ETV Bharat / sports

ଇଂଲଣ୍ଡର ପୂର୍ବତନ କ୍ରିକେଟରଙ୍କ ବଡ ବୟାନ, କହିଲେ ଏହି 3 ଖେଳାଳି ଟି-୨୦ ଫର୍ମାଟକୁ କରନ୍ତୁ ବାଏ ବାଏ

author img

By

Published : Nov 14, 2022, 10:47 PM IST

ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପନେସର ଭାରତକୁ ସମାଲୋଚନା କରି କହିଲେ ରୋହିତ ଶର୍ମା, ଦିନେଶ କାର୍ତ୍ତିକ ଓ ରବିଚନ୍ଦ୍ରନ ଅଶ୍ବିନୀ ଟି୨୦ ଫର୍ମାଟରୁ ଅବସର ନେବା ଦରକାର । ଅଧିକ ପଢନ୍ତୁ

ଭାରତର ଏହି ୩ କ୍ରିକେଟର ଟି୨୦ ଫର୍ମାଟରୁ ଅବସର ନେବା ଦରକାର ବୋଲି କହିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର

ହାଇଦ୍ରାବାଦ: ରୋହିତ ଶର୍ମା, ଦିନେଶ କାର୍ତ୍ତିକ ଓ ରବିଚନ୍ଦ୍ରନ ଅଶ୍ବିନୀ ଟି୨୦ ଫର୍ମାଟରୁ ଅବସର ନେବା ଦରକାର । ଏକଥା ଆମେ କହୁନୁ ଏକଥା କହିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର । ଟି-୨୦ ବିଶ୍ବକପ ଶେଷ ହୋଇଥିଲେ ମଧ୍ୟ ସେମିଫାଇନାଲରେ ଭାରତ ଯେଭଳି ଇଂଲଣ୍ଡଠାରୁ ପରାଜୟ ବରଣ କରିଥିଲା ତାହା କ୍ରିକେଟ ପ୍ରେମୀ ଏପର୍ଯ୍ୟନ୍ତ ସହଜରେ ଭୁଲି ପାରିନାହାଁନ୍ତି । ଏହି ଶୋଚନୀୟ ପରାଜୟ ପାଇଁ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପନେସର ଭାରତକୁ ସମାଲୋଚନା କରି କହିଛନ୍ତି, "ଟିମ୍ ମ୍ୟାନଜମେଣ୍ଟକୁ ଦଳ ବାବଦରେ ସଠିକ୍ ନିଷ୍ପତ୍ତି ନେବା ଦରକାର । ଦଳର ପ୍ରଦର୍ଶନରେ କେଉଁଠି ଭୁଲ୍ ରହିଲା ତାହା ତର୍ଜମା କରିବା ଦରକାର । କାରଣ ଏବେ ସମୟ ଆସିଯାଇଛି ଯେ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ଦେବାର । ରୋହିତ ଶର୍ମା, ଦିନେଶ କାର୍ତ୍ତିକ ଏବଂ ରବିଚନ୍ଦ୍ରନ ଅଶ୍ବିନ ଏହି ତିନି ବରିଷ୍ଠ କ୍ରିକେଟର ଏବେ ଟି୨୦ ଫର୍ମାଟରୁ ଅବସର ଗ୍ରହଣ କରିବା ଦରକାର । ତେବେ ଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବାରେ ଟିମ୍ ମ୍ୟାନଜମେଣ୍ଟକୁ ବିଶେଷ ଚିନ୍ତା କରିାବକୁ ପଡିବ ନାହିଁ ।"

ଅବସର ଗ୍ରହଣ କରିବା ଜଣେ କ୍ରିକେଟରର ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ । ତେବେ ବଡ ଟୁର୍ଣ୍ଣାମେଣ୍ଟରେ ବିଫଳ ରହିବା ପରେ କିଛି କ୍ରିକେଟ ବିଶେଷଜ୍ଞ ସିନିୟର କ୍ରିକେଟରମାନଙ୍କ ବାବଦରେ ଏମିତି ମତାମତ ରଖିଥାନ୍ତି । ଯେଉଁ କାରଣରୁ ଯୁବ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ । ଇଂଲଣ୍ଡର ଏହି ପୂର୍ବତନ କ୍ରିକେଟର ଆହୁରି ମଧ୍ୟ କହିଛନ୍ତି," ପରବର୍ତ୍ତୀ ଟି୨୦ ବିଶ୍ବକପ ୨୦୨୪ରେ ଖେଳାଯିବ । ଏହା ମଧ୍ୟରେ ଦୁଇ ବର୍ଷର ବ୍ୟବଧାନ ରହିଛି । ଏବେ ଅଧିନାୟକ ରୋହିତ ଶର୍ମାଙ୍କର ୩୫ ବର୍ଷ । ୨୦୨୪ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିବ । ତେଣୁ ଏବେଠୁ ଆଶଙ୍କା ରହିଛି କି ସେତେବେଳେ ଟିମ୍ ମ୍ୟାନଜମେଣ୍ଟ ତାଙ୍କ ନେତୃତ୍ବରେ ଖେଳିବା ପାଇଁ ତାଙ୍କ ଉପରେ ପୁଣି ଥରେ ଭରସା କରିବ କି ନାହଁ । ତେବେ ଏହି ତିନି ଖେଳାଳି କ୍ରିକେଟର ଏହି ଛୋଟ ଫର୍ମାଟ ଉପରେ ଗୁରୁତ୍ବ ନ ଦେଇ ଦିନିକିଆ ଓ ଟେଷ୍ଟ ଉପରେ ଧ୍ୟାନ ଦେବା ଦରକାର ।"

ସେ ଆହୁରି ମଧ୍ୟ କହିଛନ୍ତି, "ସେମିଫାଇନାଲରେ ଇଂଲଣ୍ଡର ବିଜୟ ଏକ ପାଖିଆ ରହିଥିଲା । ସେଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତର ୧୬୮ ସ୍କୋର କିଛି ଛୋଟ ସ୍କୋର ନ ଥିଲା । ଭାରତ ବାସ୍ତବରେ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବିଜୟ ପାଇଁ ଲଢେଇ କରି ନଥିଲା । ଭାରତର ପରାଜୟ ସମସ୍ତଙ୍କୁ ନିରାଶ କରିଥିଲା । ଇଂଲଣ୍ଡର ଦୁଇ ଓପନରଙ୍କୁ ଆଉଟ କରିବାରେ ବିଫଳ ରହିଥିଲା । ଯାହା ଫଳରେ ମ୍ୟାଚ ଏକ ପାଖିଆ ହେବା ସହିତ ୪ ଓଭର ବାକି ଥାଇ ଇଂଲଣ୍ଡ ଫାଇନାଲ ଟିକଟ ହାତେଇନେଇଥିଲା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.