ETV Bharat / sports

ବିପଦରେ ଦକ୍ଷିଣ ଆଫ୍ରିକାର ଦିନିକିଆ ବିଶ୍ବକପ ଯୋଗ୍ୟତା ଅର୍ଜନ

author img

By

Published : Jul 14, 2022, 2:26 PM IST

ଆସନ୍ତାବର୍ଷ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ କ୍ରିକେଟ ବିଶ୍ବକପ ପାଇଁ ଦକ୍ଷିଣ ଆଫ୍ରିକା ଟିମର ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ସଙ୍କଟରେ ପଡିଯାଇଛି । ବର୍ତ୍ତମାନ ଦକ୍ଷିଣ ଆଫ୍ରିକୀୟ ଟିମ ICC ସୁପର ଲିଗ ସୂଚୀର ଏକାଦଶ ସ୍ଥାନରେ ରହିଛି । ଆସନ୍ତାବର୍ଷ ଅର୍ଥାତ ବର୍ଷ 2023ରେ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ ଦିନିକିଆ ବିଶ୍ବକପ ପାଇଁ ସୁପର ଲିଗ ପଏଣ୍ଟ ଟେବୁଲର କେବଳ ଶୀର୍ଷ 8ଟି ଟିମ ଯୋଗ୍ୟତା ଅର୍ଜନ କରିବା ନେଇ ନିୟମ ରହିଛି । ଅଧିକ ପଢନ୍ତୁ

Proteas suffer big blow to world cup qualifications after withdrawing from ODI series against Australia
ବିପଦରେ ଦକ୍ଷିଣ ଆଫ୍ରିକାର ଦିନିକିଆ ବିଶ୍ବକପ ଯୋଗ୍ୟତା ଅର୍ଜନ

ହାଇଦ୍ରାବାଦ: କ୍ରିକେଟ, କେବେ ଭଦ୍ର ଲୋକଙ୍କ ମନୋରଞ୍ଜନର ମାଧ୍ୟମ ଥିଲା । ମାତ୍ର ଏବେ ମୋଟାଅଙ୍କର ଅର୍ଥ ଉପାର୍ଜନର ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି । କ୍ରିକେଟ ଜଗତରେ ସଜସଜ ଏପରି ଏକ ଘଟଣା ଘଟିଛି, ଯାହା ଏହା ଉକ୍ତିକୁ ପ୍ରମାଣିତ କରୁଛି । ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ(CA) ସହିତ ଆସନ୍ତା ଜାନୁଆରୀ ମାସରେ(2023) ଏକ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଅସମର୍ଥ ବୋଲି କହିଛି ।

ଏହାର କାରଣ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଏହ ଫ୍ରାଞ୍ଚାଇଜ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୋଲି ଦର୍ଶାଯାଇଛି । ଟିମର ଷ୍ଟାର ଖେଳାଳି ଏହି ଲିଗ୍‌ରେ ବ୍ୟସ୍ତ ରହିବେ ଫଳରେ ଅଷ୍ଟ୍ରେଲିଆରେ ଜାନୁଆରୀ ମାସରେ ଖେଳାଯିବାକୁ ଥିବା 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରୁ ଓହରିଯାଇଛି ଦକ୍ଷିଣ ଆଫ୍ରିକା । ଏହି କାରଣରୁ ଆସନ୍ତାବର୍ଷ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ କ୍ରିକେଟ ବିଶ୍ବକପ ପାଇଁ ଦକ୍ଷିଣ ଆଫ୍ରିକା ଟିମର ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ସଙ୍କଟରେ ପଡିଯାଇଛି ।

Proteas suffer big blow to world cup qualifications after withdrawing from ODI series against Australia
ଆଇସିସି ସୁପର ଲିଗ ପଏଣ୍ଟ ଟେବୁଲ

ବର୍ତ୍ତମାନ ଦକ୍ଷିଣ ଆଫ୍ରିକୀୟ ଟିମ ICC ସୁପର ଲିଗ ସୂଚୀର ଏକାଦଶ ସ୍ଥାନରେ ରହିଛି । ଆସନ୍ତାବର୍ଷ ଅର୍ଥାତ ବର୍ଷ 2023ରେ ଭାରତରେ ଖେଳାଯିବାକୁ ଥିବା ICC ପୁରୁଷ ଦିନିକିଆ ବିଶ୍ବକପ ପାଇଁ ସୁପର ଲିଗ ପଏଣ୍ଟ ଟେବୁଲର କେବଳ ଶୀର୍ଷ 8ଟି ଟିମ ଯୋଗ୍ୟତା ଅର୍ଜନ କରିବା ନେଇ ନିୟମ ରହିଛି । ଆସନ୍ତାବର୍ଷ ଜାନୁଆରୀ ମାସରେ ଅଷ୍ଟ୍ରେଲିଆ ସହ 3 ମ୍ୟାଚ୍‌ ବିଶିଷ୍ଟ ଖେଳିବା ନେଇ କ୍ରିକେଟ ଦକ୍ଷିଣ ଆଫ୍ରିକାର ସୂଚୀ ରହିଥିଲା ।

ମାତ୍ର ଦକ୍ଷିଣ ଆଫ୍ରିକା ବୋର୍ଡ, ଯେପରି ସେମାନଙ୍କର ନୂଆ ଘରୋଇ ଟି20 ଲିଗ ସହ ଏହି ସିରିଜର ସମୟ ଧକ୍କା ନହୁଏ ସେଥିପାଇଁ ଦ୍ବିପାକ୍ଷିକ ଦିନିକିଆ ସିରିଜ ସୂଚୀକୁ ପୁନଃ ଧାର୍ଯ୍ୟ କରିବାକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ କହିଛି । ମାତ୍ର କ୍ରିକେଟ ଅଷ୍ଟ୍ରେଲିଆ CEO ନିକ ହକଲେ, ନୂଆ ତାରିଖ ଧାର୍ଯ୍ୟ ପାଇଁ ବୋର୍ଡ ଅସମର୍ଥ କାରଣ ପୂର୍ବରୁ ଟିମର ସମସ୍ତ ମ୍ୟାଚ୍‌ ସୂଚୀ ନିର୍ଦ୍ଧାରିତ ହୋଇସାରିଛି ବୋଲି ସଫାସଫା ଶୁଣାଇଛନ୍ତି ।

ଫଳରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର 2023 ଦିନିକିଆ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବା ବଡ ଆହ୍ବାନ ହୋଇଛି । ତେମ୍ବା ବାଭୁମାଙ୍କ ଟିମ ପାଖରେ ସୁପର ଲିଗ ଅବଧି ଶେଷ ପୂର୍ବରୁ ଭାରତ ଓ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ରହିଛି । ନେଦରଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ମଧ୍ୟ ଦୁଇଟି ଦିନିକିଆ ମ୍ୟାଚ୍‌ ଖେଳିବାର ସୂଚୀ ରହିଛି । ମାତ୍ର ଭାରତ ଓ ଇଂଲଣ୍ଡ ଭଳି ଦୁଇ ଶକ୍ତିଶାଳୀ ଟିମ ବିପକ୍ଷରେ ସିରିଜ ବିଜୟ ସହ ବିଶ୍ବକପ ଖେଳିବା ଏକପ୍ରକାର କଷ୍ଟକର ବୋଲି କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି ।

ଅନ୍ୟପଟେ ଅଷ୍ଟ୍ରେଲିଆ ଟିମ ବର୍ତ୍ତମାନ 12ଟି ମ୍ୟାଚ୍‌ରୁ 70 ପଏଣ୍ଟ ସହ ସୁପର ଲିଗ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ରହିଛି । ତେବେ ଆସନ୍ତା ମାସରେ ଅର୍ଥାତ ଅଗଷ୍ଟ ମାସରେ ଜିମ୍ବାୱେ ସହ 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ରହିଥିବାରୁ କଙ୍ଗାରୁ ଟିମ ନିକଟରେ ପଏଣ୍ଟ ଟେବୁଲର ଶୀର୍ଷ ଭାଗରେ ପହଞ୍ଚିବାର ସମସ୍ତ ସମ୍ଭାବନା ରହିଛି । ଏଥିସହ ଶୀର୍ଷ 8ଟି ଟିମ ମଧ୍ୟରେ ରହି ଆଗାମୀ ସଂସ୍କରଣର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୁରକ୍ଷିତ ଭାବେ ଯୋଗ୍ୟତା ଅର୍ଜନ କରିବା ସୁଯୋଗ ରହିଛି ।

ମାତ୍ର କ୍ରିକେଟ ଦକ୍ଷିଣ ଆଫ୍ରିକା ଆଗରେ ଦେଶପ୍ରେମ ଆଗରେ ଅର୍ଥ ଉପାର୍ଜନ ଅଧିକ ଆବଶ୍ୟକୀୟ ସାବ୍ୟସ୍ତ ହୋଇଥିବା କ୍ରିକେଟ ମହଲରେ ଚର୍ଚ୍ଚା ହେଉଛି । ଟିମର ବିଶ୍ବକପ ଯୋଗ୍ୟତା ଅର୍ଜନକୁ ବିପଦରେ ପକାଇ ଟି20 ଲିଗ ପାଇଁ ପ୍ରସ୍ତୁତ ହେବା ଓ ଦ୍ବିପାକ୍ଷିକ ଅନ୍ତର୍ଜାତୀୟ ସିରିଜରୁ ଓହରିବା ବିକଳ୍ପ ବାଛିବା ମଧ୍ୟ କ୍ରିକେଟ ପ୍ରେମୀ ସହଜରେ ହଜମ କରିପାରିନାହାନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଭବିଷ୍ୟତରେ ଫ୍ରାଞ୍ଚାଇଜ ଲିଗ କ୍ରିକେଟ ଆହ୍ବାନ ହେବାକୁ ଯାଉଥିବା ମଧ୍ୟ କେହି କେହି ମତଦେବା ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.