ETV Bharat / sports

ଷ୍ଟମ୍ପ୍‌କୁ ଗୋଡରେ ଫିଙ୍ଗିବା ଘଟଣାରେ 4ଟି ମ୍ୟାଚରୁ ବାସନ୍ଦ ସାକିବ

author img

By

Published : Jun 12, 2021, 7:26 PM IST

ଢାକା ପ୍ରିମିୟର ଲିଗ୍‌ର ଏକ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ନାଖୁସ ହୋଇ ରାଗ ଉପରେ ନିୟନ୍ତ୍ରଣ ହରାଇ ୱିକେଟକୁ ଗୋଇଠା ମାରି ଭାଙ୍ଗିବା ପରେ ଓପାଡି ପିଙ୍ଗିବା ବାଂଲାଦେଶର ଆଙ୍ଗ୍ରୀ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡିଛି । ଅଧିକ ପଢନ୍ତୁ...

Shakib Al Hasan banned for 4 Dhaka Premier League matches: Report
ଷ୍ଟମ୍ପ୍‌କୁ ଗୋଡରେ ଫିଙ୍ଗିବା ଘଟଣାରେ 4ଟି ମ୍ୟାଚ୍ରୁ‌ ବାସନ୍ଦ ସାକିବ

ଢାକା: ନିଜ କଲା କର୍ମର ଫଳ ଭୋଗିଲେ ପୂର୍ବତନ ବାଂଲାଦେଶ କ୍ୟାପଟେନ ସାକିବ ଅଲ ହାସନ । ଚଳିତ ଢାକା ପ୍ରିମିୟର ଲିଗ୍‌ର ଏକ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ନାଖୁସ ହୋଇ ରାଗ ଉପରେ ନିୟନ୍ତ୍ରଣ ହରାଇ ୱିକେଟକୁ ଗୋଇଠା ମାରି ଭାଙ୍ଗିବା ପରେ ଓପାଡି ପିଙ୍ଗିବା ବାଂଲାଦେଶର ଆଙ୍ଗ୍ରୀ ଅଲରାଉଣ୍ଡରଙ୍କୁ ମହଙ୍ଗା ପଡିବାକୁ ଯାଉଛି । ଏହି ଘଟଣାରେ ସାକିଙ୍କୁ 4ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିବା ସୂଚନା ମିଳିଛି ।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ମହମ୍ମଦନ ସ୍ପୋର୍ଟିଂ କ୍ଲବର କ୍ୟାପଟେନ୍‌ ଅମ୍ପାୟରଙ୍କ ନିଷ୍ପତ୍ତି ତାଙ୍କର ଟିମ ସପକ୍ଷରେ ନଯିବାରୁ ପ୍ରଥମେ ଅମ୍ପାୟରଙ୍କ ସାଙ୍ଗେ ଯୁକ୍ତି କରିଥିଲେ । ପରେ ଷ୍ଟମ୍ପ୍‌କୁ ଗୋଇଠା ମାରିଥିଲେ ଓ ଉପାଡି ଫିଙ୍ଗିଦେଇଥିଲେ ।

'ଭଦ୍ର ଲୋକଙ୍କ ଖେଳ' କ୍ରିକେଟରେ ସାକିବଙ୍କ ଏଭଳି ଉଗ୍ର ଆଚରଣର ଭିଡିଓ ସୋସିଆଲ ମିଡିଆରେ କିଛି କ୍ଷଣ ମଧ୍ୟ ଭାଇରାଲ ହୋଇଯାଇଥିଲା । ଅମ୍ପାୟରଙ୍କ ପ୍ରତି ସାକିବଙ୍କ ଏପରି ବ୍ୟବହାରକୁ ନିନ୍ଦା କରିଥିଲେ ଫ୍ୟାନ୍ସ । ବାଂଲାଦେଶ କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ଖେଲଦ ମହମୁଦଙ୍କ ସହ ମଧ୍ୟ ତାଙ୍କର କଥା କଟାକଟି ହୋଇଥିବା ଜଣାପଡିଛି ।

ଢାକା ଟ୍ରିବୁନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହମ୍ମଦନ ସ୍ପୋର୍ଟିଂ କ୍ଲବ କ୍ରିକେଟ କମିଟି ଅଧକ୍ଷ ମୁସାଦୁଜାମନ ସ୍ପଷ୍ଟ କରିଛନ୍ତି ଯେ, ସାକିବ 4ଟି ମ୍ୟାଚ୍‌ ଖେଳିପାରିବେ ନାହିଁ । ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟ ସଂପୂର୍ଣ୍ଣ ଘଟଣାକୁ ଅନୁଧ୍ୟାନ କରୁଛି ।

ତେବେ ମ୍ୟାଚ୍‌ ପରେ ଅଶୋଭନୀୟ ଆଚରଣ ପାଇଁ ସାକିବ କ୍ଷମା ପ୍ରାର୍ଥନା କରିଥିଲେ ।

ଗତବର୍ଷ ସାବିକ ଆଇସିସିର ଦୁର୍ନୀତି ନିରୋଧ ଧାରାର ଉଂଲଘନ କରି 12 ମାସ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.