ETV Bharat / sports

ରମିଜ ରାଜାଙ୍କ ମୁହଁରେ ଭାରତୀୟ କ୍ରିକେଟରଙ୍କ ପ୍ରଶଂସା, ଏହି ଖେଳାଳିଙ୍କୁ କହିଲେ ଜୁନିଅର ହିଟ୍ ମ୍ୟାନ୍ - ରମିଜ ରାଜା

ଯୁବ ଷ୍ଟାର ବ୍ୟାଟର ଶୁବମନ ଗିଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ରମିଜ ରାଜା । ଏହା ସହିତ ତାଙ୍କୁ ଜୁନିଅର ରୋହିତ ଶର୍ମା ବୋଲି କହିଛନ୍ତି । ଅଧିକ ପଢନ୍ତୁ

ରମିଜ ରାଜା
ରମିଜ ରାଜା
author img

By

Published : Jan 22, 2023, 8:44 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟରଙ୍କୁ ପ୍ରଶଂସା କଲେ PCBର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା । ଯୁବ ଷ୍ଟାର ବ୍ୟାଟର ଶୁବମନ ଗିଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ରମିଜ ରାଜା । ଏହା ସହିତ ତାଙ୍କୁ ଜୁନିଅର ରୋହିତ ଶର୍ମା ବୋଲି କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯୁବ ଷ୍ଟାର ବ୍ୟାଟର ଶୁଭମନ ଗିଲ ଉଚ୍ଚକୋଟୀର ପ୍ରଦର୍ଶନ କରି ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଦ୍ବିଶତକ ହାସଲ କରିଥିଲେ । ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଶୁଭମନ ଗିଲଙ୍କ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ପାଖରେ ପ୍ରତିଭା ରହିଛି । ସେ ତାଙ୍କ ପ୍ରତିଭା ବଳରେ ଭବିଷ୍ୟତରେ ଜଣେ ଆଗଧାଡିର କ୍ରିକେଟର ବନିପାରିବେ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଗିଲ୍‌ ଅଧିନାୟକ ରୋହିତ ଶର୍ମାଙ୍କ ଭଳି ଲାଗନ୍ତି ।

ରମିଜ ରାଜା ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି "ଶୁବମନ ଗିଲ ଜୁନିଅର ରୋହିତ ଶର୍ମାଙ୍କ ପରି ଦେଖାଯାଆନ୍ତି । ଗିଲଙ୍କ ବ୍ୟାଟିଂ ଶୈଳୀ ଦମଦାର ରହିଛି । ତାଙ୍କ ପାଖରେ ପ୍ରତିଭା ରହିଛି । ସମୟ ସହିତ ତାଙ୍କ କ୍ଷମତା ଏବଂ ପ୍ରତିଭା ବିକଶିତ ହେବ । ତାଙ୍କୁ ଏହି ଧାରାରେ ଖେଳ ଜାରି ରଖିବାକୁ ହେବ । ରାୟପୁରରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଗିଲ ୪୦ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ରୋହିତ ଶର୍ମା ୫୧ ରନ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ୧୦୯ ରନର ଟାର୍ଗେଟକୁ ପିଛା କରିବା ଟିମ ଇଣ୍ଡିଆ ପାଇଁ ସହଜ ଥିଲା । କାରଣ ଟିମ୍‌ ଇଣ୍ଡିଆ ପାଖରେ ରୋହିତ ଶର୍ମାଙ୍କ ଭଳି ଦମଦାର ବ୍ୟାଟର ରହିଥିଲେ । ସେ ହୁକ ଏଣ୍ଡ ପୁଲ ସଟ୍‌ସ୍‌ ଜଣେ ଅଦ୍ଭୁତ ଖେଳାଳି ।"

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି "ଭାରତ ଘରୋଇ ମାଟିରେ ନିଜର ଦବଦବା ଜାହିର କରିଛନ୍ତି । ସେ କହିଛନ୍ତି ଯଦି ପାକିସ୍ତାନ ଗୋଟିଏ ସଫଳ କ୍ରିକେଟ ଟିମ୍‌ ବନିବାକୁ ଚାହୁଁଛି ତାହାଲେ ନିଜର ପଡୋଶୀଠାରୁ କିଛି ଶିଖିବା ଦରକାର । କେମିତି ଘରୋଇ ମାଟିରେ ଦଳ ଦବଦବା ରହିଥାଏ ।"

ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳୁଛି ଭାରତ । ଏହି ସିରିଜର ପ୍ରଥମ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜରେ 2-୦ରେ ଆଗୁଆ ସିରିଜ ଜିତି ନେଇଛି । ସେପଟେ ଶୁଭମନ ଗିଲ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଦ୍ବିଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଥଇଲେ । ସେ ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି । ତେବେ ସର୍ବକନିଷ୍ଠ ଭାବରେ ୨୩ ବର୍ଷ ବୟସରେ ଦ୍ବିଶତକ ହାସଲ କରିବାରେ ସେ ରେକର୍ଡ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.