କଟକ: ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ବି ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି । ହେନରିକ୍ କ୍ଲାସିନଙ୍କ ଧୂଆଁଧାର ପାଳି ବଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ୪ ୱିକେଟରେ ବିଜୟୀ ହେବା ସହ ସିରିଜ୍ରେ ୨-୦ରେ ଆଗୁଆ ରହିଛି । ସେପଟେ ଅଧିନାୟକ ଭାବରେ ଋଷଭ ପନ୍ତ ନିଜ ଦ୍ବିତୀୟ ଅନ୍ତର୍ଜାତୀୟ ମ୍ୟାଚ୍ରେ ମଧ୍ୟ ପରାଜୟ ବରଣ କରିଛନ୍ତି ।
୧୪୯ ରନ୍ ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା ଦଳ । ତେବେ ମାତ୍ର ୧୮.୨ ଓଭରରେ ଏହି ଲକ୍ଷ୍ୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭରୁ ୱକେଟ ହରାଇଥିଲା । ଭୁବନେଶ୍ବରଙ୍କ ବୋଲିଂ ବୁଝିବାରେ ଅସମର୍ଥ ହେଉଥଲେ ବ୍ୟାଟର । ତେବେ ଏହି ଜଣେ ବୋଲର ଛଡ଼ା ଆଉ କୌଣସି ବୋଲର ୱିକେଟ ନେବାରେ ସମର୍ଥ ହୋଇପାରିନଥିଲେ । ଏକଦା ୨୯ରେ ୩ ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା । ଏହାପରେ କ୍ଲାସିନ୍ ଓ ଅଧିନାୟ ଭବୁମାଙ୍କ ମଧ୍ୟରେ ଏକ ଅର୍ଦ୍ଧଶତୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । କ୍ଲାସିନ ୪୬ ବଲରେ ୮୧ ରନ୍ ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ । ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ଦକ୍ଷିଣ ଆଫ୍ରିକା ।
ସେପଟେ ଭାରତୀୟ ବୋଲରଙ୍କ ମଧ୍ୟରେ ଚହଲ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୪ ଓଭରରେ ୪୯ ରନ୍ ଖର୍ଚ୍ଚ କରିଛନ୍ତି । ଦଳ ପକ୍ଷରୁ ଭୁବନେଶ୍ବର କୁମାର 4ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଭୁବନେଶ୍ବରଙ୍କ ଛଡ଼ା ଆଉ କୌଣସି ବୋଲର ସଠିକ ସମୟରେ ୱିକେଟ ନେବାରେ ସମର୍ଥ ହୋଇ ପାରିନଥିଲେ ।