ETV Bharat / sports

Sri Lanka Cricket Board suspended: ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଶନିଦଶା, ନିଲମ୍ବନ କଲା ICC

author img

By ETV Bharat Odisha Team

Published : Nov 10, 2023, 10:51 PM IST

ବିଶ୍ବକପ୍‌ ୨୦୨୩ରେ ଶୋଚନୀୟ ପ୍ରଦର୍ଶନ ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଏକ ଖରାପ ସମୟ ଦେଇ ଗତି କରୁଛି । ବିଶ୍ବକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଭାଙ୍ଗି ଦେଇଥିଲେ ଶ୍ରୀଲଙ୍କା ସରକାର । ଏବେ କ୍ରିକେଟ୍‌ ବୋର୍ଡ କାର୍ଯ୍ୟରେ ସରକାରଙ୍କର ଅତ୍ୟଧିକ ହସ୍ତକ୍ଷେପ ପାଇଁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ନିଲମ୍ବନ କରିଛି ଆଇସିସି । ଅଧିକ ପଢ଼ନ୍ତୁ

ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ନିଲମ୍ବନ କଲା ଆଇସିସି

ହାଇଦ୍ରାବାଦ: ଭାରତରେ ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଶୋଚନୀୟ ପ୍ରଦର୍ଶନ ଶ୍ରୀଲଙ୍କା କ୍ରିକେଟ୍‌କୁ ଖରାପ ସମୟକୁ ଠେଲି ଦେଇଛି । ଲିଗ୍‌ ପର୍ଯ୍ୟାୟରେ ଶୋଚନୀୟ ପ୍ରଦର୍ଶନ ପରେ ପ୍ରଥମେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଭାଙ୍ଗି ଦେଇଥିଲେ ଶ୍ରୀଲଙ୍କା ସରକାର । ଏବେ ବୋର୍ଡକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ନିଲମ୍ବନ କରିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଆଇସିସି ସଦସ୍ୟତାକୁ ସାମୟିକ ଭାବେ ରଦ୍ଦ କରିଛି ଆଇସିସି । କ୍ରିକେଟ ପରିଚାଳନାରେ ଅତ୍ୟଧିକ ସରକାରୀ ହସ୍ତକ୍ଷେପ ଯୋଗୁଁ ଆଇସିସି ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି । ବିଶ୍ବକପ୍‌ ୨୦୨୩ ଜାରି ରହିଥିବାବେଳେ ଆଇସିସିର ଏହି ପଦକ୍ଷେପ ଶ୍ରୀଲଙ୍କା ପାଇଁ ଏକ ବଡ଼ ଧକ୍କା ସଦୃଶ ହୋଇଛି ।

ପ୍ରକାଶଯୋଗ୍ୟ, ଭାରତରେ ଆୟୋଜିତ ବିଶ୍ବକପ୍‌ ୨୦୨୩ରେ ଶ୍ରୀଲଙ୍କାର ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ଥିଲା । ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହେବା ସହିତ ପଏଣ୍ଟ୍ସ ଟେବୁଲର ୯ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଶ୍ରୀଲଙ୍କା କ୍ରିକେଟ ଦଳ । ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ସହ ସେମି ଦୌଡ଼ରୁ ମଧ୍ୟ ବାଦ୍‌ ପଡ଼ିସାରିଛି ଶ୍ରୀଲଙ୍କା । ବିଶ୍ବକପ୍‌ ୨୦୨୩ରେ ଏଭଳି ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭାଙ୍ଗିଥିଲେ ଶ୍ରୀଲଙ୍କା ସରକାର । ଏହାପୂର୍ବରୁ ବୋର୍ଡର ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାପରେ ତଦନ୍ତ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଏକ କମିଟି ମଧ୍ୟ ଗଠନ କରିଥିଲେ । କିନ୍ତୁ ସରକାରଙ୍କ ଏପରି କାର୍ଯ୍ୟ କ୍ରିକେଟ୍‌ରେ ଅତ୍ୟଧିକ ହସ୍ତକ୍ଷେପ ବୋଲି ଆଇସିସି ବିଚାର କରିଛି । ଏହି କାରଣରୁ ଶ୍ରୀଲଙ୍କା ବୋର୍ଡର ସଦସ୍ୟତାକୁ ଆଇସିସି ରଦ୍ଦ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭାରତଠୁ ଶୋଚନୀୟ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ଏନେଇ ଆଇସିସି ପକ୍ଷରୁ କୁହାଯାଇଛି, "ବୋର୍ଡ ସହ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ଯେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଆଇସିସିର ଏକ ସଦସ୍ୟ ଭାବେ ନିଜର ଦାୟିତ୍ବକୁ ଗୁରୁତର ଭାବେ ଉଲ୍ଲଙ୍ଘନ କରୁଛି । ସରକାରୀ ହସ୍ତକ୍ଷେପ ଯୋଗୁଁ ଏହା ନିଜର ସ୍ବତନ୍ତ୍ରତା ହରାଇଛି । ବୋର୍ଡର କାର୍ଯ୍ୟରେ ଯେପରି ସରକାରଙ୍କ କୌଣସି ହସ୍ତକ୍ଷେପ ନହୁଏ, ତାହା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।" ସେପଟେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ସସ୍‌ପେଣ୍ଡ ପରେ ଦେଶର କ୍ରୀଡାମନ୍ତ୍ରୀ ଏକ କମିଟି ଗଠନ କରିଛନ୍ତି । ୧୯୯୬ ବିଶ୍ବକପ୍‌ ବିଜୟୀ ଅଧିନାୟକ ଅର୍ଜୁନ ରଣତଙ୍ଗାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଜଜ୍‌ଙ୍କ ସମେତ ଆଉ ୫ ଜଣ ସାମିଲ ଅଛନ୍ତି । ନୂଆ ବୋର୍ଡ ଗଠନ ନହେବା ପର୍ଯ୍ୟନ୍ତ ଏହି କମିଟି ହିଁ ବୋର୍ଡର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.