ETV Bharat / sports

ଗାଙ୍ଗୁଲି-ଧୋନୀଙ୍କୁ ପ୍ରଶଂସା କଲେ, ରୋହିତଙ୍କ ଅଧିନାୟକତ୍ୱ ନେଇ ଏମିତି କହିଲେ ଆଫ୍ରିଦି

author img

By

Published : Nov 11, 2022, 10:23 PM IST

ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କହିଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇକୁ ସଫଳ ଅଧିନାୟକ ମିଳିପାରି ନାହିଁ । ଅଧିକ ପଢନ୍ତୁ

ଧୋନୀ ଓ ଗାଙ୍ଗୁଲିଙ୍କ ପରେ ଭାରତକୁ ସଫଳ ଅଧିନାୟକ ମିଳିପାରିନାହିଁ ବୋଲି କହିଲେ ସାହିଦ ଆଫ୍ରିଦି

ହାଇଦ୍ରାବାଦ: ଟି-୨୦ ବିଶ୍ବକପ ନକ୍ ଆଉଟରୁ ଭାରତ ବିଦା ହେବା ପରେ ଭାରତୀୟ କ୍ରକେଟରଙ୍କୁ ସମାଲୋଚନା କଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇକୁ ସଫଳ ଅଧିନାୟକ ମିଳିପାରି ନାହିଁ ଯିଏକି ଟିମ୍ ଇଣ୍ଡିଆର ନେତୃତ୍ବ ଭାରକୁ ଠିକ୍ ଭାବରେ ସମ୍ଭାଳି ପାରିବା ସହିତ ଆଇସିସି ଟ୍ରଫି ଭେଟି ଦେଇପାରିବ । ସେମିଫାଇନାଲରେ ଭାରତ ଇଂଲଣ୍ଡଠାରୁ ଶୋଚନୀୟ ଭାବରେ ପରାସ୍ତ ହୋଇଛି । ଏନେଇ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ପାକିସ୍ତାନ ଗଣମାଧ୍ୟମ ସମା ଟିଭିରେ କହିଛନ୍ତି, "ଏବେ ଭାରତର ଦୋଷ ଦୁର୍ବଳତା ବାବଦରେ ଆଲୋଚନା କରିବାର ସମୟ ଆସିଛି ।"

ଯଦି ଆପଣ ମ୍ୟାଚ ବିଜୟୀ ହେଉଛନ୍ତି ତାହେଲେ ଆପଣ ଜାଣିବାକୁ ସୁଯୋଗ ପାଇବେ ନାହିଁ କି ଆପଣଙ୍କ ଦଳରେ କେଉଁ ତ୍ରୁଟି ରହିଛି । ଆପଣ ଯେଉଁ ରଣନୀତି ଆପଣାଉଛନ୍ତି ତାହା କେତେ ପ୍ରତିଶତ ସଫଳ ହେବ । ବିଭିନ୍ନ ଦଳ ବିପକ୍ଷରେ ବିଭିନ୍ନ ରଣନୀତି ଆପଣାଇବାକୁ ପଡିଥାଏ । ତେବେ ଇଂଲଣ୍ଡ ବିପକ୍ଷରେ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଥିଲା । ଯାହା ଭାରତକୁ ୧୦ ୱିକେଟରେ ପରାଜୟ ମୁହଁ ଦେଖିବାକୁ ପଡିଥିଲା । ଭାରତ ସେମିଫାଇନାଲରୁ ବିଦା ହୋଇଛି ଯେଉଁ କାରଣରୁ ବିଭିନ୍ନ ଆଡୁ ବିଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି । ଯଦି ଆପଣ ଗଭୀର ଭାବରେ ବିଚାର କରିବେ ତାହେଲେ ଟିମ୍ ଇଣ୍ଡିଆକୁ ଗାଙ୍ଗୁଲି ଏବଂ ଧୋନୀଙ୍କ ପରେ ଏକ ଦୃଢ ନେତୃତ୍ବ ଦରକାର ରହିଛି । ଏମିତି ଅଧିନାୟକ ଦରକାର ଯିଏ ଦଳକୁ ତୃଣମୂଳ ସ୍ତରରୁ ସୁଧାରିବା ସହିତ ଫ୍ରଣ୍ଟ ଲାଇନରେ ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେଇପାରିବ ବୋଲି କହିଛନ୍ତି ଆଫ୍ରିଦି ।

"ମହେନ୍ଦ୍ର ସିଂ ଧୋନୀଙ୍କ ପରେ ବିରାଟ କୋହଲିଙ୍କୁ ଦଳର କମାଣ ସମ୍ଭାଳିବାକୁ ଦିଆଗଲା । ବିରାଟ କୋହଲିଙ୍କ ପରେ ରୋହିତ୍ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ନେତୃତ୍ବ ଦିଆଗଲା । ହେଲେ ବିରାଟ ଓ ରୋହିତଙ୍କ ଭିତରୁ କାହାକୁ ବି ସଫଳ ଅଧିନାୟକ କୁହାଯାଇପାରିବ ନାହିଁ । ଏବେ ରୋହିତ ଶର୍ମା ଭାରତର ଅଧିନାୟକ ରହିଛନ୍ତି । ହେଲେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶେଷ ଭଲ ରହିନଥିଲା" ବୋଲି କହିଛନ୍ତି ଆଫ୍ରିଦି ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, "ଜଣେ ଅଧିନାୟକର ଦଳରେ ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ରହିଥାଏ । ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଥାଏ । ଆଇପିଏଲ ଦୁଇ ମାସରୁ ଅଧିକ ସମୟ ଧରି ଖେଳାଯାଇଥାଏ । ବହୁତ କ୍ରକେଟରଙ୍କୁ ଏଥିରେ ଖେଳିବା ପାଇଁ ସୁଯୋଗ ମିଳିଥାଏ । ହେଲେ ତଥାପି ଟିମ୍ ଇଣ୍ଡିଆ ବଡ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଉପଯୁକ୍ତ ସ୍କ୍ବାଡ ପ୍ରସ୍ତୁତ କରିବାରେ ବିଫଳ ରହିଛି । ମୋତେ ଲାଗୁଛି ଟିମ୍ ଇଣ୍ଡିଆକୁ ନିଜର ତ୍ରୁଟି ସୁଧାରିବାରେ ସମୟ ଆସିଛି । ଯଦି ଆପଣ ଏଭଳି ବଡ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇପାରୁନାହିଁନ୍ତି ତାହେଲେ ଏହା ଚିନ୍ତାର ବିଷୟ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.