ନୂଆଦିଲ୍ଲୀ: ବିବାହର ୮ ବର୍ଷ ପରେ ପତ୍ନୀ ଆୟେସା ମୁଖାର୍ଜୀଙ୍କ ଠାରୁ ଅଲଗା ହେଲେ ଭାରତୀୟ କ୍ରିକେଟର ଶିଖର ଧାୱନ । ମେଲବର୍ଣ୍ଣର ବକ୍ସର ଆୟେଶାଙ୍କୁ ଶିଖର ଧୱନ ୨୦୧୨ରେ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ବାମୀଙ୍କ ଠାରୁ ତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଥିଲେ। ଧାୱନ ସମସ୍ତଙ୍କୁ ଆପଣାଇଲେ। ୨୦୧୨ରେ ଧୱନ ଓ ଆୟେଶା ବିବାହ କରିବା ପରେ ୨୦୧୪ରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ଧାୱନ ଓ ଆୟେଶାଙ୍କର ପୁତ୍ର ସନ୍ତାନଙ୍କର ନାଁ ଜୋରାଭର ।
ଆୟେଶା ଇନଷ୍ଟାଗ୍ରାମରେ ପୋଷ୍ଟ କରି ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି । ''ଥରେ ଛାଡ଼ପତ୍ର ହେବା ପରେ ଲାଗୁଥିଲା ଯେ ଦ୍ୱିତୀୟ ଥର ଅନେକ କିଛି ବାଜିରେ ଲାଗିଛି। ମୋତେ ଅନେ କିଛି ପ୍ରମାଣ କରିବାକୁ ପଡ଼ିବ । ଯେତେବେଳେ ମୋର ଦ୍ୱିତୀୟ ବିବାହ ବିଚ୍ଛେଦ ହେଲା, ଅତ୍ୟନ୍ତ ଭୟଙ୍କର ଥିଲା । ଭାବୁଥିଲି ଛାଡ଼ପତ୍ର ଗୋଟିଏ ଖରାପ ଶବ୍ଦ। କିନ୍ତୁ ମୋର ଦୁଇଥର ଛାଡ଼ପତ୍ର ହୋଇଗଲା ।''
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଶିଖର ଧୱନଙ୍କ ବୟସ ୩୫ ହୋଇଥିବାବେଳେ ଆୟେଶାଙ୍କ ବୟସ ୪୬ ବର୍ଷ ।
ଧାୱନ ଶେଷ ଥର ପାଇଁ ଜୁଲାଇ ମାସରେ ଯୁବ ଭାରତୀୟ ଟିମର ନେତୃ୍ତ୍ବ ଶ୍ରୀଲଙ୍କା ଗସ୍ତରେ ନେଇଥିଲେ । ଟିମ ଇଣ୍ଡିଆର ସୀମିତ ଓଭର ଟିମର ପ୍ରମୁଖ୍ୟ ସଦସ୍ୟ ରହିଛନ୍ତ ଧାୱନ । ପ୍ରାୟ ଏକଦଶନ୍ଧି ଧରି ଧାୱନ ଭାରତୀୟ ଶୀର୍ଷକ୍ରମ ବ୍ୟାଟିଂକ୍ରମର ପ୍ରମୁଖ ଖେଳାଳି ରହିଛନ୍ତି ।
ଶ୍ରୀଲଙ୍କା ବିପକ୍ଷରେ ସେ ୬ଟି ହ୍ବାଇଟବଲ ମ୍ୟାଚରେ ଭାରତର ଅଧିନାୟକ ଦାୟିତ୍ବ ସମ୍ଭାଳିଥିଲେ । ଟିମରେ ୬ଜଣ ନୂଆ ଖେଳାଳିଙ୍କ ସହିତ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ରହିଥିଲେ ।
ବୁଧବାର ଘୋଷଣା ହେବାକୁ ଥିବା ଭାରତୀୟ ଟି୨୦ ବିଶ୍ବକପ ସ୍କ୍ବାଡରେ ସ୍ଥାନ ପାଇଁ ଧାୱନ ଲକ୍ଷ୍ୟ ରଖିଛନ୍ତି । ରୋହିତ ଶର୍ମାଙ୍କ ସହିତ ଓପନିଂ ପାଇଁ ଅନ୍ୟତମ ଓପନର ଭାବେ କେଏଲ ରାହୁଲ ଓ ଧାୱନଙ୍କ ମଧ୍ୟ ଲଢେଇ ହେବାର ସମ୍ଭାବନା ରହିଛି । ତେବେ COVID-19 କଟକଣାକୁ ଦୃଷ୍ଟିରେ ରଖି BCCI ଏକ ବଡ ସ୍କ୍ବାଡ ଘୋଷଣା କରିପାରେ । ଏପରି ହେଲେ ଧାୱନଙ୍କୁ ସ୍କ୍ବାଡରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ