ହାଇଦ୍ରାବାଦ: ସୁରକ୍ଷିତ ସ୍ବଦେଶ ଫେରିଲେ ବାଲାଂଦେଶ କ୍ରିକେଟର ସାକିବ ଅଲ-ହାସନ ଓ ମୁସ୍ତାଫିଜୁର ରେହମାନ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ମୁସ୍ତାଫିଜୁର ଓ କୋଲକାତା ନାଇଟ ରାଇଡର୍ସ ଅଲରାଉଣ୍ଡର ସାକିବ ଅଲ ହାସନ ଆଇପିଏଲ 2021 ସ୍ଥଗିତ ହେବାପରେ ସୁରକ୍ଷିତ ଭାବେ ବାଂଲାଦେଶରେ ପହଞ୍ଚିଛନ୍ତି ।
-
Alhamdulillah, we have safely back in Bangladesh without any trouble. I would like to thank @rajasthanroyals and @KKRiders franchises for making it happen. I would also like to thank our health ministry for it's contribution. pic.twitter.com/IippSdB8Qa
— Mustafizur Rahman (@Mustafiz90) May 6, 2021 " class="align-text-top noRightClick twitterSection" data="
">Alhamdulillah, we have safely back in Bangladesh without any trouble. I would like to thank @rajasthanroyals and @KKRiders franchises for making it happen. I would also like to thank our health ministry for it's contribution. pic.twitter.com/IippSdB8Qa
— Mustafizur Rahman (@Mustafiz90) May 6, 2021Alhamdulillah, we have safely back in Bangladesh without any trouble. I would like to thank @rajasthanroyals and @KKRiders franchises for making it happen. I would also like to thank our health ministry for it's contribution. pic.twitter.com/IippSdB8Qa
— Mustafizur Rahman (@Mustafiz90) May 6, 2021
ସାକିବଙ୍କ ସହ ଏକ ଚାଟାର୍ଡ ବିମାନରେ ବସିଥିବାର ଫଟୋ ସେୟାର କରିଛନ୍ତି ମୁସ୍ତାଫିଜୁର ଓ ଲେଖିଛନ୍ତି, "ସୁରକ୍ଷିତ ବିନା କୌଣସି ଅସୁବିଧାରେ ବାଂଲାଦେଶରେ ପହଞ୍ଚିଲୁ ।" ଏଥିସହ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଇଛନ୍ତି । ବାଂଲାଦେଶ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସକରାତ୍ମକ ଭୂମିକା ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଜୈବ ସୁରକ୍ଷା ବଳୟରେ ଥିଲେ ମଧ୍ୟ ଏକାଧିକ ଖେଳାଳି କୋରୋନା ସଂକ୍ରମିତ ହେବାପରେ, ଆଇପିଏଲ 2021କୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି ବିସିସିଆଇ ।
ବୁଧବାର 11ଜଣ ଇଂଲଣ୍ଡ କ୍ରିକେଟର ସ୍ବଦେଶ ଫେରିବା ପରେ ଆଇପିଏଲରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲୀୟ ମାଳଦୀପ ପହଞ୍ଚିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ