଧିକ ପଢନ୍ତୁ

ସୂର୍ଯ୍ୟକୁମାର ଯାଦବ
ସୂର୍ଯ୍ୟକୁମାର ଯାଦବ
author img

By

Published : Feb 8, 2023, 10:38 PM IST

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ସୁଯୋଗ । Skyଙ୍କର ପ୍ରଦର୍ଶନ ଏପର୍ଯ୍ୟନ୍ତ ଦମଦାର ରହିଛି । ଭାରତକୁ ଯେମିତି ହେଲେ ଏହି ମ୍ୟାଚ ଜିତିବା ଦରକାର । ତେଣୁ ଟିମ ଇଣ୍ଡିଆର ମିଡିଲ ଅର୍ଡର ମଜଭୁତ କରିବା ପାଇଁ ଦଳ ତାଙ୍କୁ ପ୍ଲେଇଂ ଇଲେଭେନରେ SKYଙ୍କୁ ସୁଯୋଗ ଦେଇପାରେ । ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିନାହାଁନ୍ତି । ହେଲେ ତାଙ୍କର ଦିନିକିଆ ଏବଂ ଟି୨୦ ପ୍ରଦର୍ଶନକୁ ନଜରରରେ ରଖି ଏହି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରେ । ସେପଟେ ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ବର ପୂଜାରା, ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ଯୁବ ବ୍ୟାଟର ଶୁବମନ ଗିଲଙ୍କ ପ୍ରଦର୍ଶନ ହିଁ ଦଳର ବ୍ୟାଟିଂ ଲାଇନ ଅପକୁ ମଜଭୁତ କରିବ । ତଥାପି ଟିମ ମିଡିଲ ଅର୍ଡରକୁ ଅଣଦେଖା ନ କରି ଗୁରୁତ୍ବ ଦେବ । ଏପଟେ ସୂର୍ଯ୍ୟକୁମାରଙ୍କ ପରିବାର ଲୋକ କାଲି ମ୍ୟାଚ ଦେଖିବାକୁ ଆସିବେ ବୋଲି ସୂଚନା ରହିଛି ।

ରାତି ପାହିଲେ ଖେଳାଯିବ ଐତିହାସିକ ବର୍ଡର ଗାଭାସ୍କର ଟ୍ରଫି । ନାଗପୁର ବିଦର୍ଭ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ବନାମ ଅଷ୍ଟ୍ରେଲିଆ । ଟିମ ଇଣ୍ଡିଆ ପ୍ଲେଇଂ ଇଲେଭେନରେ କିଏ କିଏ ସ୍ଥାନ ପାଇବେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଭାରତ ପାଇଁ ଏହି ସିରିଜ ବିଜୟ ବହୁତ ଆହ୍ବାନପୂର୍ଣ୍ଣ ରହିବ । ତେଣୁ ଆରମ୍ଭରୁ ହିଁ ଉଚିତ ରଣନୀତି ନେଇ ମଇଦାନକୁ ଓହ୍ଲାଇବ ରୋହିତ ବିଗ୍ରେଡ । ଏହି ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ଦୁଇ ଷ୍ଟାର ବ୍ୟାଟର ଋଷଭ ପନ୍ତ ଏବଂ ଶ୍ରେୟାସ ଆୟାର । ଦୁର୍ଘଟଣା କାରଣରୁ ପନ୍ତ ସିରିଜରୁ ସମ୍ପୂର୍ଣ୍ଣ ଭାବରେ ବାଦ ପଡିଥିବା ବେଳେ ଶ୍ରେୟାର ଆୟାର ପରବର୍ତ୍ତୀ ମୁହୂର୍ତ୍ତରେ ସିରିଜରେ ସାମିଲ ହେବା ନେଇ ଆଶା କରାଯାଉଛି । ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ଏହି ଦୁଇ କ୍ରିକେଟରଙ୍କୁ ଅନୁପସ୍ଥିତି କିଏ ପୂରଣ କରିପାରିବ ତାକୁ ନେଇ କ୍ରିକେଟ ମହଲରେ ବିଭିନ୍ନ ଚର୍ଚ୍ଚା କରାଯାଇଛି । ତେବେ ଦିନିକିଆ ଏବଂ ଟି୨୦ ଫର୍ମାଟରେ ନିଜର ପ୍ରଦର୍ଶନ ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳି ପାରିବା ନେଇ କୁହାଯାଉଛି । ସେପଟେ ଟେଷ୍ଟରେ ଫର୍ମାଟରେ ଡେବ୍ୟୁ କରିବା ନେଇ ନିଜକୁ ପ୍ରସ୍ତୁତ କରିଛନ୍ତି Sky ।

ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବା ପାଇଁ ଦୀର୍ଘ ଦିନଧରି ଅପେକ୍ଷା କରି ରହିଛନ୍ତି । ତାଙ୍କୁ ବର୍ଷ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସାମିଲ କରାଯାଇଥିଲା । କିନ୍ତୁ ସେଥିରେ Sky ଡେବ୍ୟୁ କରିପାରିନଥିଲେ । ତାଙ୍କ ବଦଳରେ ଦଳ ଶ୍ରେୟାସ ଆୟାରଙ୍କୁ ସୁଯୋଗ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.