ଅହମ୍ମଦାବାଦ: ସର୍ବଭାରତୀୟ ଚୟନକର୍ତ୍ତା କମିଟି ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODI ପାଇଁ ଇଶାନ କିଶନ ଓ ଶାହାରୁଖ ଖାନଙ୍କୁ ଭାରତୀୟ ସ୍କ୍ବାଡ୍ରେ ସାମିଲ କରିଛନ୍ତି । ରବିବାର ଠାରୁ ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦରେ ଭାରତ ୩ଟି ODI ମ୍ୟାଚ୍ ଖେଳିବା ନେଇ ସୂଚୀ ରହିଛି । ପରେ ଫେବୃଆରୀ ୧୬ରୁ ଇଡେନ ଗାର୍ଡେନ କୋଲକାତାରେ ଟି-୨୦ ସିରିଜ ଖେଳାଯିବ ।
-
NEWS - Ishan Kishan and Shahrukh Khan added to squad for 1st ODI.
— BCCI (@BCCI) February 5, 2022 " class="align-text-top noRightClick twitterSection" data="
More details here - https://t.co/lJRVufPI3s #INDvWI pic.twitter.com/I5jqVp3BQf
">NEWS - Ishan Kishan and Shahrukh Khan added to squad for 1st ODI.
— BCCI (@BCCI) February 5, 2022
More details here - https://t.co/lJRVufPI3s #INDvWI pic.twitter.com/I5jqVp3BQfNEWS - Ishan Kishan and Shahrukh Khan added to squad for 1st ODI.
— BCCI (@BCCI) February 5, 2022
More details here - https://t.co/lJRVufPI3s #INDvWI pic.twitter.com/I5jqVp3BQf
ଏହାମଧ୍ୟ ପଢନ୍ତୁ: 1000ତମ ODI ମ୍ୟାଚ୍ ଖେଳିବ ଟିମ ଇଣ୍ଡିଆ, ସଚିନଙ୍କ ଶୁଭେଚ୍ଛା
ଇଶାନ କିଶନ ଓ ଶାହାରୁଖ ଖାନଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODI ମ୍ୟାଚ୍ ପାଇଁ ସ୍କ୍ବାଡ୍ରେ ସାମିଲ କରାଯାଇଥିବା ନେଇ BCCI ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ୩ଜଣ ଖେଳାଳିଙ୍କ ସମେତ ମୋଟ ୭ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ପରେ ମୟଙ୍କ ଅଗ୍ରୱାଲଙ୍କୁ ବୁଧବାର ODI ସ୍କ୍ବାଡ୍ରେ ସାମିଲ କରିଥିଲେ ଚୟନକର୍ତ୍ତା କମିଟି । ତେବେ ଗୁରୁବାର ଆଉ କୌଣସି ସଂକ୍ରମିତ ଚିହ୍ନଟ ନହେବା ପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କରିଥିଲା ଭାରତୀୟ ଟିମ ।
ପ୍ରଥମ ODI ପାଇଁ ଭାରତୀୟ ସ୍କ୍ବାଡ୍: ରୋହିତ ଶର୍ମା(କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ ଓ ଶାହାରୁଖ ଖାନ୍ ।
ANI