ETV Bharat / sports

IPL 2022: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପ୍‌ରେ ସେନ ୱାଟସନ୍‌ - ସେନ ୱାଟସନ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଇଣ୍ଡିଆନ ପ୍ରିମିୟର ଲିଗ(IPL)କୁ ଫେରିବେ ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ ୱାଟସନ । ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ୱାଟସନଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଥିବା ଘୋଷଣା କରିଛି । ଅଧିକ ପଢନ୍ତୁ

Shane Watson has confirmed that he will be joining Delhi Capitals as an assistant coach for IPL 2022
IPL 2022: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପ୍‌ରେ ସେନ ୱାଟସନ୍‌
author img

By

Published : Mar 15, 2022, 3:28 PM IST

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL)କୁ ଫେରିବେ ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ ୱାଟସନ । ନୂଆ ଦାୟିତ୍ବ ସହ ନୂଆ କ୍ୟାମ୍ପ୍‌ରେ ହେବେ ସାମିଲ । ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ୱାଟସନଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଥିବା ଘୋଷଣା କରିଛି ।

୪୦ ବର୍ଷୀୟ ଭେଟେରାନ କ୍ରିକେଟର, ମୁଖ୍ୟ କୋଚ୍‌ ରିକି ପଣ୍ଟିଂ, ସହକାରୀ କୋଚ୍‌ ପ୍ରବୀଣ ଆମ୍ରେ, ସହକାରୀ କୋଚ୍‌ ଅଜିତ ଅଗରକର ଓ ବୋଲିଂ କୋଚ୍‌ ଜେମ୍ସ ହୋପ୍ସଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସ(DC)ର କୋଚିଂ ଷ୍ଟାଫ୍‌ଭାବେ କ୍ୟାମ୍ପ୍‌ରେ ସାମିଲ ହେବେ ।

ନୂଆ ନିଯୁକ୍ତି ନେଇ ୱାଟସନ୍‌ କହିଛନ୍ତି, "IPL ବିଶ୍ବର ଶ୍ରେଷ୍ଠ ଟି-୨୦ ଟୁର୍ନାମେଣ୍ଟ । ଜଣେ ଖେଳାଳି ଭାବେ ୨୦୦୮ରେ ସେନ ୱାର୍ଣ୍ଣଙ୍କ ନେତୃତ୍ବରେ ବିଜେତା ଟିମ ରାଜସ୍ଥାନ ରୟାଲ୍ସ ସହିତ, ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଚେନ୍ନାଇ ସୁପର କିଙ୍ଗ୍ସ(CSK) ସହିତ ମଧ୍ୟ ସୁନ୍ଦର ସ୍ମୃତି ରହିଛି । ଖେଳାଳି ଭାବେ ଅନେକ ଅନୁଭୂତି ରହିଛି, ତେବେ ବର୍ତ୍ତମାନ କୋଚିଂ ସୁଯୋଗ ମିଳିଛି । ମହାନ ରିକି ପଣ୍ଟିଂଙ୍କ ନେତୃତ୍ବରେ କାମ କରିବାକୁ ସୁଯୋଗ ମିଳିବ । କ୍ୟାପଟେନ ଭାବେ ସେ ଜଣେ ଦକ୍ଷ ନେତୃତ୍ବ ଥିଲେ ଓ ବିଶ୍ବରେ ବର୍ତ୍ତମାନ ଶ୍ରେଷ୍ଠ କୋଚ୍‌ଙ୍କ ମଧ୍ୟରୁ ପଣ୍ଟିଂ ଅନ୍ୟତମ ।"

ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ୱାଟସନ ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିଛନ୍ତି । ରାଜସ୍ଥାନ ସହିତ ୨୦୦୮ରେ ଓ ୨୦୧୮ରେ ଆଇପିଏଲ ଟ୍ରଫି ବିଜେତା ସିଏସକେ ସହିତ ମୋଟ ଦୁଇଥର ଚାମ୍ପିୟନ ରହିଛନ୍ତି । ବିଶ୍ବର ବିତ୍ତଶାଳୀ ଲିଗ୍‌ରେ ୱାଟସନଙ୍କ ନାମରେ ୩୮୭୫ ରନ୍‌ ଓ ୯୨ ୱିକେଟ ରହିଛି । ଏଥିସହ ଆଇପିଏଲ ଟୁର୍ନାମେଣ୍ଟ ଇତିହାସରେ ଅଲରାଉଣ୍ଡର ୱାଟସନ ସ୍ଥିର ପ୍ରଦର୍ଶନ ପାଇଁ ଟୁର୍ନାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ରହିଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.