କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଏହି ସିରିଜ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ୩୮ ରନରେ ଜିତି ନେଇଥିଲା ।
-
Sri Lanka have won the toss and opted to bowl in the second #SLvIND T20I 🏏
— ICC (@ICC) July 28, 2021 " class="align-text-top noRightClick twitterSection" data="
🗒 https://t.co/9JvOENyynr pic.twitter.com/RqlCY5KBAD
">Sri Lanka have won the toss and opted to bowl in the second #SLvIND T20I 🏏
— ICC (@ICC) July 28, 2021
🗒 https://t.co/9JvOENyynr pic.twitter.com/RqlCY5KBADSri Lanka have won the toss and opted to bowl in the second #SLvIND T20I 🏏
— ICC (@ICC) July 28, 2021
🗒 https://t.co/9JvOENyynr pic.twitter.com/RqlCY5KBAD
ଶ୍ରୀଲଙ୍କା ପାଇଁ ଆଜିର ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ଆଜିର ମ୍ୟାଚରେ ପରାଜିତ ହେଲେ ଶ୍ରୀଲଙ୍କା ଦିନିକିଆ ଭଳି ଟି-୨୦ ସିରିଜ ମଧ୍ୟ ଭାରତ ହାତକୁ ଟେକିଦେବ । ଗତ ମ୍ୟାଚରେ ଶ୍ରୀଲଙ୍କା ଭଲ ବୋଲିଂ କରିଥିଲେ ସୁଦ୍ଧା ଦଳ ବ୍ୟାଟିଂରେ ଫେଲ ମାରିଥିଲା । ସପେଟ ଆଜିର ମ୍ୟାଚରେ ଭାରତୀୟ ଦଳ ଦମଦାର ବ୍ୟାଟିଂ କରିବାକୁ ଚେଷ୍ଟା କରିବ ।
ଭାରତ ପକ୍ଷରୁ ଆଜିର ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟରେ ୪ ଜଣ ଗତ ମ୍ୟାଚରେ ଡେବ୍ୟୁ କରିଥିଲେ । ସେପଟେ ଶ୍ରୀଲଙ୍କା ଦ୍ବିତୀୟ ଟି-୨୦ ପାଇଁ ଅପରିବର୍ତ୍ତିତ ରହିଛି ।
ଭାରତ ଚୁଡ଼ାନ୍ତ ଏକାଦଶ
ଶିଖର ଧାୱନ, ଋତୁରାଜ ଗାୟୱାଡ, ଦେବଦତ୍ତ ପାଦ୍ଦିକଲ, ସଞ୍ଜୁ ସାମସନ, ନୀତିଶ ରାଣା, ଭୁବନେଶ୍ବର କୁମାର, କୁଳଦୀବ ଯାଦବ, ରାହୁଲ ଚହର, ନବଦୀବ ସାଇନି, ଚେତନ ସାକାରିଆ, ବରୁଣ ଚକ୍ରବର୍ତ୍ତୀ ।
ଶ୍ରୀଲଙ୍କା ଚୁଡ଼ାନ୍ତି ଏକାଦଶ
ଅଭିସ୍କା ଭର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଧନଞ୍ଜୟ ଡି ସିଲଭା, ସଦିରା ସମରବିକ୍ରମ, ଡାସୁନ ଶନକ, ରମେଶ ମେଣ୍ଡିସ, ୱାନିନ୍ଦୁ ହାସାରଙ୍ଗା, ଚମିକା କରୁଣାରତ୍ନେ, ଇଶୁରୁ ଉଡାନା, ଅକିଲ ଧନଞ୍ଜୟ, ଦୁଶ୍ମନ୍ତ ଚମିରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ