ETV Bharat / sports

ଭାରତୀୟ ମହିଳା କ୍ରିକେଟରେ ଇତିହାସ, କାରବିୟାନ୍‌ ଲିଗ୍‌ ଖେଳିବେ ଶ୍ରେୟଙ୍କା ପାଟିଲ୍‌

ମହିଳା କାରବିୟାନ୍ ପ୍ରିମିୟର ଲିଗ୍‌ ଖେଳିବେ ଶ୍ରେୟଙ୍କା ପାଟିଲ୍‌ । ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ କାରବିୟାନ୍‌ ପ୍ରିମିୟର୍‌ ଲିଗ୍‌ରେ ଭାଗନେବେ ଶ୍ରେୟଙ୍କା । ଅଧିକ ପଢ଼ନ୍ତୁ

author img

By

Published : Jul 2, 2023, 6:38 PM IST

କାରବିୟାନ୍‌ ଲିଗ୍‌ ଖେଳିବେ ଶ୍ରେୟଙ୍କା ପାଟିଲ୍‌

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟରେ ନୂଆ ଇତିହାସ । ଅଫ୍ ସ୍ପିନର ଶ୍ରେୟଙ୍କା ପାଟିଲ୍ ଖେଳିବେ ମହିଳା କାରବିୟାନ୍‌ ପ୍ରିମିୟର୍‌ ଲିଗ୍‌ । ୨୧ ବର୍ଷିୟା ଶ୍ରେୟଙ୍କା ପ୍ରଥମ ଭାରତୀୟ ମହିଳା ଖେଳାଳୀ ଭାବେ ୱେଷ୍ଟଇଣ୍ଡିଜ ଟି୨୦ ପ୍ରିମିୟର ଲିଗ୍ ଖେଳିବେ । ଗାଏନା ଆମାଜନ୍ ୱାରିୟର୍ସ ଦଳ ଶ୍ରେୟଙ୍କାଙ୍କୁ ନିଜ ଦଳରେ ସାମିଲ କରିଛି । ଏହି ଟି୨୦ ଲିଗ୍‌ର ଚଳିତ ବର୍ଷର ସଂସ୍କରଣ ଆସନ୍ତା ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେବ । ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ଭାରତ ଆୟୋଜନ କରିଥିବା ପ୍ରଥମ ମହିଳା ପ୍ରିମିୟର ଲିଗ୍‌ରେ ଆର୍‌ସିବି ପାଇଁ ଖେଳିଥିଲେ ଶ୍ରେୟଙ୍କା ।

ଏହା ମଧ୍ୟ ପଢ଼ନ୍ତୁ...ଏସିଆନ ଗେମ୍ସରେ ଭାରତର ନେତୃତ୍ବ ନେବେ ଧାୱନ ! ଭିନ୍ନ ମତ ରଖିଲେ କାର୍ତ୍ତିକ

ଭାରତୀୟ ପୁରୁଷ କ୍ରିକେଟରଙ୍କୁ ବିଦେଶରେ ଟି୨୦ ଲିଗ୍ ଖେଳିବାକୁ ଅନୁମତି ନାହିଁ । ହେଲେ ମହିଳା କ୍ରିକେଟର୍‌ଙ୍କ ପାଇଁ ଏହାକୁ କୋହଳ କରିଛି ବିସିସିଆଇ । ପୂର୍ବରୁ ଅନେକ ଭାରତୀୟ ମହିଳା କ୍ରିକେଟର ବିଦେଶରେ ଟି୨୦ ଲିଗ୍ ଖେଳିଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟକ ହରମନପ୍ରୀତ୍ କୌର, ଉପଅଧିନାୟକ ସ୍ମୃତି ମାନ୍ଧାନା, ଜୋମିମା ରୌଡ୍ରିଗ୍ସ, ଶେଫାଳୀ ବର୍ମା ଏବଂ ରିଚା ଘୋଷ ପ୍ରମୁଖଙ୍କ ସମେତ ଅନେକ ମହିଳା ଖେଳାଳୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ପୂର୍ବରୁ ଟି୨୦ ଲିଗ୍ ଖେଳିଛନ୍ତି । ହେଲେ କାରବିୟାନ୍‌ ପ୍ରିମିୟର୍‌ ଲିଗ୍‌ରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳୀ ଭାଗ ନେଇ ନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup 2023: ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ୍ବ ଜାରି, ସୁରକ୍ଷା ଯାଞ୍ଚ କରିବ ପ୍ରତିନିଧି ଦଳ

ତେବେ ଗତ ମାସରେ ହଂକଂରେ ହୋଇଥିବା ଇମର୍ଜିଙ୍ଗ ଏସିଆ କପ୍‌ ଟୁର୍ଣ୍ଣମେଣ୍ଟରେ ଶ୍ରେୟଙ୍କା ଦମଦାର ପ୍ରଦର୍ଶନ କରିଥିଲେ । ୨ଟି ମ୍ୟାଚରେ ୭ ଓଭର ବୋଲିଂ କରିଥିବା ବେଳେ ୯ଟି ୱିକେଟ୍ ଅକ୍ତିଆର କରିଥିଲେ ଶ୍ରେୟଙ୍କା । ଫାଇନାଲ୍ ମ୍ୟାଚରେ ସେ ଏକାକୀ ୪ଟି ୱିକେଟ୍ ନେଇଥିଲେ । ଏଭଳି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଥିଲା । ସେହିପରି ଭାରତରେ ଆୟୋଜିତ ମହିଳା ଆଇପିଏଲ୍ ପ୍ରଥମ ସଂସ୍କରଣରେ ଶ୍ରେୟଙ୍କା ପାଟିଲ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ପାଇଁ ଖେଳିଥିଲେ । ଏଥିରେ ୭ଟି ମ୍ୟାଚରୁ ସେ କେବଳ ୬ଟି ୱିକେଟ୍ ନେବାରେ ସମର୍ଥ ହୋଇଥିଲେ । ତେବେ ମହିଳା କାରବିୟାନ୍‌ ପ୍ରିମିୟର ଲିଗ୍‌ ପାଇଁ ସେ ଗାଏନା ଆମାଜନ୍ ୱାରିୟର୍ସ ଦଳରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.