ETV Bharat / sports

ପ୍ଲେୟାର ଅଫ ଦି ମନ୍ଥ ପାଇଁ ସ୍ନେହା ଓ ସେଫାଳି ମନୋନୀତ - sneha and sefali nominated for player of the month

ଆଇସିସି ପ୍ଲେୟାର ଅଫ ଦି ମନ୍ଥ ପାଇଁ ମନୋନୀତ ହେଲେ ଭାରତୀୟ ମହିଳା ଦଳର ଯୁବ ଖେଳାଳି ସେଫାଳି ବର୍ମା ଓ ଅଲରାଉଣ୍ଡର ସ୍ନେହା ରାଣା । ଅଧିକ ପଢ଼ନ୍ତୁ...

ପ୍ଲେୟାର ଅଫ ଦି ମନ୍ଥ ପାଇଁ ସ୍ନେହା ଓ ସେଫାଳି ମନୋନୀତ

author img

By

Published : Jul 7, 2021, 10:14 PM IST

ଦୁବାଇ: ଆଇସିସି ପ୍ଲେୟାର ଅଫ ଦି ମନ୍ଥ ପାଇଁ ମନୋନୀତ ହେଲେ ଭାରତୀୟ ମହିଳା ଦଳର ଯୁବ ଖେଳାଳି ସେଫାଳି ବର୍ମା ଓ ଅଲରାଉଣ୍ଡର ସ୍ନେହା ରାଣା । ବୁଧବାର ଜୁନ ମାସ ପାଇଁ ଆଇସିସି ମହିଳା ପ୍ଲେୟାର ଅଫ ଦି ମନ୍ଥ ପାଇଁ ଦୁହିଁଙ୍କୁ ମନୋନୀତ କରାଯାଇଛି ।

ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ଖେଳିଥିବା ଟେଷ୍ଟ ମ୍ୟାଚ ପ୍ରଦର୍ଶନ ପାଇଁ ଦୁହିଁଙ୍କ ମନୋନୀତ କରାଯାଇଛି । ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ଡେଭନ କନୱେ ଓ ଫାଷ୍ଟ ବୋଲର କାଏଲ ଜେମିସନଙ୍କ ସହ ଦୁଇ ଭାରତୀୟ ମହିଳା କ୍ରିକେଟରଙ୍କୁ ପ୍ଲେୟାର ଅଫ ଦି ମନ୍ଥ ପାଇଁ ମନୋନୀତ ହୋଇଛନ୍ତି। ଏହାସହ ଇଂଲଣ୍ଡର ବାମହାତୀ ସ୍ପିନର ସୋଫି ଏକ୍ଲେଷ୍ଟନଙ୍କୁ ମଧ୍ୟ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି ।

ସିମିତ ଓଭର କ୍ରିକେଟରରେ 17 ବର୍ଷୀୟ ଭାରତୀୟ କ୍ରିକେଟର ସେଫାଳି ବର୍ମା ଦମଦାର ପ୍ରଦର୍ଶନ କରିଛନ୍ତି। ତାଙ୍କ ପ୍ରଦର୍ଶନ ଦ୍ବାରେ ସେ ସଭିଙ୍କୁ ପ୍ରଭାବିତ କରି ପାରିଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକାର ୱିକେଟ କିପର କ୍ବିଣ୍ଟନ ଡି କକ୍ ମଧ୍ୟ ପ୍ଲେୟାର ଅଫ ଦି ମନ୍ଥ ପାଇଁ ମନୋନୀତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.