ETV Bharat / sports

ଆଇପିଏଲ ବାୟୋବବଲ ନେଇ ସ୍ମିଥଙ୍କ ବଡ ବୟାନ - Smith on bio-bubble

ଦକ୍ଷିଣ ଆଫ୍ରିକାର କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନ ଟିମର ନିର୍ଦ୍ଦେଶକ ଗ୍ରେମ ସ୍ମିଥ କହିଛନ୍ତି, ଆଇପିଏଲ 2021 ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦ୍ବାରା ତିଆରି ହୋଇଥିବା ବବଲରେ ଦକ୍ଷିଣ ଆଫ୍ରିକା ଖେଳାଳି ସୁରକ୍ଷିତ ଅନୁଭବ କରୁଥିଲେ । ଅଧିକ ପଢନ୍ତୁ...

SA players felt safe in IPL bio-bubble: Smith
ଆଇପିଏଲ ବାୟୋବବଲ ନେଇ ସ୍ମିଥଙ୍କ ବଡ ବୟାନ
author img

By

Published : May 7, 2021, 9:36 PM IST

ଜୋହାନ୍ସବର୍ଗ: ଏକାଧିକ ଖେଳାଳି କୋରୋନା ସଂକ୍ରମିତ ହେବାପରେ ଆଇପିଏଲର 14ତମ ସଂସ୍କରଣକୁ ବିସିସିଆଇ ଅଧାରୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି । ଏହାପରେ ଆଇପିଏଲର କଡା ଜୈବ ସୁରକ୍ଷା ବଳୟକୁ କିପରି କୋରୋନା ଭେଦ କଲା ତାହା ସ୍ପଷ୍ଟ ହୋଇପାରୁନାହିଁ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହାର ସ୍ପଷ୍ଟ କାରଣ ରଖିପାରିନାହାନ୍ତି ।

କିପରି କଡା ଜୈବ ସୁରକ୍ଷା ବଳୟକୁ କୋରୋନା ଭେଦ କଲା ତାହା କହିବା କଷ୍ଟକର ବୋଲି ଗାଙ୍ଗୁଲି କହିଛନ୍ତି । ତେବେ ଏହା ମଧ୍ୟରେ ଆଇପିଏଲ ବାୟୋବବଲ ନେଇ ଦକ୍ଷିଣ ଆଫ୍ରିକାରୁ ଆସିଛି ଆଶ୍ବସ୍ଥିକର ଖବର । ଦକ୍ଷିଣ ଆଫ୍ରିକାର କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନ ଟିମର ନିର୍ଦ୍ଦେଶକ ଗ୍ରେମ ସ୍ମିଥ କହିଛନ୍ତି, ଆଇପିଏଲ 2021 ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦ୍ବାରା ତିଆରି ହୋଇଥିବା ବବଲରେ ଦକ୍ଷିଣ ଆଫ୍ରିକା ଖେଳାଳି ସୁରକ୍ଷିତ ଅନୁଭବ କରୁଥିଲେ ।

ଅହମ୍ମଦାବାଦ ଓ ନୂଆଦିଲ୍ଲୀରେ ବାୟୋବବଲ ମଧ୍ୟରେ ଏକାଧିକ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିଲେ । ଗୋଟିଏ ମ୍ୟାଚ ସ୍ଥଗିତ ପରେ ଅନ୍ୟ ଟିମର ସଦସ୍ୟ ସଂକ୍ରମିତ ଚିହ୍ନଟ ହେବାପରେ ଅଧାରୁ ଲିଗ୍‌କୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.