ETV Bharat / sports

IND vs SL 1st T-20: ୬୨ ରନ୍‌ରେ ହାରିଲା ଶ୍ରୀଲଙ୍କା, ଭାରତ ୧-୦ରେ ଆଗୁଆ - ଭାରତ ବନାମ ଶ୍ରୀଲଙ୍କା ଟି-୨୦ ମ୍ୟାଚ ଖବର

ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ଭାରତ ଦେଇଥିବା ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ମାତ୍ର ୧୩୭ ରନ୍‌ କରିବାକୁ ସକ୍ଷମ ହୋଇ ପାରିଥିଲା । ଅଧିକ ପଢ଼ନ୍ତୁ

IND vs SL 1st T-20:  ୬୨ ରନ୍‌ରେ ହାରିଲା ଶ୍ରୀଲଙ୍କା, ଭାରତ ୧-୦ରେ ଆଗୁଆ

author img

By

Published : Feb 24, 2022, 10:59 PM IST

ଲକ୍ଷ୍ନୌ: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ଭାରତ ଦେଇଥିବା ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ମାତ୍ର ୧୩୭ ରନ୍‌ କରିବାକୁ ସକ୍ଷମ ହୋଇ ପାରିଥିଲା । ଶ୍ରୀଲଙ୍କା ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଇନିଂସର ପ୍ରଥମ ବଲ୍‌ରେ ପଥୁମ ନିଶଙ୍କ ଭୁବନେଶ୍ବର କୁମାରଙ୍କ ବଲ୍‌ରେ ଆଉଟ ହୋଇଥିଲେ ।

ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିବା ଶ୍ରୀଲଙ୍କା । ୧୦ ଓଭର ବେଳକୁ ଶ୍ରୀଲଙ୍କା ୪ ୱିକେଟ ହରାଇ ମାତ୍ର ୫୧ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା । ଗୋଟିଏ ପଟେ ଚରିଥ ଆଶାଲଙ୍କା ସଂଘର୍ଷ କରି ବଡ଼ ସଟ୍‌ ଖେଳିବା ଜାରି ରଖିଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର ପିଚ୍‌ରେ ଅଧିକ ସମୟ ବିତାଇ ପାରିନଥିଲେ । ଆଶାଲଙ୍କା ୪୭ ବଲ୍‌ ଖେଳି ୫୧ ରନ୍‌ କରିଥିଲେ । ତାଙ୍କ ପଛକୁ ଦୁଶ୍ମନ୍ତ ଚମିରା ୧୪ ବଲ୍‌ରୁ ୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ।

ଆଉ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଜବାବ ଦେଇ ପାରିନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୬ ୱିକେଟ ହରାଇ ୧୩୭ ରନ୍‌ କରିଥିଲା । ସେପଟେ ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ଭେଙ୍କେଟଶ ଆୟର ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ୟୁଜିବେନ୍ଦ୍ର ଚହଲ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଏହପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୧୧୧ ରନ୍‌ ହାସ କରିଥିଲା । ଏହାପରେ ୧୨ତମ ଓଭରରେ ରୋହିତ ଶର୍ମା ୩୨ ବଲ୍‌ରୁ ୪୪ ରନ୍‌ ଆଉଟ ହୋଇଥିଲେ । ଏହାସତ୍ତ୍ବେ ଭାରତ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଜାରି ରଖିଥିଲେ ।

ଶ୍ରେୟସ ଆୟର ଓ ଇଶାନ କିଶନ ବଡ଼ ସଟ୍‌ ଖେଳି ଶ୍ରୀଲଙ୍କା ବୋଲରଙ୍କ ଅଙ୍କ ବିଗାଡ଼ି ଦେଇଥିଲେ । ଇଶାନ କିଶନ ଆଜିର ମ୍ୟାଚ୍‌ରେ ଶତକରୁ ବଞ୍ଚିତ ହୋଇଛନ୍ତି । ସେ ୫୬ ବଲ୍‌ରୁ ୮୯ ରନ୍‌ ଯୋଡ଼ିଥିଲେ । ସେଥିମଧ୍ୟରେ ୧୦ ଚୌକା ସାମିଲ ଥିବାବେଳେ ୩ ଛକା ସାମିଲ ଥିଲା । ଶ୍ରେୟସ ଆୟର ମଧ୍ୟ ୨୮ ବଲ୍‌ରୁ ଦ୍ରୁତ ୫୭ ରନ୍‌ କରିଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୨ ୱିକେଟ ହରାଇ ୧୯୯ ରନ୍‌ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.