ETV Bharat / sports

BCCI ମଡେଲ ଆପଣାଇବାକୁ ଶ୍ରୀଲଙ୍କାର ଯୋଜନା, ଜୟବର୍ଦ୍ଧନେ ସାଜିବେ ଦ୍ରାବିଡ - ମାହେଲା ଜୟବର୍ଦ୍ଧନେ

ଭାରତୀୟ କ୍ରିକେଟ ବୋର୍ଡ(BCCI)ର ମଡେଲ ଆପଣାଇବାକୁ ଶ୍ରୀଲଙ୍କାର ପ୍ରୟାସ । ଅଧିକ ପଢନ୍ତୁ...

SL trying to convince Jayawardene to take up U-19 job
BCCI ମଡେଲ ଆପଣାଇବାକୁ ଶ୍ରୀଲଙ୍କାର ଯୋଜନା, ଦ୍ରାବିଡ ସାଜିବେ ଜୟବର୍ଦ୍ଧନେ
author img

By

Published : Jul 9, 2021, 8:21 PM IST

କଲମ୍ବୋ: ଭାରତୀୟ କ୍ରିକେଟ ବୋର୍ଡ(BCCI)ର ମଡେଲ ଆପଣାଇବାକୁ ଶ୍ରୀଲଙ୍କାର ପ୍ରୟାସ । 19 ବର୍ଷରୁ କମ ଶ୍ରୀଲଙ୍କା କ୍ରିକେଟ ଟିମର ମୁଖ୍ୟ କୋଚ ଦାୟିତ୍ବ ଭେଟେରାନ ମାହେଲା ଜୟବର୍ଦ୍ଧନେଙ୍କ ଉପରେ ନ୍ୟସ୍ତ କରିବାକୁ ବୋର୍ଡ ଯୋଜନା କରୁଛି । ଫଳରେ ଜୟବର୍ଦ୍ଧନେଙ୍କୁ ମନାଇବାରେ ଲାଗି ପଡିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) । ଏମିତି କିଛି ଖୁଲାସା କରିଛନ୍ତି ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ ଅରବିନ୍ଦ ଦି ସିଲଭା ।

ରାହୁଲ ଦ୍ରାବିଡ ଜୁନିୟର ଟିମ ଇଣ୍ଡିଆର ଦାୟିତ୍ବ ନେବାପରେ ଭାରତୀୟ ଖେଳାଳି ଅବିଶ୍ବସନୀୟ ପ୍ରଦର୍ଶନ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏହାହିଁ ହେଉଛି ଭାରତୀୟ କ୍ରିକେଟର ମୂଳଦୁଆ । ଦ୍ରାବିଡଙ୍କ ପରି ଦକ୍ଷ ଖେଳାଳିଙ୍କ ଦ୍ବାରା ଯଦି ଶକ୍ତ ମୂଳଦୁଆ 19 ବର୍ଷରୁ କମ ସ୍ତରରେ ପ୍ରସ୍ତୁତ ହେଉଛି, ତେବେ ଭବିଷ୍ୟତରେ ଭଲ ପ୍ରଦର୍ଶନର ଆଶା କିଛି ଆସ୍ବାଭାବିକ ନୁହେଁ । ରାହୁଲ ଜଣେ ବେଶ୍‌ ଶୃଙ୍ଖଳିତ ବ୍ୟକ୍ତିତ୍ବ ବୋଲି ସମସ୍ତ ଜାଣନ୍ତି ବୋଲି ସିଲଭା କହିଛନ୍ତି ।

ଷ୍ଟାର ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପ୍ରଚାର ହେଉଥିବା ଗୁଜବ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସିଲଭା । "ବ୍ୟକ୍ତିଗତ କାରଣରୁ ମାଥ୍ୟୁସ ଭାରତ ବିପକ୍ଷ ସୀମିତ ଓଭର ସିରିଜର ଅଂଶ ନାହାନ୍ତି । ମାଥ୍ୟୁସ ଶ୍ରୀଲଙ୍କା ଟିମର ଜଣେ ବରିଷ୍ଠ ସଦସ୍ୟ । ତାଙ୍କର ଟିମ ପାଇଁ ଅନେକ ଅବଦାନ ରହିଛି । ଟିମର କଠିନ ପରିସ୍ଥିତିରେ ସେ ନିଶ୍ଚିନ୍ତ ନିଜର ଦାୟିତ୍ବ ତୁଲାଇବେ", ସିଲଭା କହିଛନ୍ତି ।

ଶିଖର ଧାୱନଙ୍କ ନେତୃତ୍ବରେ ଯୁବ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତ କରିଛି । ଜୁଲାଇ 13ରୁ ଦିନିକିଆ ସିରିଜ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.