କଲମ୍ବୋ: ଶ୍ରୀଲଙ୍କା ବ୍ୟାଟର ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । 33 ବର୍ଷୀୟ ଖେଳାଳି 12 ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି । 2014ରେ ବିଶ୍ବକପ ବିଜେତା ଶ୍ରୀଲଙ୍କା ଦଳର ସଦସ୍ୟ ଥିଲେ ଲାହିରୁ ଥିରିମାନେ । 12 ବର୍ଷ ଅନ୍ତର୍ଜାତୀୟ କ୍ୟାରିଅରରେ ସେ 44ଟି ଟେଷ୍ଟ, 127ଟି ଦିନିକିଆ ଓ 26ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି ।
2010ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଲାହିରୁ ଥିରିମାନେ । ଲାହିରୁ ଥିରିମାନେ ତାଙ୍କ ସୋସିଆଲ ମିଡିଆରେ ତାଙ୍କ ଅବସର ନେଇ ଏକ ପୋଷ୍ଟ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ''ଗତ କିଛି ବର୍ଷ ହେବ ମୋ ଦେଶକୁ ପ୍ରତିନିଧିତ୍ବ କରିବ ମୋ ପାଇଁ ସମ୍ମାନର କଥା । ଏହି ଖେଳ ମୋତେ ବହୁତ କିଛି ଦେଇଛି । ଜଣେ ଖେଳାଳି ଭାବରେ ମୁଁ ମୋର ସର୍ବଶ୍ରେଷ୍ଠ ଦେଇଛି । ସର୍ବଶ୍ରେଷ୍ଠ ଦେବାକୁ ପ୍ରୟାସ ମଧ୍ୟ କରିଛି । ମୋ ମାତୃଭୂମି ପ୍ରତି ସଚ୍ଚୋଟତା ନୈତିକତା ସହ ମୋର କର୍ତ୍ତବ୍ୟ କରିଛି । ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି । ଏହି ନିଷ୍ପତ୍ତି କଠିନ ଥିଲା । ଏହା ପଛରେ ବହୁତ କାରଣ ରହିଛି । ମାତ୍ର ନିର୍ଣ୍ଣୟ ନେବାକୁ ପଡିଲା । ମୋର ସହଯୋଗୀ ସାଥୀ ଖେଳାଳି ଓ ପ୍ରଶିକ୍ଷକଙ୍କ ଯୋଗୁଁ ଏତେ ବାଟ ଆସିପାରିଛି । ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ଦେଇଥିବାରୁ ଅନେକ ଅନେକ ଶ୍ରୀଲଙ୍କା କ୍ରିକେଟକୁ ଧନ୍ୟବାଦ ।''
ଲାହିରୁ ଥିରିମାନେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ 44ଟି ଟେଷ୍ଟ, 127ଟି ଦିନିକିଆ ଓ 26ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ସେଥିରେ 3ଟି ଟି-ଟ୍ବେଣ୍ଟି ବିଶ୍ବକପ ଓ ଖେଳିବା ସହ 2ଟି ଦିନିକିଆ ବିଶ୍ବକପ ଖେଳିଛନ୍ତି । 2014ରେ ଶ୍ରୀଲଙ୍କାକୁ ବିଜୟୀ କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । 5ଟି ଦିନିକିଆରେ ସେ ଦଳର ନେତୃତ୍ବ ନେଇଛନ୍ତି । 2022ରେ ଭାରତ ବିପକ୍ଷରେ ବେଙ୍ଗାଲୁରୁରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।
ଏହା ବି ପଢନ୍ତୁ...INDvsWI 2nd Test: ଇଣ୍ଡିଜର ଲକ୍ଷ୍ୟ 365, ବିଜୟଠୁ 8 ୱିକେଟ ଦୂରରେ ଇଣ୍ଡିଆ
ଏହା ବି ପଢନ୍ତୁ...Tampere Open Tennis: ଚତୁର୍ଥ ATP ଚ୍ୟାଲେଞ୍ଜର ଟାଇଟଲ ଜିତିଲେ ସୁମିତ ନାଗଲ
ଏହା ବି ପଢନ୍ତୁ...ଧୋନୀଙ୍କ ପରେ କିଏ ନେବ CSK ନେତୃତ୍ବ ? ଏହି ଖେଳାଳିଙ୍କ ନାଁ କହିଲେ ରାୟୁଡୁ..
ଶ୍ରୀଲଙ୍କାର ଏହି ଟପ ଅର୍ଡର ବ୍ୟାଟରଙ୍କୁ ପୂର୍ବତନ ବ୍ୟାଟର କୁମାର ସାଙ୍ଗାକାରାଙ୍କ ଉତ୍ତରାଧିକାରୀ ବିବେଚନା କରାଯାଇଥିଲା । କେତୋଟି ଖରାପ ଇନିଂସ ପାଇଁ ତାଙ୍କୁ ଦଳକୁ ବାଦ ଦିଆଯାଇଥିଲା । ସେ ଖେଳିଥିବା 44ଟି ଟେଷ୍ଟରେ ମୋଟ 2088ରନ, ଦିନିକିଆରେ 3164 ରନ ଓ ଟି-ଟ୍ବେଣ୍ଟିରେ 291ରନ କରିଛନ୍ତି । 135ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ସେ 8,539 ରନ କରିଛନ୍ତି । ଏଥିରେ ତାଙ୍କର 22ଟି ଶତକ ଓ 42ଟି ଅର୍ଦ୍ଧଶତକ ରହିଛି ।