ETV Bharat / sports

South Africa Tour: ଟେଷ୍ଟ ସିରିଜରୁ ରୋହିତ ଆଉଟ, ପ୍ରିୟଙ୍କ ଇନ - ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଶର୍ମା ଆହତ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସ୍କ୍ବାଡ୍‌ରୁ ବାଦ୍‌ ପଡ଼ିଲେ ଭାରତୀୟ ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା । ଏହାକୁ ନେଇ BCCI ସଚିବ ଜୟ ଶାହା ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଟେଷ୍ଟ ସିରିଜରୁ ଆହତ ରୋହିତ ଆଉଟ୍‌, ପ୍ରିୟଙ୍କ୍‌ ଇନ୍‌

author img

By

Published : Dec 13, 2021, 8:31 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସ୍କ୍ବାଡ୍‌ରୁ ବାଦ୍‌ ପଡ଼ିଲେ ଭାରତୀୟ ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା । ଏହାକୁ ନେଇ BCCI ସଚିବ ଜୟ ଶାହା ସୂଚନା ଦେଇଛନ୍ତି । ଅଭ୍ୟାସ ବେଳେ ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ୍ ଶିକାର ହୋଇଥିଲେ । ଏଥିପାଇଁ ସେ କିଛି ସମୟ ବିଶ୍ରାମ ନେବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ ଆଜି ମୁମ୍ବାଇ ପହଞ୍ଚିପାରେ ଟିମ ଇଣ୍ଡିଆ, ଡିସେମ୍ବର ୧୬ରୁ ଦକ୍ଷିଣ ଆଫ୍ରିକା ଯାତ୍ରା

ଫଳରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହେବାକୁ ଥିବା ୩ ଟିକିଆ ଟେଷ୍ଟ ସ୍କ୍ବାଡ୍ରୁ ତାଙ୍କୁ ବାଦ୍‌ ଦିଆଯାଇଛି । ତାଙ୍କ ସ୍ଥାନରେ ଗୁଜୁରାଟର ବ୍ୟାଟର ପ୍ରିୟଙ୍କ ପାଞ୍ଚଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ନିକଟରେ ହିଁ ରୋହିତ ଶର୍ମାଙ୍କୁ ଦିନିକିଆ ଟି-୨୦ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଥିବା ବେଳେ ଟେଷ୍ଟ ଦଳର ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି ରୋହିତ ଶର୍ମା । ଟେଷ୍ଟ ଓ ଦିନିକିଆ ସିରିଜ୍‌ ପାଇଁ ଖୁବଶୀଘ୍ର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଡିସେମ୍ବର ୨୬ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ଟିମ୍‌ ଇଣ୍ଡିଆ ଡିସେମ୍ବର ୧୬ରେ ଏକ ଚାଟାର୍ଡ ବିମାନ ଯୋଗେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡାଣ ଭରିବ ।

ବିରାଟ କୋହଲିଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ଭାରତୀୟ ସୀମିତ ଓଭର କ୍ରିକେଟ ଟିମ୍‌ର ଅଧିନାୟକ କରିଛି BCCI । ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ରୋହିତ ଶର୍ମା ପ୍ରଥମେ ବିରାଟଙ୍କ ଅଧିନାୟକତ୍ବରେ ଖେଳିବାର ଥିଲା ଓ ପରେ ବିରାଟ ODI ସିରିଜରେ ରୋହିତଙ୍କ ଅଧୀନରେ ଖେଳିବାର ଥିଲା । ତେବେ ରୋହିତ ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିବାରେ ଦିନିକିଆରେ ସିରିଜ୍‌ ଖେଳିବେ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.