ETV Bharat / sports

ENG VS IND: ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ଆହତ ଶାର୍ଦ୍ଦୁଲ ଠାକୁର

author img

By

Published : Aug 11, 2021, 6:07 PM IST

ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଆହତ ହେଲେ ଭାରତୀୟ ଫାଷ୍ଟ ବୋଲର ଶାର୍ଦ୍ଦୁଲ ଠାକୁର । ଆସନ୍ତାକାଲିଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଚୟନ ବେଳେ ଉପସ୍ଥିତ ନଥିଲେ ଶାର୍ଦ୍ଦୁଲ ଠାକୁର । ଅଧିକ ପଢ଼ନ୍ତୁ...

ENG VS IND: ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ଆହତ ଶାର୍ଦ୍ଦୁଲ ଠାକୁର
ENG VS IND: ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ଆହତ ଶାର୍ଦ୍ଦୁଲ ଠାକୁର

ଲଣ୍ଡନ: ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଆହତ ହେଲେ ଭାରତୀୟ ଫାଷ୍ଟ ବୋଲର ଶାର୍ଦ୍ଦୁଲ ଠାକୁର । ଆସନ୍ତାକାଲି(ଗୁରୁବାର)ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଚୟନ ବେଳେ ଉପସ୍ଥିତ ନଥିଲେ ଶାର୍ଦ୍ଦୁଲ ଠାକୁର । ଆହତଜନିତ ସମସ୍ୟା ଯୋଗୁଁ ଦ୍ବିତୀୟ ଟେଷ୍ଟ ମ୍ୟାଚ ସେ ଖେଳି ପାରିବେ ନାହିଁ ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି ।

ତୃତୀୟ ଟେଷ୍ଟ ମ୍ୟାଚ ବେଳକୁ ଶାର୍ଦ୍ଦୁଲ ଠାକୁର ଉପସ୍ଥିତ ରହିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ଅଧିନାୟକ । ତାଙ୍କ ସ୍ଥାନରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ସ୍ଥାନ ମିଳିପାରେ ଆଲୋଚନା ହେଉଛି । ଏହି ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବା ସହ ବିଜୟୀ ହୋଇ ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବ ।

ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା । ତେବେ ପଞ୍ଚମ ଦିନରେ ବର୍ଷା ଯୋଗୁଁ ମ୍ୟାଚ ଅମିମାଂଶିତ ଘୋଷଣା ହୋଇଥିଲା । ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ବିଜୟୀ ହେବା ନେଇ ଆକଳନ କରୁଥିଲେ କ୍ରିକେଟ ସମୀକ୍ଷକ । ଶେଷ ଦିନରେ ବିଜୟ ପାଇଁ ଭାରତ ମାତ୍ର ୧୫୭ ରନ କରିବା ବାକି ଥିଲା । ଦ୍ବିତୀୟ ଇନିଂସରେ ଇଂଲଣ୍ଡର ବ୍ୟାଟିଂ ପରେ ଭାରତକୁ ୨୦୯ ରନ ବିଜୟ ଲକ୍ଷ ମିଳିଥିଲା ।

ପ୍ରଥମ ଟେଷ୍ଟ ପାଇଁ ଭାରତ ଚୂଡ଼ାନ୍ତ ଏକାଦଶରେ ୩ ଜଣ ଫାଷ୍ଟ ବୋଲରଙ୍କୁ ସ୍ଥାନ ଦେଇଥିଲା । ଦ୍ବିତୀୟ ଟେଷ୍ଟ ପୂର୍ବରୁ ଶାର୍ଦ୍ଦୁଲ ଠାକୁର ଆହତ ହୋଇଛନ୍ତି । ଏହାପରେ ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ରହିବ ତାହାରି ଉପରେ ରହିଛି ସଭିଙ୍କ ନଜର । ଟେଷ୍ଟ ମ୍ୟାଚରେ ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତର ରେକର୍ଡ ଏତେଟା ଭଲ ନାହିଁ । ସେପଟେ ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଅଲରାଉଣ୍ଡର ମୋଇନ ଅଲିଙ୍କୁ ସାମିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.