ETV Bharat / sports

କୋରୋନରୁ ସୁସ୍ଥ ହେଲେ ଋତୁରାଜ

author img

By

Published : Feb 11, 2022, 11:00 AM IST

ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାର୍ଡ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି । ଗୁରୁବାର ତାଙ୍କ ଆରଟି-ପିସିଆର ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେ ଗୃହ ସଙ୍ଗରୋଧରୁ ମୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

କୋରୋନରୁ ସୁସ୍ଥ ହେଲେ ଋତୁରାଜ
କୋରୋନରୁ ସୁସ୍ଥ ହେଲେ ଋତୁରାଜ

ଅହମ୍ମଦାବାଦ: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାର୍ଡ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି । ଗୁରୁବାର ତାଙ୍କ ଆରଟି-ପିସିଆର ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ସେ ଗୃହ ସଙ୍ଗରୋଧରୁ ମୁକ୍ତ ହୋଇଛନ୍ତି । ଏହାରି ଭିତରେ ସେ ଦଳରେ ସାମିଲ ହୋଇଛନ୍ତି ।

ଆଜି ଅନୁଷ୍ଠିତ ହେବାକୁ ଥିବା ଭାରତ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆରେ ସେ ଖେଳିବେ । ଋତୁରାଜଙ୍କୁ ଭାରତୀୟ ଏକାଦଶରେ ସୁଯୋଗ ମିଳିବ । ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଓ ଶ୍ରେୟାସ ଆୟାର ମଧ୍ୟ ଦୁଇଦିନ ତଳୁ ସୁସ୍ଥ ହୋଇ ଅଭ୍ୟାସ ଜାରି ରଖିଛନ୍ତି । ତେବେ ଆଜିର ମ୍ୟାଚରେ ଧାୱନ ଓପନ କରିବେ ବୋଲି ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି । ସେହିପରେ ଋୁତରାଜ ଓ ଶ୍ରେୟସଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।

କିଛି ଦିନ ତଳେ କୋରୋନା ଆକ୍ରାନ୍ତ ହୋଇ ୱେଷ୍ଟ ଇଣ୍ଡିଜ ବିପକ୍ଷ ୨ଟି ମ୍ୟାଚରୁ ବାଦ ପଡିଥିଲେ ଋତୁରାଜ । ମହାରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫି ଖେଳୁଛନ୍ତି ଋତୁରାଜ । ୧୭ରୁ ରଣଜୀ ସିଜିନ ଆରମ୍ଭ ହେବ । ଖୁବଶୀଘ୍ର ନିଜ ରାଜ୍ୟ ପାଇଁ ତାଙ୍କୁ ସ୍ଥାନ ମିଳିବ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.