କୋଲକାତା: ଐତିହାସିକ ଇଡେନ ଗାର୍ଡେନ କୋଲକାତା ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜର ତୃତୀୟ ତଥା ଶେଷ ମୁକାବିଲା । ସୌରଭ ଗାଙ୍ଗୁଲି ଔପଚାରିକ ଇଡେନ ବେଲ୍ ବଜାଇ ଏହି ମ୍ୟାଚ୍ ଆରମ୍ଭ ପାଇଁ ସଙ୍କେତ ଦେଇଥିଲେ ।
-
🎥 That moment when Mr. Sourav Ganguly, President, BCCI rang the famous Eden Gardens bell to commence the proceedings. 👏 👏#TeamIndia #INDvNZ @Paytm | @SGanguly99 pic.twitter.com/uCIiADbpcx
— BCCI (@BCCI) November 21, 2021 " class="align-text-top noRightClick twitterSection" data="
">🎥 That moment when Mr. Sourav Ganguly, President, BCCI rang the famous Eden Gardens bell to commence the proceedings. 👏 👏#TeamIndia #INDvNZ @Paytm | @SGanguly99 pic.twitter.com/uCIiADbpcx
— BCCI (@BCCI) November 21, 2021🎥 That moment when Mr. Sourav Ganguly, President, BCCI rang the famous Eden Gardens bell to commence the proceedings. 👏 👏#TeamIndia #INDvNZ @Paytm | @SGanguly99 pic.twitter.com/uCIiADbpcx
— BCCI (@BCCI) November 21, 2021
ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) କାର୍ଯ୍ୟକାଳରେ ଗାଙ୍ଗୁଲି ଲର୍ଡ୍ସ ଗ୍ରାଉଣ୍ଡ ପରି ଇଡେନ ଗାର୍ଡେନ କୋଲକାତାରେ ବେଲ୍ ବଜାଇ ମ୍ୟାଚ୍ ଆରମ୍ଭ ସଙ୍କେତ ଦେବାର ପରମ୍ପରା ଆରମ୍ଭ କରିଥିଲେ । ତେବେ ସେବେଠାରୁ ସେ ନିଜେ କେବେ ବି ଏହି ପ୍ରସିଦ୍ଧ ବେଲ୍ ବଜାଇନଥିଲେ । ପରେ ସେ ଭାରତୀୟ କ୍ରିକେଟର ମୁଖ୍ୟ ହୋଇଥିଲେ ।
ତେବେ ପ୍ରିନ୍ସ ଅଫ୍ କୋଲକାତା ରବିବାର ଇଡେନ ବେଲ୍ ବଜାଇ ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚ୍ ଶୁଭାରମ୍ଭ ସଙ୍କେତ ଦେଇଥିଲେ । ଏହାର ଠିକ ଦୁଇବର୍ଷ ତଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶୈଖ ହାସିନା ଭାରତ ଓ ବାଂଲାଦେଶ ମଧ୍ୟରେ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ର ଉଦ୍ଘାଟନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ