ETV Bharat / sports

ଟି୨୦କୁ ଫେରିବେ ରୋହିତ- କୋହଲି ! ବିଶ୍ବକପ୍‌ରୁ ବାଦ ପଡ଼ିପାରନ୍ତି କୋହଲି

Rohit Sharma and Virat Kohli: ଟି୨୦ ଫର୍ମାଟ୍‌କୁ ବ୍ୟାକ୍‌ କରିପାରନ୍ତି ରୋହିତ ଓ କୋହଲି । କେବଳ ରୋହିତଙ୍କୁ ଟି୨୦ ବିଶ୍ବକପ୍‌ ଖେଳାଇବାକୁ ଚୟନକର୍ତ୍ତା ଚାହୁଁଥିବା ଚର୍ଚ୍ଚା । ଅଧିକ ପଢ଼ନ୍ତୁ...

ଟି୨୦କୁ ଫେରିବେ ରୋହିତ- କୋହଲି !
ଟି୨୦କୁ ଫେରିବେ ରୋହିତ- କୋହଲି !
author img

By ETV Bharat Odisha Team

Published : Jan 7, 2024, 4:40 PM IST

ନୂଆଦିଲ୍ଲୀ: ବାଜି ସାରିଛି ଟି୨୦ ବିଶ୍ବକପ୍‌ ୨୦୨୪ ବିଗୁଲ୍‌ । ଘୋଷଣା ହୋଇଛି କ୍ରୀଡ଼ାସୂଚୀ । ଏଥିପାଇଁ ବହୁ ପୂର୍ବରୁ ବିଭିନ୍ନ ଦଳ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି । ହେଲେ ଟିମ୍‌ ଇଣ୍ଡିଆ ଚୟନକର୍ତ୍ତାଙ୍କ ପାଇଁ ବଢ଼ିଛି ଚିନ୍ତା । ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳାକୁ ଆଉ ୪ ଦିନ ବାକିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳ ଚୟନ ହୋଇପାରିନାହିଁ । କାରଣ ଟିମ୍‌ ଇଣ୍ଡିଆର ଦୁଇ ଭେଟେରାନ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଟି୨୦କୁ ଫେରିବାକୁ ଆଗ୍ରହ ଦେଖାଇଛନ୍ତି । ଯାହା ଫଳରେ ଦୁଇ ଷ୍ଟାର ଟି୨୦ ବିଶ୍ବକପ୍‌କୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପଟେ କିଛି ମିଡିଆ ରିପୋର୍ଟ ଅନୁସାରେ ଭାରତୀୟ ଚୟନକର୍ତ୍ତା କେବଳ ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ବକପ୍‌ ଖେଳାଇବାକୁ ଚାହୁଁଛନ୍ତି । ସେମାନେ ବିରାଟ କୋହଲିଙ୍କୁ ଆଉ ଟି୨୦ ଫର୍ମାଟ୍‌କୁ ଫେରାଇବାକୁ ଆଗ୍ରହ ଦେଖାଉନାହାନ୍ତି ।

ଦଳରୁ ବାହାର କରିଦେଇଥିଲା ବିସିସିଆଇ: ଏହିଭଳି ଅନେକ ନୂଆ ନୂଆ ଚର୍ଚ୍ଚା ଏବେ ସାମାଜିକ ଗଣମାଧ୍ୟମରେ ପ୍ରତିଦିନ ଜୋରଦାର ହେଉଛି । ଏହି ଦୁଇ ଷ୍ଟାର କ୍ରିକେଟରଙ୍କୁ ଭାରତୀୟ ଟି୨୦ ଟିମ୍‌ରୁ ବାହାର କରିଦିଆଯାଇଥିଲା । ଟି୨୦ ବିଶ୍ବକପ୍‌ ୨୦୨୨ରେ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିଥିଲା । ଏହି ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଏହାପରେ ଯୁବ ତାରକାଙ୍କୁ ନେଇ ନୂଆ ଟି୨୦ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା ବିସିସିଆଇ । ଏଥିପାଇଁ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ, ଦିନେଶ କାର୍ତ୍ତିକ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାଦ ଦେଇ ଯୁବ ଖେଳାଳିଙ୍କୁ ମିଳିଥିଲା ସୁଯୋଗ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଟି୨୦ ଦଳର ଅଧିନାୟକ ପଦ ଦିଆଯାଇଥିଲା । ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମ୍‌ରା ମଧ୍ୟ ଦଳର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌, ଏହିଦିନ ଖେଳିବେ ଭାରତ ଓ ପାକିସ୍ତାନ

ଟି୨୦କୁ ଫେରିବେ ରୋ-କୋ !: ଏବେ ପୁଣିଥରେ ଟି୨୦ ବିଶ୍ବକପ୍‌ ପାଖେଇ ଆସୁଥିବାବେଳେ ବିରାଟ ଓ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କର କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ପ୍ରତ୍ୟାପର୍ତ୍ତନ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ଟି୨୦ ବିଶ୍ବକପ୍‌ ୱେଷ୍ଟ୍‌ଇଣ୍ଡିଜ୍‌ ଓ ଆମେରିକାରେ ଆୟୋଜିତ ହେବ । ଏଠାକାର ପିଚ୍‌ରେ ରୋହିତ ଓ ବିରାଟଙ୍କର ବେଶ ଭଲ ଅଭିଜ୍ଞତା ରହିଛି । ତେଣୁ ଉଭୟ ଭେଟେରାନ ବ୍ୟାଟର ଖେଳିବା ଭାରତୀୟ ଦଳ ପାଇଁ ଲାଭଦାୟକ ହେବ । ତେବେ ଏହା ପୂର୍ବରୁ ୧୧ ଜାନୁଆରୀ ଠାରୁ ଆଫଗାନିସ୍ତାନ ବିପକ୍ଷରେ ଟି୨୦ ଶୃଙ୍ଖଳା ଖେଳି ପ୍ରସ୍ତୁତି ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ଏହି ସିରିଜ୍‌ରେ ହିଁ କୋହଲି ଓ ରୋହିତଙ୍କ ଟି୨୦ ପ୍ରତ୍ୟାବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଟି20 ବିଶ୍ବକପ୍‌ ଖେଳିବାକୁ ରୋହିତ-କୋହଲିଙ୍କ ଇଚ୍ଛା, ଖୁବଶୀଘ୍ର କଥା ହେବେ ଅଗରକର

ବିରାଟ ହୋଇପାରନ୍ତି ଆଉଟ୍‌ !: ଗତବର୍ଷ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା । ଏହାପରେ ଦୁଇ ଷ୍ଟାର ଟି୨୦ ବିଶ୍ବକପ୍‌ ୨୦୨୪ରେ ମଧ୍ୟ ଭାରତ ପାଇଁ ଖେଳିବା ଆବଶ୍ୟକ ବୋଲି ଅନେକ ପୂର୍ବତନ କ୍ରିକେଟର ଓ କ୍ରିକେଟ ବିଶେଷଜ୍ଞ ମାନେ ମତ ରଖିଥିଲେ । ଏହି ଚର୍ଚ୍ଚା ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ରୋହିତ ଓ କୋହଲିଙ୍କ ସହ ଆଲୋଚନା କରିଥିଲେ ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ସେପଟେ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌କୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ଚୟନ ନହେବା ଅନେକ ପ୍ରଶ୍ନ ଛିଡ଼ା କରିଛି । ସେପଟେ ଜଣେ ପୂର୍ବ ଚୟନକର୍ତ୍ତାଙ୍କ ପାଖରୁ ମିଳିଥିବା ଗୋପନୀୟ ତଥ୍ୟ ଅନୁସାରେ, କେବଳ କୋହଲି ନଖେଳିଲେ ହିଁ ଟପ୍‌ ଅର୍ଡରରେ ଜଣେ ବାମହାତୀ ବ୍ୟାଟର ଖେଳିପାରିବେ । ନହେଲେ ରୋହିତ, ଗିଲ୍‌, କୋହଲି, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଟପ୍‌ ୫ ବ୍ୟାଟର ଭାବେ ଖେଳିବେ । ଏପରି ହେଲେ ବାମହାତୀ ବିସ୍ଫୋରକ ବ୍ୟାଟର ଈଶାନ କିଷାନ ବା ଯଶସ୍ବୀ ଜୟସ୍ବାଲଙ୍କୁ ବାଦ ଦେବାକୁ ପଡ଼ିବ । ତେଣୁ କୋହଲିଙ୍କୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.