ETV Bharat / sports

ଆଇପିଏଲ୍‌ ୨୦୨୪ ପାଇଁ ରଣନୀତି ଶେଷ ପର୍ଯ୍ୟାୟରେ, ବଦଳିବେ ଏକାଧିକ ଦଳର ଅଧିନାୟକ

author img

By ETV Bharat Odisha Team

Published : Nov 25, 2023, 9:30 PM IST

ଆଇପିଏଲ୍‌ ୨୦୨୪ ପାଇଁ ଟ୍ରେଡ୍‌ ୱିଣ୍ଡୋ ଖୋଲିବା ପରଠାରୁ ରଣନୀତି ଆରମ୍ଭ କରିଛନ୍ତି ବିଭିନ୍ନ ଦଳ । ତେବେ ଆଇପିଏଲ୍‌ ୨୦୨୩ ତୁଳନାରେ ଆଇପିଏଲ୍‌ ୨୦୨୪ରେ ଏକାଧିକ ଦଳର ଅଧିନାୟକ ପରିବର୍ତ୍ତନ ହେବେ । ଅଧିକ ପଢ଼ନ୍ତୁ

ଆଇପିଏଲ୍‌ ୨୦୨୪ରେ ବଦଳିବେ ଏକାଧିକ ଦଳର ଅଧିନାୟକ

ହାଇଦ୍ରାବାଦ: ବିଶ୍ବକପ୍‌ ଶେଷ ହେବା ପରଠାରୁ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ବୃଦ୍ଧି ପାଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (IPL) ଉତ୍ସାହ । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଏହି ବୃହତ ଲିଗ୍‌ ନିଲାମ ପୂର୍ବରୁ ରିଲିଜ ଏବଂ ଧାରଣକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ଆଇପିଏଲ୍‌ ୨୦୨୩ ସଂସ୍କରଣ ଅପକ୍ଷା ଆଇପିଏଲ୍‌ ୨୦୨୪ ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ବିଭିନ୍ନ ଟିମ୍‌ ମ୍ୟାନେଜମେଣ୍ଟ । ତେବେ କୁହାଯାଉଛି, ଗତ ସଂସ୍କରଣ ତୁଳନାରେ ଆସନ୍ତା ସିଜନରେ ଏକାଧିକ ଦଳରେ ଅଧିନାୟକ ପରିବର୍ତ୍ତନ ହେବେ । ଏହା କହିବାର କାରଣ ହେଉଛି, ସମୀକରଣ ଏହିପରି ହେବା ଆରମ୍ଭ କରିଛି ।

ଦିଲ୍ଲୀ କ୍ୟାପିଟାଲ୍ସ (DC): କେଉଁ ଦଳର ଅଧିନାୟକ ପରିବର୍ତ୍ତନ ହେବେ ସେନେଇ ଯଦି ଆମେ ଆଲୋଚନା କରିବା, ତେବେ ସର୍ବପ୍ରଥମେ ଆସିବ ଦିଲ୍ଲୀ କ୍ୟାପିଟାଲ୍ସର ନାମ । ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଦୁର୍ଘଟଣାରେ ଶିକାର ହୋଇ ଆଇପିଏଲ୍‌ ୨୦୨୩ରୁ ବାଦ ପଡ଼ିଥିଲେ । ଫଳରେ ଡେଭିଡ ୱାର୍ଣ୍ଣର ୨୦୨୩ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ । ହେଲେ ଗୋଟିଏ ପଟେ ସେ ଦିଲ୍ଲୀ ଟିମ୍‌କୁ ଆଶାନୁରୂପ ସଫଳତା ଦେବାରେ ବିଫଳ ହୋଇଥିଲେ, ଅନ୍ୟପଟେ ପନ୍ତ ଏବେ ସୁସ୍ଥ ହୋଇଥିବାରୁ ଆଇପିଏଲ୍‌କୁ କମ୍‌ବ୍ୟାକ୍‌ କରିବେ ବୋଲି କୁହାଯାଉଛି । ତେଣୁ ଋଷଭ ପୁଣିଥରେ ନିଜ ଦାୟିତ୍ବ ନେବା ଏକପ୍ରକାର ନିଶ୍ଚିତ ।

ଏହା ମଧ୍ୟ ପଢ଼ନ୍ତୁ...କୋଚ୍‌ ପଦ ପାଇଁ ଲକ୍ଷ୍ମଣ ପ୍ରସ୍ତୁତ, IPL କମ୍‌ବ୍ୟାକ୍‌ ଲକ୍ଷ୍ୟରେ ଦ୍ରାବିଡ୍‌

କୋଲକାତା ନାଇଟ୍‌ ରାଇଡର୍ସ (KKR): ଶ୍ରେୟସ ଆୟର ଦିଲ୍ଲୀ ଛାଡ଼ି କୋଲକାତାରେ ଅଧିନାୟକ ଭାବେ ଯୋଗଦେଇଥିଲେ । ହେଲେ ଅସୁସ୍ଥତା କାରଣରୁ ସେ ୨୦୨୩ ସଂସ୍କରଣରେ ଖେଳିପାରିନଥିଲେ । ସେଥିପାଇଁ ତାଙ୍କ ସ୍ଥାନରେ ନୀତୀଶ ରାଣାଙ୍କ କାନ୍ଧରେ ଅଧିନାୟକ ଦାୟିତ୍ବ ଦେଇଥିଲା ଟିମ୍‌ ମ୍ୟାନେଜମେଣ୍ଟ । ହେଲେ ଏଥର ଆୟର ଫିଟ୍‌ ଅଛନ୍ତି ତେଣୁ ସେ ପୁଣିଥରେ ନିଜ ଦଳକୁ ଫେରି ଦାୟିତ୍ବ ସମ୍ଭାଳିବେ ବୋଲି କୁହାଯାଉଛି ।

ଗୁଜରାଟ ଟାଇଟନ୍ସ (GT): ଆଇପିଏଲ୍‌ ୨୦୨୨ ସଂସ୍କରଣର ଚମ୍ପିଆନ୍‌ ଓ ୨୦୨୩ ସଂସ୍କରଣର ରନର୍‌ ଅପ୍‌ ହୋଇଥିବା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ଖବର ଜୋର ଧରିଛି । ଯଦି ଏପରି ହୁଏ, ତେବେ ଟିମ୍‌ ମ୍ୟାନେଜମେଣ୍ଟ ନୂଆ ଅଧିନାୟକ ସନ୍ଧାନରେ ଅଷ୍ଟ୍ରେଲୀୟ ବିଶ୍ବ ବିଜୟୀ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ଉପରେ ନଜର ରଖିବ । ଏହା ବ୍ୟତୀତ ଦଳରେ ମାଥ୍ୟୁ ୱେଡ୍‌, କେନ୍‌ ୱିଲିୟମସନ୍‌, ରଶିଦ ଖାନ୍‌ଙ୍କ ଭଳି ଅଭିଜ୍ଞ ରହିଥିବାବେଳେ ଶୁଭମନ ଗିଲ୍‌ଙ୍କ ଭଳି ଯୁବ ବିକଳ୍ପ ମଧ୍ୟ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ 2024 ପାଇଁ ଜୋରଦାର ପ୍ରସ୍ତୁତି, ନିଲାମ ସୂଚୀରେ 590 ଖେଳାଳି

ସନ୍‌ରାଇଜର୍ସ ହାଇଦ୍ରାବାଦ (SRH): ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ କେନ୍‌ ୱିଲିୟମ୍‌ସନ୍‌ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଦଳରୁ ରିଲିଜ୍‌ କରିଦେଇଥିଲା । ବିକଳ୍ପ ଭାବେ ଗତ ସଂସ୍କରଣରେ ଆଡେନ ମାର୍କ୍ରମଙ୍କୁ ଅଧିନାୟକ କରିଥିଲା ଏସ୍‌ଆର୍‌ଏଚ୍‌ ଟିମ୍‌ ମ୍ୟାନେଜ୍‌ମେଣ୍ଟ । କିନ୍ତୁ ମାର୍କ୍ରମଙ୍କ ନେତୃତ୍ବରେ ଦଳର ପ୍ରଦର୍ଶନ କିଛି ବିଶେଷ ନଥିଲା । ଏଭଳି ପରିସ୍ଥିତିରେ ଏଥର ଦଳ ପୁଣି ଏକ ନୂଆ ଅଧିନାୟକ ନିଯୁକ୍ତ କରିପାରେ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB): ଆର୍‌ସିବି ପ୍ରତି ସଂସ୍କରଣରେ ସର୍ବୋତ୍ତମ ଚେଷ୍ଟା କରିଛି, କିନ୍ତୁ ସମସ୍ତ ୧୬ଟି ସିଜନ ଖେଳିବା ସତ୍ତ୍ବେ ଗୋଟିଏ ମଧ୍ୟ ଟାଇଟଲ ଜିତି ପାରିନାହିଁ । ପୂର୍ବରୁ ଅନୀଲ କୁମ୍ବଲେ, ରାହୁଲ ଦ୍ରାବିଡ, ଡାନିଏଲ ଭେଟୋରି ଏବଂ ବିରାଟ କୋହଲିଙ୍କ ପରେ ବର୍ତ୍ତମାନ ଫାଫ୍‌ ଡୁପ୍ଲେସିସ ଏହାର ଅଧିନାୟକ ଅଛନ୍ତି । ଗତ ସଂସ୍କରଣରେ ଡୁପ୍ଲେସିସ୍‌ଙ୍କ ଅନୁପସ୍ଥିତିରେ ବିରାଟ ଅନେକ ଥର ଦଳର କମାଣ ସମ୍ଭାଳିଥିଲେ । ପ୍ରଶଂସକମାନେ ମଧ୍ୟ ବିରାଟ ପୁନର୍ବାର ପୂର୍ଣ୍ଣକାଳୀନ ଅଧିନାୟକ ହୁଅନ୍ତୁ ବୋଲି ଚାହୁଁଛନ୍ତି । ତେଣୁ ବିରାଟ କୋହଲିଙ୍କୁ ପୁଣିଥରେ ଆର୍‌ସିବି ନେତୃତ୍ବ ଦେଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.