ETV Bharat / sports

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ T-20, ଭାରତ ପାଇଁ କର ବା ମର ମ୍ୟାଚ୍‌ - ତୃତୀୟ ଟି ଟ୍ବେଣ୍ଟି ମୁକାବିଲା

South Africa vs India 3rd T20: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି ଟ୍ବେଣ୍ଟି ମୁକାବିଲା । ଅଧିକ ପଢନ୍ତୁ

ଭାରତ ଓ ଦକ୍ଷିଣ ଆଫ୍ରିକା
South Africa vs India third T20
author img

By ETV Bharat Odisha Team

Published : Dec 14, 2023, 11:55 AM IST

Updated : Dec 15, 2023, 7:36 AM IST

ହାଇଦ୍ରାବାଦ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଅନ୍ତିମ ଟି ଟ୍ବେଣ୍ଟି ମ୍ୟାଚ । ଭାରତ ପାଇଁ କର ବା ମର ପରିସ୍ଥିତି । ଦ୍ବିତୀୟ ମ୍ୟାଚରେ ପରାଜିତ ହୋଇଥିବାରୁ ଆଜିର ମ୍ୟାଚରେ ବିଜୟୀ ହେବା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ସିରିଜ 1-0ରେ ରହିଛି । ଆଜିର ମ୍ୟାଚରେ ଭାରତ ବିଜୟୀ ହେଲେ ସିରିଜ ବରାବର ହେବ । ଯଦି ଦକ୍ଷିଣ ଆଫ୍ରିକା ବିଜୟୀ ହୁଏ ତେବେ ସିରିଜ କବଜା କରିବ । କିନ୍ତୁ ଦକ୍ଷିଣ ଆଫ୍ରିକାର ଏହି ସ୍ବପ୍ନରେ ବ୍ରେକ ଲଗାଇବାକୁ ଭାରତୀୟ ଖେଳାଳି ଜୋରଦାର ଉଦ୍ୟମ କରିବେ । ପୂର୍ବ ମ୍ୟାଚର ତ୍ରୁଟିକୁ ସୁଧାରି ମେନ୍‌ ଇନ୍‌ ବ୍ଲୁ' ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଏହାପରେ ଦ୍ବିତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକାର ଜିକେବେରହାସ୍ଥିତ ସେଣ୍ଟ୍‌ ଜର୍ଜ୍‌ ପାର୍କ ଠାରେ ଖେଳାଯାଇଛିଲା । ସେଠାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ପ୍ରଥମ ପାଳିରେ ଭାରତ ବ୍ୟାଟିଂ କରି 7 ଓ୍ବିକେଟ ହରାଇ 170ରେ ଅଟକିଥିଲା । କିନ୍ତୁ 3ଟି ବଲ ବାକି ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଶେଷ ହେବା ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କରିଥିଲା । ଡକ ଓ୍ବାର୍ଥ ଲୁଇସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକା 15ଓଭରରେ 152 ରନ୍‌ କରି ବିଜୟୀ ହୋଇଥିଲା । ଆଜି ଅନ୍ତିମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ । ସିରିଜ ହାତେଇବାରେ ଦକ୍ଷିଣ ଆଫ୍ରିକା ରାସ୍ତାରେ କଣ୍ଟା ସାଜିବ ଭାରତ ।

ଏହା ମଧ୍ୟ ପଢନ୍ତୁ-19 ବର୍ଷରୁ କମ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଉଦୟ ସହାରନ ଅଧିନାୟକ

ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ହେଲେ ଆଜି ଭାରତୀୟ ଖେଳାଳିଙ୍କୁ ଲଢୁଆ ପ୍ରଦର୍ଶନ କରିବାକୁ ପଡିବ । ବିଶେଷ କରି ବିଶାଳ ସ୍କୋର କରିବାର ଆବଶ୍ୟକତା ରହିଛି । ଓପନି ଯୋଡି ଉପରେ ଦଳ ନିର୍ଭର କରିଛି । ପୂର୍ବ ମ୍ୟାଚରେ ଯଶସ୍ବୀ ଓ ଶୁବମନ ଖାତା ଖୋଲିବାରେ ବିଫଳ ହୋଇଥିବା ବେଳେ ଆଜିର ମ୍ୟାଚରେ କିନ୍ତୁ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି । ଏଥିସହ ଶ୍ରେୟାସ ଆୟର ଓ ରିଙ୍କୁ ସିଂ ଙ୍କ ଉପରେ ମଧ୍ୟ ଦଳୀୟ ସ୍କୋର ନିର୍ଭର କରୁଛି । ପୂର୍ବ ମ୍ୟାଚରେ ଉଭୟ ଅର୍ଦ୍ଧଶତ ହାସଲ କରିଥିଲେ । ତେବେ ଏକାଦଶରେ ପରିବର୍ତ୍ତନ ହେବ ନା ନାହିଁ ତା ଟସ ପଡିବା ପରେ ହିଁ ସ୍ପଷ୍ଟ ହେବ । ଅନ୍ୟପଟେ ଆଜିର ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ରିଜା ହେଣ୍ଡ୍ରିକ୍ସ ଓ ଆଡେନ ମାର୍କ୍ରମ ଦ୍ବିତୀୟ ମ୍ୟାଚରେ ଲଢୁଆ ବ୍ୟାଟିଂ କରିଥିଲେ । ସେହିପରି ହେନେରିକ ଓ ଡେଭିଡ ମିଲରଙ୍କ ପରି ବ୍ୟାଟର ମଧ୍ୟ ରହିଛନ୍ତି । ଏମାନଙ୍କୁ ଅଟକାଇବାକୁ ହେଲେ ପୁରା ରଣନାତି ସହ ଭାରତୀୟ ଦଳ ପଡିଆକୁ ଓହ୍ଳାଇବା ଆବଶ୍ୟକ । ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ଆଶା କରାଯାଉଛି ।

Last Updated : Dec 15, 2023, 7:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.