ETV Bharat / sports

ଇଂଲଣ୍ଡଠାରୁ ହାରିଲା ଭାରତ, ମ୍ୟାଚ୍‌ ପରେ ଭାବୁକ ହେଲେ କ୍ୟାପଟେନ୍‌ ରୋହିତ

ଇଲଂଣ୍ଡ ବିପକ୍ଷରେ ଭାରତ ୧୦ ୱିକେଟରେ ପରାଜିତ ହୋଇଛି । ଏହାପରେ ଅଧିନାୟକ ରୋହତି ଶର୍ମା ଭାବୁକ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Rohit Sharma got emotional after India lost to England in t20 world cup
ଇଂଲଣ୍ଡଠାରୁ ହାରିଲା ଭାରତ, ମ୍ୟାଚ୍‌ ପରେ ଭାବୁକ ହେଲେ କ୍ୟାପଟେନ୍‌
author img

By

Published : Nov 10, 2022, 10:12 PM IST

ହାଇଦ୍ରାବାଦ: ଇଲଂଣ୍ଡ ବିପକ୍ଷରେ ଭାରତ ୧୦ ୱିକେଟରେ ପରାଜିତ ହୋଇଛି । ଚଳିତ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରିଥିଲା ଭାରତ । ତେବେ ଦୁର୍ଭାଗ୍ୟବସତଃ ଭାରତ ସେମିଫାଇନାଲ୍‌ ମ୍ୟାଚ୍‌ରେ ବିଜୟର ସ୍ବାଦ ଚାଖି ପାରିନଥିଲା । ଏହାପରେ ଅଧିନାୟକ ରୋହତି ଶର୍ମା ଭାବୁକ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

ଇଂଲଣ୍ଡଠାରୁ ହାରିଲା ଭାରତ, ମ୍ୟାଚ୍‌ ପରେ ଭାବୁକ ହେଲେ କ୍ୟାପଟେନ୍‌

ମ୍ୟାଚ୍‌ ପରେ ରୋହିତ ଶର୍ମା ଭାବବିହ୍ବଳ ହୋଇ ପଡ଼ିଥିଲେ । ରୋହିତ ଶର୍ମାଙ୍କ ଏଭଳି ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ସୋସିଆଲ ମିଡିଆରେ କ୍ୟାପ୍‌ଟେନଙ୍କ ଏଭଳି ଭିଡିଓ ପରେ ଟିମ୍‌ ଇଣ୍ଡିଆକୁ ଶାନ୍ତ୍ବନା ଦେବାକୁ ଚେଷ୍ଟା କରିଛନ୍ତି କ୍ରିକେଟ ଫ୍ୟାନ୍ସ । ସେପଟେ ପରାଜୟକୁ ନେଇ କ୍ରିକେଟ ପ୍ରଶଂସକ ଟିମ୍‌ ଇଣ୍ଡିଆକୁ ସମାଲୋଚନା ମଧ୍ୟ କରିବାକୁ ପଛାଇ ନାହାନ୍ତି ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଭାରତ ଅତି ଧିମା ଆରମ୍ଭ କରିଥିଲା । ଇଂଲଣ୍ଡକୁ ୧୬୯ ରନ୍‌ ଟାର୍ଗେଟ୍‌ ଦେଇଥିଲା ଭାରତ । ଏଥିପାଇଁ ଭାରତ ୬ଟି ୱିକେଟ ହରାଇଥିଲା । ଜବାବରେ ଇଂଲଣ୍ଡ ମାତ୍ର ୧୬ ଓଭରରେ ଟାର୍ଗେଟ ହାସଲ କରିନେଇଥିଲା । ଭାରତୀୟ ବୋଲର ଗୋଟିଏ ମଧ୍ୟ ୱିକେଟ ନେଇ ପାରିନଥିଲେ ।

ଭାରତର ଏହି ପରାଜୟକୁ ନେଇ ପୂର୍ବତନ କ୍ରିକେଟର ତଥା କ୍ରିକେଟ ବିଶେଷଜ୍ଞ ସମାଲୋଚନା କରିଛନ୍ତି । କେହି ଭାରତର ବ୍ୟାଟିଂକୁ ନେଇ ସନ୍ତୁଷ୍ଟ ନଥିବା ବେଳେ କେହି ଭାରତର ବୋଲିଂ ନେଇ ପ୍ରଶ୍ନ କରିଛନ୍ତି । ତେବେ ଏହି ପରାଜୟ ପରେ ରୋହିତ ଶର୍ମା ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.