ETV Bharat / sports

ICC ODI Rankings: ବାବରଙ୍କୁ ହଟାଇ ଶୀର୍ଷରେ ଗିଲ୍‌, ବୋଲିଂ ଟପ୍‌ରେ ସିରାଜ୍‌ଙ୍କ ରାଜୁତି

author img

By ETV Bharat Odisha Team

Published : Nov 8, 2023, 4:34 PM IST

ଆଇସିସି ଦ୍ବାରା ସଦ୍ୟତମ ପ୍ରକାଶିତ ଦିନିକିଆ ମାନ୍ୟତାରେ ଭାରତୀୟଙ୍କ ରାଜୁତି । ବ୍ୟାଟରଙ୍କ ସୂଚୀରେ ବାବରଙ୍କୁ ହଟାଇ ଶୁଭମନ ଗିଲ୍‌ ଶୀର୍ଷରେ । ପୁଣି ବୋଲିଂ ମାନ୍ୟତାରେ ଶୀର୍ଷକୁ ଫେରିଲେ ମହମ୍ମଦ ସିରାଜ । ଅଧିକ ପଢ଼ନ୍ତୁ

ବାବରଙ୍କୁ ହଟାଇ ଶୀର୍ଷରେ ଗିଲ୍‌
ବାବରଙ୍କୁ ହଟାଇ ଶୀର୍ଷରେ ଗିଲ୍‌

ହାଇଦ୍ରାବାଦ: ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହି ସେମିଫାଇନାଲ୍‌କୁ ପ୍ରବେଶ କରିଥିବା ଭାରତୀୟ ଦଳ ବିଶ୍ବକପ୍‌ ୨୦୨୩ରେ ଏ ପର୍ଯ୍ୟନ୍ତ ୮ ମ୍ୟାଚ୍‌ ଖେଳି ଅପରାଜେୟ ରହିଛି । ଦଳର ସମସ୍ତ ୩ ବିଭାଗ ଦମଦାର ଫର୍ମରେ ନଜର ଆସିଛନ୍ତି । ଯେଉଁଥି ପାଇଁ ଭାରତ ଏଥର ବିଶ୍ବକପ୍‌ ଚମ୍ପିଆନ୍‌ ହେବାର ପ୍ରବଳ ଦାବିଦାର ବୋଲି ବହୁ କ୍ରିକେଟ ସମୀକ୍ଷକ ଓ ପୂର୍ବତନ କ୍ରିକେଟରମାନେ ଆଶାବାଦୀ । ଆସନ୍ତା ୧୨ ତାରିଖରେ ବିଶ୍ବକପ୍‌ରେ ଲିଗ୍‌ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିବ ଭାରତ । ଏହା ପୂର୍ବରୁ ଦଳକୁ ମିଳିଛି ବଡ଼ ଉପହାର । ଆଇସିସି ଦିନିକିଆ ବ୍ୟାଟର ରାଙ୍କିଂରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ହଟାଇ ଯୁବ ଭାରତୀୟ ଓପନର ଶୁଭମନ ଗିଲ୍‌ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେପଟେ ବୋଲିଂ ଲାଙ୍କିଂରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ ।‌

ବାବରଙ୍କୁ ପଛରେ ପକାଇଲେ ଗିଲ୍‌: ଦୀର୍ଘ ଦିନରୁ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ରହିଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ହେଲେ ଏବେ ବାବରଙ୍କୁ ପଛରେ ପକାଇ ଶୀର୍ଷ ମାନ୍ୟତା ହାସଲ କରିନେଇଛନ୍ତି ଭାରତୀୟ ଯୁବ ତାରକା ଓପନର ଶୁଭମନ ଗିଲ । ଆଇସିସି ଦ୍ବାରା ସଦ୍ୟମତ ପ୍ରକାଶିତ ମାନ୍ୟତାରେ ଶୁଭମନ ଗିଲଙ୍କ ପାଖରେ ଏବେ ୮୩୦ ରେଟିଂ ପଏଣ୍ଟ ରହିଛି । ସେହିଭଳି ଦ୍ବିତୀୟରେ ରହିଥିବା ବାବରଙ୍କ ପାଖରେ ୮୨୪ ରେଟିଂ ପଏଣ୍ଟ ରହିଛି । କେବଳ ୪୧ ଦିନିକିଆ ପାଳି ଖେଳି ଆଇସିସି ବ୍ୟାଟର ମାନ୍ୟତାର ଶୀର୍ଷରେ ପହଞ୍ଚିବାରେ ଗିଲ୍‌ ଦ୍ବିତୀୟ ଦ୍ରୁତତମ ବ୍ୟାଟର ହୋଇଛନ୍ତି । ପୂର୍ବରୁ କେବଳ ୩୮ ପାଳି ଖେଳି ଏହି ସ୍ଥାନରେ ପହଞ୍ଚିବାର ରେକର୍ଡ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ICC ODI Ranking: ଷଷ୍ଠ ସ୍ଥାନକୁ ଉଠିଲେ ରୋହିତ, ବୋଲିଂରେ ଶ୍ରେଷ୍ଠ 10ରେ ସିରାଜ-କୂଳଦୀପ

ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ଗିଲ୍‌: ଯଦିଓ ଜାରି ରହିଥିବା ବିଶ୍ବକପ୍‌ ୨୦୨୩ରେ ଗିଲ୍‌ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିନାହାନ୍ତି, ହେଲେ ଚଳିତ ବର୍ଷ ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ପ୍ରକାଶଯୋଗ୍ୟ, ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା କାରଣରୁ ସେ ଭାରତ ପାଇଁ ବିଶ୍ବକପ୍‌ରେ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନଥିଲେ । ଏ ପର୍ଯ୍ୟନ୍ତ ସେ ଖେଳିଥିବା ମ୍ୟାଚ୍‌ରେ ୨ଟି ଅର୍ଦ୍ଧଶତକ ସାମିଲ ରହିଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ୯୨ ରନର ଦମଦାର ପାଳି ଖେଳି ଆଉଟ୍‌ ହୋଇଥିଲେ ।

ଟପ୍‌-୬ରେ ୩ ଭାରତୀୟ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପ୍ରକାଶିତ ସଦ୍ୟତମ ମାନ୍ୟତାରେ ଦିନିକିଆ ବ୍ୟାଟରଙ୍କ ତାଲିକାରେ ପ୍ରଥମ ୬ ଜଣଙ୍କ ମଧ୍ୟରେ ୩ ଭାରତୀୟ ରହିଛନ୍ତି । ୮୩୦ ରେଟିଂ ପଏଣ୍ଟ ସହ ଗିଲ୍‌ ଶୀର୍ଷରେ ରହିଥିବାବେଳେ ତାଙ୍କ ପଛକୁ ବାବର (୮୨୪) ଓ ୩ୟରେ କ୍ବିଣ୍ଟନ ଡିକକ୍‌ (୭୭୧) ରହିଛନ୍ତି । ୪ର୍ଥରେ ୭୭୦ ରେଟିଂ ପଏଣ୍ଟ ସହ ରହିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ୫ମରେ ଅଷ୍ଟ୍ରେଲୀୟ ଓପନର ଡେଭିଡ୍‌ ୱାର୍ଣ୍ଣର (୭୪୩) ରହିଥିବାବେଳେ ୬ଷ୍ଠ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ରେଟିଂ ପଏଣ୍ଟ ରହିଛି ୭୩୯ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ସଫଳତମ ଟିମ୍‌ ଭାରତ, ପଛରେ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲାଣ୍ଡ

ବୋଲିଂରେ ସିରାଜଙ୍କ ରାଜୁତି, ଟପ୍‌-୧୦ରେ ୪ ଭାରତୀୟ: ଆଇସିସି ଦିନିକିଆ ବୋଲିଂ ମାନ୍ୟତାରେ ଶୀର୍ଷରେ ଭାରତୀୟ ଷ୍ଟାର ପେସର୍‌ ମହମ୍ମଦ ସିରାଜ ରହିଛନ୍ତି । ୭୦୯ ରେଟିଂ ପଏଣ୍ଟ ସହ ଶୀର୍ଷରେ ସୁରକ୍ଷିତ ରହିଛନ୍ତି ସିରାଜ । ୪ର୍ଥରେ ୬୬୧ ରେଟିଂ ପଏଣ୍ଟ ସହ କୁଲଜୀପ ଯାଦବ ରହିଥିବାବେଳେ ୬୫୪ ରେଟିଂ ସହ ୮ମରେ ରହିଛନ୍ତି ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା । ସେହିଭଳି ବିଶ୍ବକପ୍‌ରେ ଭାରତ ପାଇଁ ସର୍ବାଧିକ ୱିକେଟ୍‌ ହାସଲକାରୀ ରହିଥିବା ମହମ୍ମଦ ଶାମି ୬୩୫ ରେଟିଂ ପଏଣ୍ଟ ସହ ୧୦ରେ ରହିଛନ୍ତି । ସେହିଭଳି ଅଲରାଉଣ୍ଡର ମାନ୍ୟତାରେ ଟପ୍‌ ୧୦ରେ କେବଳ ରବୀନ୍ଦ୍ର ଜାଡେଜା ରହିଛନ୍ତି । ଜାଡେଜାଙ୍କ ରେଟିଂ ପଏଣ୍ଟ ରହିଛି ୨୨୫ ।

ଦିନିକିଆରେ ଟିମ୍‌ ଇଣ୍ଡିଆ ନଂ ୧: ଆଇସିସି ଦିନିକିଆ ଟିମ୍‌ ମାନ୍ୟତାରେ ମଧ୍ୟ ଟିମ୍‌ ଇଣ୍ଡିଆ ଶୀର୍ଷ ସ୍ଥାନ ବଜାୟ ରଖିଛି । ୧୨୧ ରେଟିଂ ସହ ଟିମ୍‌ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ବିତୀୟରେ ରହିଥିବା ଅଷ୍ଟ୍ରେଲିଆର ରେଟିଂ ରହିଛି ୧୧୪ । ୧୧୧ ରେଟିଂ ସହ ତୃତୀୟ ଓ ଚତୁର୍ଥରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ । ସେହିଭଳି ନ୍ୟୁଜିଲାଣ୍ଡ ୧୦୨ ପଏଣ୍ଟ ସହ ପଞ୍ଚମରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.