ETV Bharat / sports

ଋଦ୍ଧିମାନଙ୍କୁ ସମର୍ଥନ କଲେ ସେହ୍ବାଗ - ଋଦ୍ଧିମାନଙ୍କ ଟ୍ବିଟ୍‌କୁ ନେଇ ସେହ୍ବାଗଙ୍କ ପ୍ରତିକ୍ରିୟା

ଶ୍ରୀଲଙ୍କା ବିପକ୍ଷରେ ଦୁଇଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜରୁ ଋଦ୍ଧିମାନ ଶାହା ବାଦ ପଡ଼ିଛନ୍ତି । ଏହାପରେ ଜଣେ ଜଣାଶୁଣା ସାମ୍ବାଦିକ ଋଦ୍ଧିମାନଙ୍କ ସହ ସାକ୍ଷାତକାର ପାଇଁ ଦୁର୍ବ୍ୟବହାର କରିଛନ୍ତି । ଅଧିକ ପଢ଼ନ୍ତୁ

ଋଦ୍ଧିମାନଙ୍କୁ ଦୁର୍ବ୍ୟବହାର, ସମର୍ଥନ କଲେ ସେହ୍ବାଗ

author img

By

Published : Feb 20, 2022, 9:05 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଦୁଇଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜରୁ ଋଦ୍ଧିମାନ ଶାହା ବାଦ ପଡ଼ିଛନ୍ତି । ଏହାପରେ ଜଣେ ଜଣାଶୁଣା ସାମ୍ବାଦିକ ଋଦ୍ଧିମାନଙ୍କ ସହ ସାକ୍ଷାତକାର ପାଇଁ ଦୁର୍ବ୍ୟବହାର କରିଛନ୍ତି । ଏହାକୁ ନେଇ ଏକ ସ୍କ୍ରିନ୍‌ସଟ୍‌ ସେୟାର କରି ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ଋଦ୍ଧିମାନଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ।

ଶ୍ରୀଲଙ୍କା ବିପକ୍ଷରେ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ୧୮ ଜଣିଆ ଭାରତୀୟ ଟେଷ୍ଟ ଦଳରୁ ଆଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା, ଇଶାନ୍ତ ଶର୍ମା ଓ ଋଦ୍ଧିମାନ ଶାହାଙ୍କୁ ବାଦ ଦିଆଯାଇଛି । ଏହାକୁ ନେଇ ଋଦ୍ଧିମାନଙ୍କୁ ଜଣେ ଜଣାଶୁଣା ସାମ୍ବାଦିକ ଋଦ୍ଧିମାନଙ୍କ ସହ ଏକ ସାକ୍ଷାତକାର କରିବାକୁ ମେସେଜ୍‌ କରିଥିଲେ । ତେବେ ଋଦ୍ଧିମାନ କୌଣସି ଉତ୍ତର ନଦେବାରୁ ସାମ୍ବାଦିକ ଜଣକ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । ତେବେ ସାମ୍ବାଦିକଙ୍କ ନାମ କହି ନାହାନ୍ତି ଋଦ୍ଧିମାନ ।

ଏହାକୁ ନେଇ ଋଦ୍ଧିମାନ ଶାହା ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଭାରତୀୟ କ୍ରିକେଟ ସହ ଏତେ ଦିନ ଜଡ଼ିତ ହୋଇ ରହିବା ପରେ ଜଣେ କଥାକଥିତ ସାମ୍ବାଦିକଙ୍କଠାରୁ ମୋତେ ଏସବୁ ଦେଖିବାକୁ ପଡ଼ୁଛି । ସାମ୍ବାଦିକତାର ଗତି ଏଭଳି ଗତି କରୁଛି ।" ଏହାପରେ ତାଙ୍କ ସମର୍ଥନରେ ବିରେନ୍ଦ୍ର ସେହ୍ବାଗ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଏହାକୁ ମୁଁ ଅତ୍ୟନ୍ତ ଦୁଃଖିତ । ଏଭଳି ଜଣେ ବ୍ୟକ୍ତିତ୍ବଙ୍କୁ ସାମ୍ବାଦିକ କୁହାଯାଇ ପାରିବ ନାହିଁ । ଏହାକୁ ଚାମଚାଗିରି କୁହାଯାଏ । ତୁମ ସମର୍ଥନରେ ଋିଦ୍ଧି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.