ETV Bharat / sports

Ind SA Tour: ରୋହିତ-କୋହଲିଙ୍କ ମଧ୍ୟରେ ସବୁ କଛି ଠିକ ଅଛି ତ ? ଏମିତି ହେଉଛି ଆଲୋଚନା - ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଆଲୋଚନା

ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଟିମ୍‌ରୁ ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି । ସେପଟେ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ନେବାକୁ ବିରାଟ କୋହଲି ଆବେଦନ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହାକୁ ନେଇ ହେଉଛି ନାନା ଆକଳନ । ଅଧିକ ପଢ଼ନ୍ତୁ

Ind SA Tour: ରୋହିତ ଓ କୋହଲିଙ୍କ ମଧ୍ୟରେ ସବୁ ଠିକ୍‌ ନଥିବା ଆଲୋଚନା

author img

By

Published : Dec 14, 2021, 9:51 PM IST

ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିରୋଦରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ତେବେ ଆହତ ଜନିତ ସମସ୍ୟା ଯୋଗୁଁ ଟେଷ୍ଟ ଟିମ୍‌ରୁ ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି । ସେପଟେ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ନେବାକୁ ବିରାଟ କୋହଲି ଆବେଦନ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ।

  • Virat Kohli has informed that he's not available for the ODI series & Rohit Sharma is unavailable fr d upcoming test. There is no harm in takin a break but d timing has to be better. This just substantiates speculation abt d rift. Neither wil be giving up d other form of cricket.

    — Mohammed Azharuddin (@azharflicks) December 14, 2021 " class="align-text-top noRightClick twitterSection" data=" ">

ପରିବାର ସହ କିଛି ଗୁରୁତ୍ବପୂର୍ଣ୍ଣ ସୟମ ବିତାଇବାକୁ ବିରାଟ କୋହଲି ବିଶ୍ରାମ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ହେଲେ ଏହା ବିଶ୍ରାମ ନେବାକୁ ସଠିକ ସମୟ ନୁହେଁ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ।

ରୋହିତ ଶର୍ମା ଓ କୋହଲିଙ୍କୁ ନେଇ ଭାରତୀୟ ଦଳରେ ସବୁକିଛି ଠିକ୍‌ ନଥିବା ଆକଳନ କରାଯାଉଛି । ମହମ୍ମଦ ଆଝାରୁଦ୍ଦିନ ଏକ ଟ୍ବିଟ୍‌ କରି ପ୍ରତିକ୍ରିୟା ଦେଇଛନ୍ତି ଯେ, "ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ସିରିଜ୍‌ ପାଇଁ ବିରାଟ କୋହଲି ଉପଲବ୍ଧ ରହିବେ ନାହିଁ । ସେପଟେ ଟେଷ୍ଟ ସିରିଜ ଖେଳିବେନି ରୋହିତ ଶର୍ମା । ବ୍ରେକ୍‌ ନେବା କିଛି ଖରାପ କଥା ନୁହେଁ, କିନ୍ତୁ ଏଥିପାଇଁ ସଠିକ ସମୟ ରହିଛି । ଏଭଳି ବିଶ୍ରାମ ଭାରତୀୟ ଦଳରେ ସବୁ କିଛି ଠିକ୍‌ ନଥିବା ଆକଳନ କରାଯାଇ ପାରିବ ।"

ଆସନ୍ତା ଜାନୁଆରୀ ମାସରେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅ ଭାମିକାଙ୍କ ପ୍ରଥମ ଜନ୍ମଦିନ ପଡ଼ିବ । ଝିଅ ପ୍ରଥମ ଜନ୍ମଦିନ ପରିବାର ସହ ପାଳିବାକୁ ବିରାଟ କୋହଲି ଏହି ଛୁଟି ମାଗିଥିବା କୁହାଯାଉଛି । ତେବେ ଜାନୁଆରୀ ୧୧ ତାରିଖରେ ଭାମିକାଙ୍କ ଜନ୍ମଦିନ ପଡ଼ିବ । ସେତେବେଳେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଖେଳୁଥିବେ ବିରାଟ କୋହଲି । ଦିନିକିଆ ସିରିଜ୍‌ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ । ତେବେ ଟେଷ୍ଟ ସିରିଜ ପରେ ବିରାଟ କୋହିଲଙ୍କ ବିଶ୍ରାମ ଆବେଦନ ନେଇ ଏବେ ନାନା ଆକଳନ ହେବା ଆରମ୍ଭ ହୋଇଛି ।

କୋହଲି ଆନୁଷ୍ଠାନିକ ଭାବରେ କୌଣସି ବିଶ୍ରାମ ପାଇଁ ଆବେଦନ କରିଥିବା ନେଇ ମନା କରିଛି ବିସିସିଆଇ । ତେବେ ବିସିସିଆଇ ଓ କୋହଲିଙ୍କ ମଧ୍ୟରେ ବି ସବୁକିଛି ଠିକ୍‌ ନଥିବା ଆଲୋଚନା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.