ହାଇଦ୍ରାବାଦ: ଚମକିଲେ ସୂର୍ଯ୍ୟ । ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ହାସଲ କଲେ ଶୀର୍ଷ ସ୍ଥାନ । ପାକିସ୍ତାନ ବ୍ୟାଟର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ SKY ହୋଇଛନ୍ତି ନମ୍ବର ୧ ଟି୨୦ ବ୍ୟାଟର । ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତାରେ ଶ୍ରେଷ୍ଠ ବ୍ୟାଟର ହେଲେ ସୂର୍ଯ୍ୟକୁମାର ଯାଦବ । ଦମଦାର ଫର୍ମରେ ଥିବା SKY ଚଳିତ ବିଶ୍ବକପରେ ନିଜର ବ୍ୟାଟିଂ ଜଲୱା ଦେଖାଇ ଏହି ଉପଲବ୍ଧି ହାସଲ କରିବାର ସଫଳ ହୋଇପାରିଛନ୍ତି । ସେପଟେ ଟି୨୦ ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜୱାନ ।
-
𝐒𝐊𝐘 𝐇𝐈𝐆𝐇 🌟
— ICC (@ICC) November 2, 2022 " class="align-text-top noRightClick twitterSection" data="
Suryakumar Yadav is the new No.1 Men's T20I batter 👑
More 👉 https://t.co/DBmrAmzBYB#T20WorldCup | @MRFWorldwide pic.twitter.com/MUAgXYJFfY
">𝐒𝐊𝐘 𝐇𝐈𝐆𝐇 🌟
— ICC (@ICC) November 2, 2022
Suryakumar Yadav is the new No.1 Men's T20I batter 👑
More 👉 https://t.co/DBmrAmzBYB#T20WorldCup | @MRFWorldwide pic.twitter.com/MUAgXYJFfY𝐒𝐊𝐘 𝐇𝐈𝐆𝐇 🌟
— ICC (@ICC) November 2, 2022
Suryakumar Yadav is the new No.1 Men's T20I batter 👑
More 👉 https://t.co/DBmrAmzBYB#T20WorldCup | @MRFWorldwide pic.twitter.com/MUAgXYJFfY
ଆଜି (ବୁଧବାର) ଆଇସିସି ନୂତନ ଟି-୨୦ ବ୍ୟାଟିଂ ମାନ୍ୟତା ଜାରି କରିଛି । ସେଥିରେ ୮୬୩ ରେଟିଂ ସହିତ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ମଇଦାନରେ ସବୁ ଦିଗରେ ସଟ୍ ଖେଳିବାରେ କ୍ଷମତା ରଖନ୍ତି SKY । ଚଳିତ ଟି୨୦ ବିଶ୍ବକପରେ ସେ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ବିପକ୍ଷରେ ନିଜର ଦମଦାର ଇନିଂସ ପ୍ରଦର୍ଶନ କରିଥିଲେ । ଯାହା ତାଙ୍କୁ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାରେ ସହାୟକ ହୋଇଛି । SKY ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୦ ବଲରୁ ୬୮ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ୨୫ ବଲରୁ ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।
ସେପଟେ ଦୀର୍ଘ ଦିନ ଧରି ଟି୨୦ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ସ୍ଥିର ରହିଥିଲେ ପାକିସ୍ତାନ ବ୍ୟାଟର ମହମ୍ମଦ ରିଜୱାନ । ସେ ଆଇସିସିର ନୂତନ ବ୍ୟାଟିଂ ମାନ୍ୟତାରେ ୮୪୨ ରେଟିଂ ସହିତ ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ଡେଭିଡ କନୱେ ୭୯୨ ରେଟିଂ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜମ ୭୮୦ ରେଟିଂ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେପଟେ ୬୩୮ ରେଟିଂ ସହିତ ଦଶମ ସ୍ଥାନରେ ରହିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ଅଧିନାୟକ ରୋହିତ ଶର୍ମା ୬୦୧ ରେଟିଂ ସହିତ ୧୫ ସ୍ଥାନରେ ରହିଛନ୍ତି ।
ସେପଟେ ଆଇସିସି ଟି୨୦ ବୋଲିଂ ମାନ୍ୟତାରେ ଆଫଗାନିସ୍ତାନ ରସିଦ ଖାନ ୭୦୦ ରେଟିଂ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଦ୍ବିତୀୟ ୬୯୭ ରେଟିଂ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଇସିସି ଟି୨୦ ବୋଲିଂ ମାନ୍ୟତା ଟପ୍ ଟେନରେ କୌଣସି ଭାରତୀୟ ବୋଲର ସ୍ଥାନ ପାଇପାରିନାହାଁନ୍ତି । ଏହି ତାଲିକାରେ ଏକାଦଶ ସ୍ଥାନରେ ୬୪୯ ରେଟିଂ ସହିତ ଭୁବନେଶ୍ବର କୁମାର ରହିଛନ୍ତି । ୬୨୭ ରେଟିଂ ସହିତ ୧୮ ସ୍ଥାନରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବୀନ ।
ସେହିପରି ଆଇସିସି ଟି୨୦ ଅଲରାଉଣ୍ଡର ମାନ୍ୟତାରେ ରହିଛନ୍ତି ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ । ତାଙ୍କର ୨୫୫ ରେଟିଂ ରହିଛି । ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ୨୪୪ ରେଟିଂ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଇସିସି ଟି୨୦ ଅଲରାଉଣ୍ଡର ମାନ୍ୟତା ତୃତୀୟ ସ୍ଥାନରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କର ୧୮୨ ରେଟିଂ ରହିଛି ।