ETV Bharat / sports

ଖାତା ନଖୋଲି ବି ଇତିହାସ ରଚିଲେ ରୋହିତ, ପ୍ରଥମ ବ୍ୟାଟର ଭାବେ ଖେଳିଲେ 150 ଟି20 ମ୍ୟାଚ୍‌

Rohit Sharma: ଆଫଗାନିସ୍ତାନ ବିପକ୍ଷ 2ୟ ଟି20 ମ୍ୟାଚ୍‌ରେ ଖାତା ଖୋଲି ନପାରିଥିଲେ ବି ଇତିହାସ ରଚିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ବିଶ୍ବ କ୍ରିକେଟ୍‌ରେ ପ୍ରଥମ ବ୍ୟାଟର ଭାବେ 150 ତମ ଟି20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ରୋହିତ ଶର୍ମା । ଅଧିକ ପଢ଼ନ୍ତୁ...

author img

By ETV Bharat Odisha Team

Published : Jan 14, 2024, 10:45 PM IST

ଖାତା ନଖୋଲି ଇତିହାସ ରଚିଲେ ରୋହିତ
ଖାତା ନଖୋଲି ଇତିହାସ ରଚିଲେ ରୋହିତ

ଇନ୍ଦୋର (ମଧ୍ୟପ୍ରଦେଶ): ଆଫଗାନିସ୍ତାନ ବିପକ୍ଷ 3 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାର 2ୟ ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରି ନେଇଛି ଟିମ୍‌ ଇଣ୍ଡିଆ । ଗତ ମ୍ୟାଚ୍‌ରେ ରନ୍‌ ଆଉଟ୍‌ ହୋଇଥିବା ରୋହିତ ଏହି ମ୍ୟାଚ୍‌ରେ ଖାତା ମଧ୍ୟ ଖୋଲି ପାରିନଥିଲେ । ସେ ସାମ୍ନା କରିଥିବା ପ୍ରଥମ ବଲରେ ହିଁ କ୍ଲିନ୍‌ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖାତା ଖୋଲିପାରିନଥିଲେ ବି ଇତିହାସ ରଚିଛନ୍ତି ରୋହିତ । ବିଶ୍ବ କ୍ରିକେଟ୍‌ରେ ପ୍ରଥମ ପୁରୁଷ ବ୍ୟାଟର ଭାବେ 150 ତମ ଟି20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ରୋହିତ ଶର୍ମା ।

19 ସେପ୍ଟେମ୍ବର 2007ରେ ଇଂଲଣ୍ଡ ବିପକ୍ଷରେ ଟି20 ଡେବ୍ୟୁ କରିଥିବା ରୋହିତ ଶର୍ମା ରବିବାର ଇନ୍ଦୋରରେ ଆଫଗାନିସ୍ତାନ ବିପକ୍ଷରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର 150 ତମ ଟି20 ମ୍ୟାଚ୍‌ ଖେଳିଥିଲେ । ଏଭଳି କରି ରୋହିତ ଇତିହାସ ରଚିଛନ୍ତି । ବିଶ୍ବ କ୍ରିକେଟ୍‌ରେ ପ୍ରଥମ ପୁରୁଷ ବ୍ୟାଟର ଭାବେ ସେ ଏହି ରେକର୍ଡ କରିଛନ୍ତି । ରୋହିତଙ୍କ ପରେ ଆୟରଲାଣ୍ଡ ଅଧିନାୟକ ପଲ୍‌ ଷ୍ଟିରଲିଂ ଟି20ରେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ସେ 134ଟି ମ୍ୟାଚ୍‌ ଖେଳି ଏହି ତାଲିକାର 2ୟରେ ରହିଛନ୍ତି । ସେହିଭଳି ଆୟରଲାଣ୍ଡର ଜର୍ଜ ଡକ୍ରେଲ୍‌ 128ଟି ମ୍ୟାଚ୍‌ ଖେଳି ଏହି ତାଲିକାର 3ୟରେ ରହିଛନ୍ତି । ପାକିସ୍ତାନ କ୍ରିକେଟର ଶୋଏବ ମଲିକ 124 ମ୍ୟାଚ୍‌ ଖେଳି 4ର୍ଥରେ ରହିଥିବାବେଳେ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ 5ମ ସ୍ଥାନରେ ଅଛନ୍ତି । ସେ 122ଟି ଅନ୍ତର୍ଜାତୀୟ ଟି20 ମ୍ୟାଚ୍‌ ଖେଳିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦୁବେ-ଜୟସ୍ବାଲଙ୍କ ବିସ୍ଫୋରଣରେ ଅଚେତ ଆଫଗାନିସ୍ତାନ, ସିରିଜ୍‌ କବ୍‌ଜା କଲା ଭାରତ

ପ୍ରକାଶ ଯୋଗ୍ୟ, ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଅନ୍ତର୍ଜାତୀୟ ଟି20ରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ ରଖିଛନ୍ତି । ସେ ଟି20 ଅନ୍ତର୍ଜାତୀୟରେ 182ଟି ଛକା ମାରିଛନ୍ତି । ଏହା ବ୍ୟତୀତ କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ସର୍ବାଧିକ ରନ୍‌ ସ୍କୋରର ତାଲିକାର ଦ୍ବିୟୀରେ ରହିଛନ୍ତି ରୋହିତ । ରୋହିତଙ୍କ ଠାରୁ ଏକମାତ୍ର ଖେଳାଳି ଭାବେ କୋହଲି ଏହି ତାଲିକାରେ ଉପରେ ରହିଛନ୍ତି । ଉଭୟ ପୁରୁଷ ଓ ମହିଳା ତାଲିକାକୁ ଲକ୍ଷ୍ୟ କଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ହରମନପ୍ରୀତ କୌର ଏକମାତ୍ର ଖେଳାଳି, ଯିଏ ରୋହିତଙ୍କ ଠାରୁ ମଧ୍ୟ ଅଧିକ ମ୍ୟାଚ୍‌ ଖେଳିଛନ୍ତି । ସେ ଏପର୍ଯ୍ୟନ୍ତ 161 ଟି20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.