ETV Bharat / sports

Legends League Cricket: ପୁଣି କ୍ରିକେଟ ମୈଦାନକୁ ଫେରିବେ ବୀରୁ, ଯୁବି ଓ ଭଜି - ବୀରେନ୍ଦ୍ର ସେହ୍ବାଗ ଯୁବରାଜ ସିଂହ ହରଭଜନ ସିଂହ

ଜାନୁଆରୀ ୨୦ରୁ ଓମାନରେ ଆରମ୍ଭ ହେବାକୁ ଯାଉଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ(LLC)ର ଉଦ୍‌ଘାଟନୀ ସଂସ୍କରଣରେ ଭାରତୀୟ ମହାରାଜା ଟିମରେ ଖେଳିବେ ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂହ ଓ ହରଭଜନ ସିଂହ । ଅଧିକ ପଢନ୍ତୁ

Sehwag, Yuvraj, Harbhajan to play for India Maharaja in inaugural Legends League Cricket

author img

By

Published : Jan 4, 2022, 4:52 PM IST

ନୂଆଦିଲ୍ଲୀ: ପୁଣି କ୍ରିକେଟ ମୈଦାନରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂହ ଓ ହରଭଜନ ସିଂହ । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଥିଲେ ମଧ୍ୟ ଏହି ପୂର୍ବତନ କ୍ରିକେଟର କ୍ରିକେଟ ମୈଦାନରେ ପୁଣି ଖେଳାଳି ଭାବେ ନଜର ଆସିବେ । ଜାନୁଆରୀ ୨୦ରୁ ଓମାନରେ ଆରମ୍ଭ ହେବାକୁ ଯାଉଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ(LLC)ର ଉଦ୍‌ଘାଟନୀ ସଂସ୍କରଣରେ ଭାରତୀୟ ମହାରାଜା ଟିମର ପ୍ରତିନିଧିତ୍ବ କରିବେ ବୀରୁ, ଯୁବି ଓ ଭଜି ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଖେଳାଳି ଏହି ପେଷାଦାର କ୍ରିକେଟ ଲିଗ LLCର ପ୍ରଥମ ସଂସ୍କରଣରେ ନଜର ଆସିବେ । ଷ୍ଟାର ଖେଳାଳିରେ ଖଚାଖଚ୍‌ ତିନୋଟି ଟିମ ମଧ୍ୟରେ ଓମାନର ଏଆଇ ଏମିରାତ( Al Amerat ) କ୍ରିକେଟ ଷ୍ଟାଡିୟମରେ ଲଢେଇ ହେବ । ଅନ୍ୟ ଦୁଇଟି ଟିମ, ଏସିଆ( Asia) ଓ ଅବଶିଷ୍ଟ ବିଶ୍ବ(rest of the world)କୁ ପ୍ରତିନିଧିତ୍ବ କରିବେ ।

ଏହାମଧ୍ୟ ପଢନ୍ତୁ: COVID-19: ବେଙ୍ଗଲ କ୍ରିକେଟ ସଂଘ ସଭାପତି ହସ୍ପିଟାଲରେ ଭର୍ତ୍ତି

ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂହ ଓ ହରଭଜନ ସିଂହଙ୍କ ବ୍ୟତୀତ, ଇରଫାନ ପଠାନ, ୟୁସୁଫ ପଠାନ, ବଦ୍ରିନାଥ, ଆରପି ସିଂହ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମାଙ୍ଗ ବଦାନୀ, ଭେନୁଗୋପାଳ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ ଭଣ୍ଡାରୀ ଭାରତୀୟ ମହାରାଜା ଟିମ ପକ୍ଷରୁ ଖେଳିବେ ।

ଏସିଆ ଟିମର ନାମ ରହିଛି ଏସିଆ ଲାୟନ୍ସ । ଏହି ଟିମରୁ ଖେଳିବେ, ପାକିସ୍ତାନ ଓ ଶ୍ରୀଲଙ୍କା କିମ୍ବଦନ୍ତୀ ଖେଳାଳି ସୋଏବ ଅଖତର, ସାହିଦ ଆଫ୍ରିଦୀ, ସନଥ ଜୟସୁରିୟା, ମୁଥୟା ମୂରଲିଧରନ, କମରନ ଆକମଲ, ଚାମିନ୍ଦା ଭାସ, ରୋମେଶ କାଲୁୱିଥାରନା, ତିଳକରତ୍ନେ ଦୀଲସନ, ଆଝାର ମହମ୍ମୁଦ, ଉପୁଲ ଥରଙ୍ଗା, ମିଶବାହ-ଉଲ-ହକ୍‌, ମହମ୍ମଦ ହାଫିଜ, ସୋଏବ ମଲିକ, ମହମ୍ମଦ ୟୁସୁଫ ଓ ଉମର ଗୁଲ୍‌ ।

ତୃତୀୟ ଟିମ ଖୁବଶୀଘ୍ର ଘୋଷଣା ହେବାକୁ ଥିବାବେଳେ ପୂର୍ବତନ ଆଫଗାନ କ୍ରିକେଟର ଅସଘର ଆଫଗାନ ମଧ୍ୟ ଏହି ଟିମର ଅଂଶ ରହିବେ ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.