ETV Bharat / sports

Ind Vs Sa 1st ODI: ଟସ୍‌ ଜିତି ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା - ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇ ଯାଇଛି ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା ଦଳ । ଅଧିକ ପଢ଼ନ୍ତୁ

Ind Vs Sa 1st ODI: ଟସ୍‌ ଜିତି ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା

author img

By

Published : Jan 19, 2022, 3:27 PM IST

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଯାଇଛି ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା ଦଳ । ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ପରେ ଘରୋଇ ଦଳ ମନୋବଳ ସୁଦୃଢ଼ ରହିଛି । ସେପଟେ ଦିନିକିଆ ସିରିଜ୍‌ରେ ବିଜୟ ହାସଲ କରି ଭ୍ରମଣକାରୀ ଦଳ ମଧ୍ୟ ନିଜର ଦମ୍‌ ଦେଖାଇବାକୁ ଚେଷ୍ଟା କରିବ ।

ଆଜିର ମ୍ୟାଚ୍‌ ବୋଲାଣ୍ଡ ପାର୍କରେ ଖେଳାଯାଉଛି । ୭ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ବ୍ୟାଟ୍ସମ୍ୟାନ ଭାବରେ ମ୍ୟାଚ୍‌ ଖେଳୁଛନ୍ତି ବିରାଟ କୋହଲି । ଟି-୨୦ ଓ ଦିନିକିଆ ପରେ ସେ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ ଓହରି ଯାଇଛନ୍ତି । ଟି-୨୦ ଅଧିନାୟକ ପଦରୁ ସେ ଖୋଦ୍‌ ଓହରି ଯାଇଥିବା ବେଳେ ଦିନିକିଆ ଅଧିନାୟକ ପଦରୁ ତାଙ୍କୁ ବାଦ୍‌ ଦେଇଥିଲା ବୋର୍ଡ । ଏହାପରେ ସଦ୍ୟ ସମାପ୍ତ ଟେଷ୍ଟ ସିରିଜ୍‌ ପରେ କୋହଲି ଟେଷ୍ଟ ଅଧିନାୟକ ପଦରୁ ଓହରି ଯାଇଛନ୍ତି ।

ପ୍ରଥମ ଥର ପାଇଁ ଚହଲ ଓ ଅଶ୍ବିନଙ୍କୁ ଗୋଟିଏ ମ୍ୟାଚ୍‌ରେ ଦେଖିବାକୁ ମିଳିଛି । ଆଜିର ମ୍ୟାଚ୍‌ରେ ଅଲ୍‌ରାଉଣ୍ଡର ଭେଙ୍କେଟେସ ଆୟର ଡେବ୍ୟୁ କରିଛନ୍ତି । ପୂର୍ବରୁ ସେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ।

ଭାରତ ଚୂଡ଼ାନ୍ତ ଏକାଦଶ

କେ.ଏଲ ରାହୁଲ, ଶିଖର ଧୱନ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କେଟେସ ଆୟର, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ଜଶପ୍ରୀତ ବୁମରା, ୟୁଜିବେନ୍ଦ୍ର ଚହଲ

ଦକ୍ଷିଣ ଆଫ୍ରିକା ଚୂଡ଼ାନ୍ତ ଏକାଦଶ

କ୍ବିଣ୍ଟନ ଡି କକ୍‌, ଜାନେମନ୍‌ ମଲାନ, ଆଡେନ ମକ୍ରମ, ରାଶି ଭାନ ଡେର ଡୁସେନ, ଟେମ୍ବା ବାବୁମା, ଡେଭିଡ ମିଲର, ଆଣ୍ଡିଲେ ଫେହ୍‌ଲୁକ୍ବାୟୋ, ମାର୍କ ଜେନସେନ, କେଶବ ମହାରାଜ, ତବ୍ରେଜ୍‌ ସାମସୀ, ଲୁଙ୍ଗି ନିଙ୍ଗିଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.