ETV Bharat / sports

Sri Lanka Economic Crisis: ମାତୃଭୂମିର ଦୁଃଖ ନେଇ କ୍ରିକେଟରଙ୍କ ଉଦ୍‌ବେଗ

author img

By

Published : Apr 4, 2022, 6:49 PM IST

ଶ୍ରୀଲଙ୍କା ନିଜର ସ୍ବାଧୀନତା ପରଠାରୁ ସବୁଠୁ ଖରାପ ସଙ୍କଟ ସମୟ ଦେଇ ଗତି କରୁଛି । ଇଣ୍ଡିଆନ ପ୍ରିମିୟର ଲିଗ(IPL) ପାଇଁ ଖେଳୁଥିବା ଅନେକ ବର୍ତ୍ତମାନ ଓ ପୂର୍ବତନ କ୍ରିକେଟର ନିଜର ମାତୃଭୂମୀର ବର୍ତ୍ତମାନ ସ୍ଥିତି ନେଇ ଚିନ୍ତାପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ

ମାତୃଭୂମୀର ଦୁଃଖ ନେଇ ଶ୍ରୀଲଙ୍କା କ୍ରିକେଟରଙ୍କ ଉଦ୍‌ବେଗ

କଲମ୍ବୋ: ଭୁଶୁଡି ପଡିଛି ଦ୍ବୀପଦେଶର ଆର୍ଥିକ ମେରୁଦଣ୍ଡ । ମହଙ୍ଗା ମାଡରେ ଦେଶରେ ଦେଖାଦେଇଛି ଅରାଜକତା ଓ ହାହାକାର ସ୍ଥିତି । ବଡଧରଣର ଆର୍ଥିକ ସଙ୍କଟର ସାମ୍ନା କରୁଛି ପଡୋଶୀ ଦେଶ ଶ୍ରୀଲଙ୍କା । ନିଜ ଦେଶର ଏପରି ସଙ୍ଗୀନ ସ୍ଥିତି ଦେଖି ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀଲଙ୍କା କ୍ରିକେଟର । ଏଥିସହ ସରକାର ଜରୁରୀକାଳୀନ ଆଇନ୍‌ ଓ କର୍ଫ୍ୟୁ ଲଗାଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଅଧିକାର ଦବାଇବାର ପ୍ରୟାସ ନେଇ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି କ୍ରିକେଟର ।

ପୂର୍ବତନ କ୍ୟାପଟେନ୍‌ ଓ ଶ୍ରୀଲଙ୍କାର ପୁରୁଷ ସିନିୟର ଟିମର ବର୍ତ୍ତମାନ ପରାମର୍ଶଦାତା କୋଚ୍‌, ୧୯ ବର୍ଷରୁ କମ ପୁରୁଷ ଟିମ ଓ ଶ୍ରୀଲଙ୍କା ଏ ଟିମ, ଆଇପିଏଲରେ ଥିବା ମହେଲା ଜୟବର୍ଦ୍ଧନେ, କୁମାର ସାଙ୍ଗାକାରା, ଭାନୁକା ରାଜପକ୍ଷ, ଓ ୱାନିନ୍ଦୁ ହସରଙ୍ଗା ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ।

ମହେଲା ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, "ମୁଁ ଶ୍ରୀଲଙ୍କାରେ ଜରୁରୀକାଳୀନ ଆଇନ ଓ କର୍ଫ୍ୟୁକୁ ଦେଖି ଦୁଃଖିତ । ବିରୋଧ କରିବା ଲୋକଙ୍କ ସଂପୂର୍ଣ୍ଣ ଅଧିକାର ରହିଛି, ସରକାର ସେମାନଙ୍କର ଆବଶ୍ୟକତାକୁ ଅଣଦେଖା କରିପାରିବେ ନାହିଁ । ବାହାଦୂର ଶ୍ରୀଲଙ୍କା ଓ ଓକିଲଙ୍କ କାର୍ଯ୍ୟ ଉପରେ ଗର୍ବିତ, ଯେଉଁମାନେ ତାଙ୍କୁ ବଞ୍ଚାଇବାରେ ଲାଗିପଡିଛନ୍ତି ।"

ସଚ୍ଚୋଟ ନେତା ତ୍ରୁଟିର ମାଲିକ ହୋଇଥାନ୍ତି । ଆମ ଦେଶର ଲୋକଙ୍କୁ ଏପରି ଅସୁବିଧା ସମୟରେ ଏକଜୁଟ ହେବା ଜରୁରୀ । ଏ ସମସ୍ୟା ମନୁଷ୍ୟକୃତ ଓ ଯୋଗ୍ୟ ଲୋକଙ୍କ ଦ୍ବାରା ସ୍ଥିର କରାଯାଇପାରେ । ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରିତ କରୁଥିବା କିଛି ଲୋକଙ୍କ ଉପରେ ଦେଶ ବିଶ୍ବାସ ହରାଇସାରିଛି । ଆମେ ଦେଶକୁ ବିଶ୍ବାସ ଦେବା ପାଇଁ ଏକ ଭଲ ଟିମର ଆବଶ୍ୟକ।

ଏ ସମୟ ବାହାନା କିମ୍ବା ବର୍ବାଦ କରିବାର ନୁହେଁ ବରଂ ବିନମ୍ର ହେବା ଓ ସଠିକ କାର୍ଯ୍ୟ କରିବାର ସମୟ । ସାଙ୍ଗାକାରା ମଧ୍ୟ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଶ୍ରୀଲଙ୍କାବାସୀ କଳ୍ପନା ଠାରୁ ସବୁଠୁ ଅଧିକ କଠିନ ସମୟ ଦେଇ ଗତିକରୁଛନ୍ତି । ଲୋକଙ୍କୁ ଓ ପରିବାରକୁ ନିରାଶା ଦେଖି ଦୁଃଖ ଲାଗୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.