ETV Bharat / sports

ବିଶ୍ବକପ୍‌ ୨୦୨୩: ସେମିରେ ଚମକିଲେ ଆୟର, କ୍ରମାଗତ ଦ୍ବିତୀୟ ଶତକ ସହ ରୋହିତ-ଦ୍ରାବିଡ୍‌ଙ୍କ କ୍ଲବ୍‌ରେ ସାମିଲ

author img

By ETV Bharat Odisha Team

Published : Nov 15, 2023, 8:12 PM IST

ବିଶ୍ବକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ଦମଦାର ଶତକ ହାସଲ କରିଛନ୍ତି ଭାରତର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର । ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ଶତକ ହାସଲ କରି ସେ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ କ୍ଲବ୍‌ରେ ସାମିଲ ହୋଇଥିବାବେଳେ ଭାରତୀୟ ବ୍ୟାଟର ଭାବେ ତୃତୀୟ ଦ୍ରୁତତମ ଶତକ ହାସଲକାରୀ ପାଲଟିଛନ୍ତି । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ଶତକ
ଆୟରଙ୍କ ଦ୍ରୁତତମ ଶତକ

ମୁମ୍ବାଇ: ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ରେ ଚମକିଲେ ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର । ରୋହିତ ଶର୍ମା, ଶୁଭମନ ଗିଲ୍‌, ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ପରେ ମଧ୍ୟକ୍ରମ ବ୍ୟାଟର ମଧ୍ୟ ବେଶ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ବଡ଼ ମ୍ୟାଚ୍‌ରେ ଭାରତ ପାଇଁ ପ୍ରଥମେ ବିରାଟ କୋହଲି 5୦ତମ ଐତିହାସିକ ଦିନିକିଆ ଶତକ ହାସଲ କରିବା ପରେ ମଧ୍ୟକ୍ରମ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ମଧ୍ୟ ଏହି ମ୍ୟାଚ୍‌ରେ ଦମଦାର ଶତକ ହାସଲ କରିଥିଲେ କେବଳ ୬୭ ବଲରୁ ଶତକ ହାସଲ କରିଥିବା ଆୟର ଏହି ପାଳି ବଳରେ ଏକାଧିକ କୀର୍ତ୍ତମାନ ମଧ୍ୟ କରିଛନ୍ତି ।

ଭାରତର ଶେଷ ଲିଗ୍‌ ମ୍ୟାଚ୍‌ ନେଦରଲାଣ୍ଡ ବିପକ୍ଷରେ ଆୟର ୧୨୮ ରନ୍‌ର ଶତକୀୟ ପାଳି ଖେଳିଥିଲେ । ଏହାପରେ ଆଜି ସେମିଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ରେ ସେ ପୁଣିଥରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୬୭ ବଲ୍‌ରେ ଶତକ ହାସଲ କରିଛନ୍ତି । ଏହି ଶତକ ସହ ସେ ପୂର୍ବତନ ଖେଳାଳି ତଥା ଭାରତୀୟ ଦଳର କୋଚ୍‌ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ କ୍ଲବରେ ସାମିଲ ହୋଇଛନ୍ତି । ବିଶ୍ବକପ୍‌ରେ ଲଗାତର ଦୁଇ ଶତକ ହାସଲ କରିବାରେ ତୃତୀୟ ବ୍ୟାଟର ପାଲଟିଛନ୍ତି ଆୟର । ୧୯୯୯ ବିଶ୍ବକପ୍‌ରେ ରାହୁଲ ଦ୍ରାବିଡ୍‌ କ୍ରମାଗତ ଭାବେ ଦୁଇଟି ଶତକ ହାସଲ କରିଥିଲେ । ସେହିଭଳି ବିଶ୍ବକପ୍‌ ୨୦୧୯ରେ ରୋହିତ ଶର୍ମା ଗୋଟିଏ ପାଦ ଆଗକୁ ଯାଇ ଲଗାତର ୩ ଶତକ ମାରିଥିଲେ । ଆଜିର ଇନିଂନ୍ସରେ ଆୟର ୭୦ ବଲ୍‌ରୁ ୧୦୫ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାଙ୍ଗିଲା ସଚିନ୍‌ଙ୍କ ରେକର୍ଡ, ଦିନିକିଆରେ କୋହଲିଙ୍କ ୫୦ତମ ଶତକ

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଦ୍ରାବିଡଙ୍କ କ୍ଲବ୍‌ରେ ରାହୁଲ, ରୋହିତଙ୍କୁ ପଛରେ ପକାଇ ହାସଲ କଲେ ଦ୍ରୁତତମ ବିଶ୍ବକପ୍‌ ଶତକ

ଏହି ଶତକ କୌଣସି ବିଶ୍ବକପ୍‌ ସେମିଫାଇନାଲ୍‌ରେ ଦ୍ରୁତତମ ଶତକ ଥିଲା । ଏହା ସହିତ ଆଉ ମଧ୍ୟ ଏକ ରେକର୍ଡ ସୂଚୀରେ ନିଜ ନାମ ଯୋଡ଼ିଛନ୍ତି ଆୟର । ବିଶ୍ବକପ୍‌‌ ଇତିହାସରେ ଭାରତ ପାଇଁ ତୃତୀୟ ଦ୍ରୁତତମ ଶତକ ହାସଲ କରିଥିବା ବ୍ୟାଟର ପାଲଟିଛନ୍ତି ଆୟର । ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ଭାବେ ୬୩ ବଲ୍‌ରେ ଦ୍ରୁତତମ ଶତକ ହାସଲ କରିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଏହାପରେ ନେଦରଲ୍ୟାଣ୍ଡ ବିପକ୍ଷରେ କେଏଲ୍‌ ରାହୁଲ ୬୨ ବଲରେ ଶତକ ହାସଲ କରି ରୋହିତଙ୍କ ରେକର୍ଡ ଭାଙ୍ଗିଥିଲେ । ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ଭଳି ବଡ଼ ମ୍ୟାଚ୍‌ରେ ଆୟର ୬୭ ବଲ୍‌ରେ ଶତକ ହାସଲ କରି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.