ETV Bharat / sports

IPL 2022: ପଞ୍ଜାବ ବିପକ୍ଷରେ ହାଇଦ୍ରାବାଦ ୭ ୱିକେଟରେ ବିଜୟୀ - ଆଇପିଏଲ ଲାଟେଷ୍ଟ ଖବର

ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଜବରଦସ୍ତ ବିଜୟ । ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୩ଟି ବଲ୍‌ ବାକିଥାଇ ହାସଲ କରିନେଇଛି ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ

IPL 2022: ପଞ୍ଜାବ ବିପକ୍ଷରେ ହାଇଦ୍ରାବାଦ ୭ ୱିକେଟରେ ବିଜୟୀ

author img

By

Published : Apr 17, 2022, 7:51 PM IST

ମୁମ୍ବାଇ: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଜବରଦସ୍ତ ବିଜୟ । ୧୫୨ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହାଇଦ୍ରାବାଦ ୧୮.୫ ଓଭରରେ ହାସଲ କରିନେଇଛି । ଦଳୀୟ ସ୍କୋର୍‌ ୧୪ ରନ୍‌ ହୋଇଥିବା ବେଳେ ହାଇଦ୍ରାବାଦ ପ୍ରଥମ ୱିକେଟ ହରାଇଥିଲା । ତେବେ ଏହାପରେ ଦ୍ବିତୀୟ ୱିକେଟ ପାଇଁ ରାହୁଲ ତ୍ରିପାଠୀ ଓ ଅଭିଶେକ ଶର୍ମାଙ୍କ ମଧ୍ୟରେ ଭଲ ଭାଗିଦାରୀ ହୋଇଥିଲା ।

ଏହାପରେ ୬୨ ରନ୍‌ ସ୍କୋର୍‌ ବେଳକୁ ରାହୁଲ ତ୍ରିପାଠୀ ରାହୁଲ ଚହରଙ୍କ ଶିକାର ହୋଇଥିଲେ । ତେବେ ଏହାପରେ ଆଡନ ମାର୍କ୍ରମ ଧୁଆଁଧାର ପାଳି ଖେଳିଥିଲେ । ସେ ମାତ୍ର ୨୭ ବଲ୍‌ରୁ ୪୧ ରନ୍‌ କରି ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ । ଏହାରି ମଧ୍ୟରେ ଅଭିଶେକ ଶର୍ମା ୩୧ ରନ୍‌ କରି ଆଉଟ ହୋଇଥିଲେ । ଶେଷରେ ନିକୋଲାସ ପୋରନ ଓ ମାର୍କ୍ରମ ଦ୍ରୁତ ରନ୍‌ କରି ହାଇଦ୍ରାବାଦକୁ ବିଜୟୀ କରାଇଥିଲେ । ପଞ୍ଜାବ ପକ୍ଷରୁ ରାହୁଲ ଚହର ଦୁଇଟି ୱିକେଟ ନେଇଥିବା ବେଳେ, କାଗିସୋ ରବାଡା ଗୋଟିଏ ୱିକେଟ ନେଇଥିଲେ ।

ପୂର୍ବରୁ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲା । ଯୁବ ଫାଷ୍ଟ ବୋଲର ଉମରାନ ମଲିକ ଓ ଭୁବନେଶ୍ବର କୁମାରଙ୍କ ଶୃଙ୍ଖଳିତ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଥିଲେ ପଞ୍ଜାବ ବ୍ୟାଟର । ପଞ୍ଜାବ ପକ୍ଷରୁ ଲିଆମ ଲିଭିଂଷ୍ଟୋନ୍‌ ୬୦ ରନ୍‌ କରି ଦଳୀୟ ସ୍କୋର୍‌ ୧୫୧ ରନ୍‌ରେ ପହଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.