ETV Bharat / sports

ରୋହିତଙ୍କ ଆଉ ଏକ ମାଇଲଷ୍ଟୋନ୍‌, ପ୍ରଥମ ଭାରତୀୟ ଭାବେ ଟି-20iରେ ମାରିଲେ 300 ଚୌକା

author img

By

Published : Jul 10, 2022, 6:15 PM IST

ଅଧିନାୟକ ତଥା ଭାରତୀୟ ବ୍ୟାଟର ରୋହିତ ଶର୍ମା ଟି-20 ମ୍ୟାଚରେ ତାଙ୍କର 300 ଟି ଚୌକା ପୁରା କରିଛନ୍ତି । ଟି-20ରେ 300 ଟି ଚୌକା ରେକର୍ଡ କରିବାରେ ରୋହିତ ଶର୍ମା ଭାରତୀୟ ହିସାବରେ ପ୍ରଥମ ବ୍ୟାଟର । ବିଶ୍ବରେ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ଆୟର୍ଲାଣ୍ଡର ପାଉଲ ସ୍ଟ୍ରିଲିଙ୍ଗ । ଅଧିକ ପଢନ୍ତୁ

ରୋହିତଙ୍କ ରେକର୍ଡ: ପ୍ରଥମ ଭାରତୀୟ ହିସାବରେ ମାରିଛନ୍ତି 300 ଟି ଚୌକା

ହାଇଦ୍ରାବାଦ: ଅଧିନାୟକ ତଥା ଭାରତୀୟ ବ୍ୟାଟର ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-20ରେ 300ଟି ଚୌକା ମାରି ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ ଟି-20ରେ 300ଟି ଚୌକା ରେକର୍ଡ କରିବାରେ ରୋହିତ ଶର୍ମା ପ୍ରଥମ ଭାରତୀୟ ବ୍ୟାଟର । ଗତକାଲି(ରବିବାର) ଇଂଲଣ୍ଡ ଭାରତ ବିପକ୍ଷ ଟି-20 ମ୍ୟାଚରେ ରୋହିତ 20 ବଲରୁ ତିନୋଟି ଚୌକା ଓ ଦୁଇଟି ଛକା ମାରି 31 ରନ୍‌ କରି ଆଉଟ ହୋଇଥିଲେ ।

ଗତ କାଲି ଟି-20 ମ୍ୟାଚ ପରେ ରୋହିତଙ୍କ ଚୌକା ସଂଖ୍ୟା 301 ରେ ପହଁଚିଛି । ସେ ଏପର୍ଯ୍ୟନ୍ତ 127 ଟି-20 ମ୍ୟାଚରେ 301 ଟି ଚୌକା ଭାରତୀୟ ବ୍ୟାଟର ଭାବରେ ରେକର୍ଡ କରିଛନ୍ତି । ସେହିପରି ବିରାଟ କୋହଲି ଏହି ତାଲିକାରେ ଆଗକୁ ସାମିଲ ହେବାକୁ ଯାଉଛନ୍ତି । ଦ୍ବିତୀୟ ଭାରତୀୟ ବ୍ୟାଟର ହିସାବରେ ବିରାଟ କୋହଲି ଟି-20 ରେ ଏପର୍ଯ୍ୟନ୍ତ 298 ଟି ଚୌକା ମାରିଛନ୍ତି ।

ତେବେ ବିଶ୍ବରେ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ଆୟର୍ଲାଣ୍ଡର ପାଉଲ ସ୍ଟ୍ରିଲିଙ୍ଗ । ସେ ଏପର୍ଯ୍ୟନ୍ତ ଟି-20 ମ୍ୟାଚରେ 325 ଟି ଚୌକା ମାରି ରେକର୍ଡ କାୟମ କରିଛନ୍ତି । ତାଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ସେ ଏପର୍ଯ୍ୟନ୍ତ ଟି-20 ମ୍ୟାଚରେ 301ଟି ଚୌକା ମାରି ରେକର୍ଡ କରିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ବିରାଟ କୋହଲି । ସେ ଏପର୍ଯ୍ୟନ୍ତ ଟି-20 ମ୍ୟାଚରେ 298ଟି ଚୌକା ମାରିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ରହିଛନ୍ତି ନ୍ୟୁଜଲାଣ୍ଡର ମାର୍ଟିନ ଗୁପ୍ଟିଲ । ସେ ଏପର୍ଯ୍ୟନ୍ତ ଟି-20 ମ୍ୟାଚରେ 287 ଟି ଚୌକା ମାରିଛନ୍ତି । ପଞ୍ଚମ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‌ । ସେ ଏପର୍ଯ୍ୟନ୍ତ ଟି-20 ମ୍ୟାଚରେ 286ଟି ଚୌକା ମାରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.